News 18 Odia Digital
ପୁରୀ: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗଦେବା ପରେ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ବିଜୟ ପୁରୀରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ କର୍ମୀ ଓ ନେତାମାନେ ତାଙ୍କୁ ମର୍ଚ୍ଚିକୋଟ ଛକ ଠାରେ ସ୍ୱାଗତ କରିଥିଲେ। ମାର୍କେଟ ଛକରୁ ବଡ଼ଦାଣ୍ଡରେ ଚାଲି ଚାଲି ଯାଇଥିଲେ ଶ୍ରୀମନ୍ଦିର । ସିଂହଦ୍ୱାର ନିକଟରେ ଅରୁଣ ସ୍ତମ୍ବକୁ ପ୍ରଣାମ କରିବା ପରେ ପତିତପାବନ ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ଏହି ଖବର ପଢ଼ନ୍ତୁ-
http://ମାସେ ପରିଶ୍ରମ ପରେ DRMଙ୍କ ଝିଅର ଚୋରି ଜୋତା ପାଇଲା ପୋଲିସ; ଜୋତା ନେଇଯାଇଥିଲେ ଡାକ୍ତରବିଜୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସରେ ଯୋଗ ଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦିଲ୍ଲୀ ଯାଇ କଂଗ୍ରେସ ଦଳରେ ସାମିଲ ହୋଇଛି । ଆଉ ଏବେ ଅନେକ କାର୍ଯ୍ୟ ଦଳ ପାଇଁ କରିବାକୁ ଥିବାରୁ ପୁଣିଥରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛି । ତେବେ ବିକାଶ କହିଲେ ଆମେ ତଳ ଆଡୁ ପ୍ରଥମ । ତେଣୁ ଆଗକୁ କିଭଳି ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବ । ଯେଉଁମାନେ ଭାବୁଛନ୍ତି କଂଗ୍ରେସ ମୁକ୍ତ ତାହା ସମ୍ଭବ ନୁହେଁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଲାଣି । ଆଉ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ଆମେ ପୁଣି ସଫଳ ହେବୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।
ଏହି ଖବର ପଢ଼ନ୍ତୁ-
http://JIO Valentine Offer: ଭାଲେଣ୍ଟାଇନ୍ସ ଡେ'ରେ ଜିଓ ଆଣିଲା ଚମତ୍କାର ଅଫରଶ୍ରୀମନ୍ଦିରରେ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ । ଏଥିସହ ମାଆ ବିମଳା ଓ ଲକ୍ଷ୍ମୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ ବିଜୟ । କଂଗ୍ରେସ ଦଳର ଉନ୍ନତି କାମନା ସହ ଓଡ଼ିଶାରେ ଚାଲିଥିବା ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ଲଢେଇ ସହ ଲୋକ କଲ୍ୟାଣରେ ସେ ନିଜକୁ କିଭଳି ସମର୍ପଣ କରିପାରିବେ ସେନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଦର୍ଶନ ସମୟରେ ବିଜୟଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।