୪ ବର୍ଷରେ ୮ଟି ପିଲର ନିର୍ମାଣ କରି ଛୁ ମାରିଲା ଠିକାଦାର; ଅଧାରେ ପୁରିଆସାହି ଡ଼୍ୟାମ ପ୍ରକଳ୍ପ

ଚାରିବର୍ଷରେ ୮ଟି ପିଲର ନିର୍ମାଣ କରି ପୁରିଆସାହି ଡ଼୍ୟାମ ପ୍ରକଳ୍ପ କାମକୁ ଅଧାରେ ଛାଡ଼ିଦେଲା ଠିକାଦାର । ୩ଟି ପଞ୍ଚାୟତର ୯୦୦ରୁ ଅଧିକ ହେକ୍ଟର ଜମିକୁ ଜଳ ଯୋଗାଣ ବନ୍ଦ ହୋଇ ରହିଛି ।

ପୁରିଆସାହି ଡ଼୍ୟାମ ପ୍ରକଳ୍ପ

ପୁରିଆସାହି ଡ଼୍ୟାମ ପ୍ରକଳ୍ପ

  • Share this:
News 18 Odia Digital

ଗଞ୍ଜାମ: କାମ ଅଧାରୁ ଛାଡ଼ି ଠିକାଦାର ଚମ୍ପଟ ମାରିଲେ । କେବଳ କାମ ଅଧା ରହିଲା ତାହା ନୁହେଁ ବରଂ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କର ମଧ୍ୟ ଟଙ୍କା ଖାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି କିଛି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତର ପୁରିଆସାହିରୁ । ପୁରିଆସାହିରେ ରହିଥିବା ଡ଼୍ୟାମ ପ୍ରକଳ୍ପ ଗତ ତିତଲି ବାତ୍ୟାରେ ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଥିଲା ।

ଗତ ଚାରି ବର୍ଷ ହେଲା ପ୍ରକଳ୍ପର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମାତ୍ର ୮ଟି ପିଲର ନିର୍ମାଣକୁ ଛାଡ଼ିଦେଲେ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇପାରୁନାହିଁ । ଯାହାଫଳରେ ମହେନ୍ଦ୍ରତନୟା ନଦୀର ପାଣି ଅଟକି ନ ରହି ସେଭଳି ଚାଲିଯାଉଛି । ତେଣୁ ଚାଷୀମାନେ ନିଜର ଚାଷ ଜମି ନିମନ୍ତେ ଆବଶ୍ୟକ ପାଣି ପାଇପାରୁନାହାନ୍ତି । ତୁରନ୍ତ ଏହି ପ୍ରକଳ୍ପର କାର୍ଯ୍ୟ ପୁଣିଥରେ ଆରମ୍ଭ କରି କିଭଳି ଖୁବଶୀଘ୍ର ଶେଷ ହେବ ସେ ନେଇ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ତୁମ୍ବା ବାସିନ୍ଦା ନୀଳକଣ୍ଠଙ୍କ ଅନୁଯାୟୀ, ‘‘ଏହି ପ୍ରକଳ୍ପରୁ ପାଣି କେନାଲ ଦେଇ ପ୍ରାୟ ୩୦ ଖଣ୍ଡ ଗାଁକୁ ସଂଯୋଗ କରାଯାଇଛି । ଗ୍ରାମ ଗୁଡ଼ିକରେ ଥିବା ବୃହତ ପୋଖରୀ ଗୁଡ଼ିକ ମଧ୍ୟ ପ୍ରକଳ୍ପ ସହ ସଂଯୋଗ ରହିଛି । ସେଥିରେ ପାଣିକୁ ଗଚ୍ଛିତ କରି ରଖାଯାଉଥିବା ବେଳେ ଖରା ଦିନରେ ତାହାକୁ ଚାଷ ଜମିରେ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରକଳ୍ପ କାର୍ଯ୍ୟ ଅଧା ରହିବା ପରେ ପାଣି ଆଉ ସଞ୍ଚୟ କରି ରଖାଯାଇପାରୁନାହିଁ । ଯାହାଫଳରେ ଚାଷ ଜମିକୁ ଉପଯୁକ୍ତ ପାଣି ଯୋଗାଇ ଦିଆଯାଇପାରୁନାହିଁ । ତେଣୁ ହେକ୍ଟର ହେକ୍ଟର ଚାଷ ଜମିକୁ ପୁଣି ଥରେ ସବୁଜିମାରେ ପରିଣତ କରିବାକୁ ହେଲେ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି କରିଛନ୍ତି  ।

ପ୍ରକଳ୍ପ ନିମନ୍ତେ ନିୟୋଜିତ ଥିବା ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଅନୁଯାୟୀ, ‘‘ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ୪ ବର୍ଷ ପୂର୍ବରୁ ପ୍ରାୟ ୨ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଜୋରସୋରରେ କାମ ଚାଲିଥିଲା । ବର୍ତ୍ତମାନ ପ୍ରକଳ୍ପର ୮ଟି ପିଲର ଶେଷ ହୋଇଥିବା ବେଳେ ଏଥିନିମନ୍ତେ ୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ତେବେ ଅଧାକାମରେ ଛାଡ଼ି ଚାଲିଛିଯାଇଛି ଠିକାଦାର । ପୁନଃ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ । ଟେଣ୍ଡର ଶେଷ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇ ପ୍ରକଳ୍ପକୁ ଶେଷ କରାଯିବ ।

ପୁଣି ଥରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଟେଣ୍ଡର ଡକା ହେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଥିବା ବେଳେ କାମ ଅଧା କରି ଯାଇଥିବା ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରଥମେ ଗ୍ରହଣ କରାଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Published by:Soumyashree Mishra
First published: