News18 Odia Digital
ଓଡ଼ିଶା: ରାଜଧାନୀ ଉପକଣ୍ଠ ଧଉଳି ଥାନା ଗୋପିନାଥପୁର ଗାଁରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ୯ବର୍ଷ ପରେ ମନ୍ଦିରରୁ ଚୋରି ସାମଗ୍ରୀକୁ ଫେରାଇ ଦେଇଛି ଚୋର । ଠାକୁରଙ୍କ ଅଳଙ୍କାର ଫେରାଇବା ସହ ୧୦୧ଟଙ୍କା ଜୋରିମାନା ବି ଭରିଛି ଚୋର । ଅଧ ରାତିରେ ଏ ସବୁ ସାମଗ୍ରୀକୁ ଗାଁର ଏକ ତୁଳସୀ ଚଉଁରା ମୂଳେ ରଖି ଦେଇଥିଲା ଚୋର। ସବୁଠୁ ବଡ଼ କଥା ହେଉଛି, ଚୋର ନିଜର ଭୁଲ ବୁଝି ପାରିବା ସହ ଏକ ଚିଠି ମଧ୍ୟ ଛାଡି ଯାଇଛି ।
ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁରେ। ଆଉ ଏ ହେଉଛି ସେହି ମନ୍ଦିର... ଆଉ ଫେରି ପାଇଥିବା ଚୋରି ସାମଗ୍ରୀ । ମନ୍ଦିର ଫାଟକରେ ଲାଗିଥିବା ଏହି ଚିଠି ଟି ଠାକୁରଙ୍କ ଉଦ୍ଦେଶ୍ୟରେ ଲେଖି ଛାଡ଼ି ଯାଇଛି ଚୋର। ଯେଉଁଥିରେ ଚୋର ଉଲ୍ଲେଖ କରିଛି, ଚୋରି କରିବା ପରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଛି । ଅନୁତାପ କରିବା ପରେ ରବିବାର ରାତିରେ ଏକ ପଲିଥିନ୍ରେ ଚୋରି କରିଥିବା ଠାକୁରଙ୍କ ସମସ୍ତ ଅଳଙ୍କାର ଫେରାଇଛି । ଏହାସହ ୧୦୧ଟଙ୍କା ଜରିମାନା ଓ ୨୦୧ ଟଙ୍କା ଦକ୍ଷିଣା ଦେଇ ଛାଡି ଯାଇଥିଲା ।
୨୦୧୪ରେ ଗୋପୀନାଥ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଥିଲା । ଯେଉଁଥିରେ ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି ଓ ଘଣ୍ଟକୁ ଚୋରି କରିଥିଲା ଚୋର । ସେତେବେଳେ ଗ୍ରାମବାସୀ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିବା ବେଳେ ଗୁଣିଗାରେଡ଼ି ମଧ୍ୟ କରିଥିଲେ । ହେଲେ ଚୋରୀ ସାମଗ୍ରୀ ଫେରିନଥିଲା । ପରେ ଗ୍ରାମବାସୀ ଆଶା ଛାଡି ଦେଇଥିଲେ । ୯ ବର୍ଷ ପରେ ଠାକୁରଙ୍କ ଚୋରୀ ସାମଗ୍ରୀ ମିଳିବା ପରେ ଏବେ ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।
ପଢନ୍ତୁ ଏହି ଖବର:
Cyclone Mocha: ବାତ୍ୟା ମୋକା ମାଡ଼ରେ ଛାରଖାର ମିଆଁମାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।