ଦୀର୍ଘ ୪ ମାସ ପରେ ଖୋଲିଲା ଶ୍ରୀମନ୍ଦିର; ଏସ.ଓ.ପି ବା ସ୍ବତନ୍ତ୍ର ଗାଇଡଲାଇନ୍ ଆଧାରରେ ଭକ୍ତ କରୁଛନ୍ତି ଦର୍ଶନ

ମଙ୍ଗଳ ଆଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ କରିବେ ଦର୍ଶନ। ଶ୍ରୀମନ୍ଦିରରେ ପାନ ଗୁଟଖା ସହ ପ୍ଲାଷ୍ଟିକ ପଲିଥିନ ମୁକ୍ତ ନେଇ ହୋଇଛି କଟକଣା। ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଖାଇଲେ କିମ୍ବା ଛେପ ପକାଇଲେ ଭକ୍ତ ଗଣିବେ ୫୦୦ ଟଙ୍କା ଆଉ ପଲିଥିନ ନେଲେ ଗଣିବେ ୧୦୦ ଟଙ୍କା।

ଦୀର୍ଘ ୪ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ଦୀର୍ଘ ୪ ମାସ ପରେ ଖୋଲିଲା ଶ୍ରୀମନ୍ଦିର

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରୀ ହେଲା ସ୍ୱତନ୍ତ୍ର ଏସ.ଓ.ପି. । ଏହାର ଆଧାରରେ ଆରମ୍ଭ ହୋଇଛି ଦର୍ଶନ । ଏ ମାସ ୧୨ ଓ ୧୩ ତାରିଖ ଦିନ ସେବାୟତ ଓ ସେବାୟତଙ୍କ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ସେମାନେ ସ୍ୱାସ୍ଥ୍ୟ ବୀମା କାର୍ଡ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ଯେକୌଣସି ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ମଙ୍ଗଳ ଆଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ କରିବେ ଦର୍ଶନ। ଶ୍ରୀମନ୍ଦିରରେ ପାନ ଗୁଟଖା ସହ ପ୍ଲାଷ୍ଟିକ ପଲିଥିନ ମୁକ୍ତ ନେଇ ହୋଇଛି କଟକଣା। ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଖାଇଲେ କିମ୍ବା ଛେପ ପକାଇଲେ ଭକ୍ତ ଗଣିବେ ୫୦୦ ଟଙ୍କା ଆଉ ପଲିଥିନ ନେଲେ ଗଣିବେ ୧୦୦ ଟଙ୍କା।

ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, " ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ଜାରୀ ହୋଇଛି ଏସ.ଓ.ପି.। ଆସନ୍ତା ୧୬ ତାରିଖକୁ ଆରମ୍ଭ ହେବ ପୁରୀ ସହରବାସୀଙ୍କ ଦର୍ଶନ । ଆଉ ୨୦ ତାରିଖ ପର୍ଯ୍ୟନ୍ତ ଦର୍ଶନ ପରେ ୨୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ୧୨ ଓ ୧୩ ତାରିଖରେ ସେବାୟତ ଓ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ହୋଇଛି ବ୍ୟବସ୍ଥା । ଦର୍ଶନ ସମୟ ମଙ୍ଗଳ ଆଳତୀରୁ ଆରମ୍ଭ କରି ରାତ୍ର ପହୁଡ଼ ପର୍ଯ୍ୟନ୍ତ ରଖାଯାଇଛି । ସେମାନେ ଶ୍ରୀମନ୍ଦିରର ଯେକୌଣସି ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବାର ଭଳି ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଯିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ବା ସ୍ୱାସ୍ଥ୍ୟ ବୀମା ପ୍ରମାଣ ପତ୍ର ଦେଖାଇ ଦର୍ଶନ କରିବେ । ପୁରୀ ସହରବାସୀ ଦର୍ଶନ ପାଇଁ ଆସନ୍ତା ୧୬ ତାରିଖରୁ ୨୦, ୨୧ ଓ ୨୨ ତାରିଖ ଦୁଇ ଦିନ ସଟଡାଉନ ଓ ମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ । ମନ୍ଦିରକୁ ବ୍ୟାରିକେଡ ଦେଇ ଧାଡ଼ି ଦର୍ଶନରେ ଯିବେ ସହରବାସୀ । ସେମାନେ ଫଟୋ ପରିଚୟ ପତ୍ର ଦେଖାଇ ପ୍ରବେଶ କରିବେ। ଏହା ସହିତ ପୌରସଂସ୍ଥା ପକ୍ଷରୁ ଦିଆଯାଇଥିବା ଟୋକନ ନେଇକି ସମସ୍ତେ ଭିତରକୁ ଯିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିବ ଦର୍ଶନ ସମୟ । ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ସାଙ୍ଗରେ କୋଭିଡ ଟିକାର ସମ୍ପୁର୍ଣ୍ଣ ପ୍ରମାଣପତ୍ର ବା ୯୬ ଘଣ୍ଟା ଭିତରର କୋଭିଡ ନେଗେଟିଭ ପ୍ରମାଣ ପତ୍ର ସହ ପରିଚୟ ପତ୍ର ନେଇ ଭିତରକୁ ଯାଇପାରିବେ ଭକ୍ତ । ସେମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ତିନି ଦ୍ୱାରରେ ପ୍ରସ୍ଥାନ କରିବେ । ସ୍ୱତନ୍ତ୍ର ପର୍ବପର୍ବାଣୀ ଓ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବେଶ ପାଇଁ ବନ୍ଦ ରହିବ ମନ୍ଦିର । ମାସ୍କ ପରିଧାନ ଶ୍ରୀମନ୍ଦିର ଭିତର ଓ ବାହାରେ ଭକ୍ତଙ୍କ ପାଇଁ ବାଧ୍ୟତାମୁଳକ । ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିବେ ନାହିଁ । ମନ୍ଦିର ଭିତରକୁ ଫୁଲ , ଭୋଗ କି ଦୀପ ଜଳାଇବା ଉପରେ କଟକଣା ଲଗାଯାଇଛି । ଛେପ ପକାଇବା ବା ପାନ ଖାଇବା ଉପରେ ୫୦୦ ଟଙ୍କା ଜୋରିମନା ଦେବେ । ପଲିଥିନ ମନ୍ଦିର ଭିତରକୁ ଯିବା ଉପରେ କଟକଣା ଓ ନେଲେ ୧୦୦ ଟଙ୍କା ଫାଇନ କରାଯିବ । ଆନନ୍ଦବଜାରର ମହାପ୍ରସାଦ ନେଇପାରିବେ କିନ୍ତୁ ଏହାକୁ ସେଠାରେ ସେବନ କରିପାରିବେ ନାହିଁ । ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ ସ୍ୱତନ୍ତ୍ର ଧାଡ଼ି ରହିଛି । ଭକ୍ତମାନେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଗାଡି ପାର୍କିଂ କରିପାରିବେ ।"

କରୋନା ଗାଇଡଲାଇନ୍ ସହ ଖୋଲିଲା ଶ୍ରୀମନ୍ଦିର


ସମର୍ଥ ବର୍ମାଙ୍କ ବ୍ୟତୀତ ବରିଷ୍ଠ ଦଇତାପତି ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିର ଦର୍ଶନ ନେଇ ସ୍ୱତନ୍ତ୍ର ଏସି.ଓ.ପି. ଜାରି ହେବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି। ଦୀର୍ଘ ୪ ମାସ ଧରି ଭକ୍ତ ଭଗବାନଙ୍କ ଠାରୁ ଦୂରେଇ ରହିବା ସମସ୍ତଙ୍କୁ ବେଶ୍ ବିବ୍ରତ କରିଥିଲା। କୋଭିଡର କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ଦୂରର କଥା ମନ୍ଦିର ମାଡ଼ି ପାରୁନଥିଲେ ଭକ୍ତ। ପୁଣି ସେବାୟତଙ୍କ ମହିଳା ମାନଙ୍କ ପାଇଁ ମଧ୍ୟ ରହିଥିଲା କଟକଣା। ଆଉ ଏବେ ପ୍ରଥମେ ସେବାୟତ ପରିବାରକୁ ଦର୍ଶନ ଅନୁମତି ମିଳିଥିବାରୁ ପ୍ରଶାସନକୁ ସାଧୁବାଦ ଦେଇଛନ୍ତି ସେବାୟତ। ଯାହା ଫଳରେ ସେବାୟତ ପରିବାରର ମହିଳାମାନେ ଓ ବୟସ୍କମାନେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଦର୍ଶନ କରି ସାନିଧ୍ୟ ପାଇଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଯେ କୌଁଣସି ଦ୍ୱାରରେ ପ୍ରବେଶ ଓ ପ୍ରସ୍ଥାନର ହୋଇଛି ବ୍ୟବସ୍ଥା । ଆଉ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଖୁସି ଅନୁଭବ କରିଛନ୍ତି ।"

"ଦର୍ଶନ ପାଇଁ ଏସ.ଓ.ପି. ବ୍ୟବସ୍ଥା ସଠିକ ଭାବେ କରାଯାଇଛି। ହେଲେ ପୁରୀକୁ ପ୍ରବେଶ କରୁଥିବା ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ରେଳଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡ ଓ ହୋଟେଲ ଆଦି ମାନଙ୍କରେ ଯାଞ୍ଚ କରାଯାଇ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଦେଖାଯାଉଛି। ନଚେତ ଏବେ ପୁରୀରେ ସଂକ୍ରମଣ ହାର କମ୍ ରହିଥିବା ବେଳେ ମନ୍ଦିର ଖୋଲିଲେ ତାହା ଦ୍ୱିଗୁଣିତ ହେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି, " ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ।

୪୮ ବର୍ଷୀୟ ୨୮ ନମ୍ବର ୱାର୍ଡବାସିନ୍ଦା ଜ୍ୟୋତି ମହପାତ୍ର କହିଛନ୍ତି, "ସ୍ନାନ ପୁର୍ଣ୍ଣିମା ଓ ରଥ ଯାତ୍ରାରେ କୋଭିଡ କଟକଣା ମାନି ସହରବାସୀ ଘରେ ରହି ପ୍ରଶାସନକୁ ସହଯୋଗ କରିଥିବାରୁ ଆଜି ସେମାନଙ୍କୁ ପ୍ରଥମେ ଦର୍ଶନର ସୁବିଧା ମିଳୁଥିବାରୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ୱାର୍ଡୱାରୀ ଟୋକନ ବ୍ୟବସ୍ଥା ହଟାଇ କେବଳ ପରିଚୟ ପତ୍ର ଓ କୋଭିଡ୍ ନେଗେଟିଭ ଦେଖି ଛଡ଼ାଯିବାକୁ ବାଧ୍ୟତାମୂଳକ କରାଯାଉ ।’’

ଦୀର୍ଘ ୪ ମାସ ପରେ ଖୋଲିଲା ଶ୍ରୀମନ୍ଦିର


ଆଗକୁ ଆସୁଛି କୋଭିଡର ତୃତୀୟ ଲହର। କୋଭିଡ କଟକଣାକୁ ନେଇ ଆରମ୍ଭ ହେବାକୁ ଥିବା ଦର୍ଶନ ବ୍ୟବସ୍ଥା କେତେ ମାତ୍ରାରେ ସଂକ୍ରମଣକୁ ରୋକି ପାରିବ ତାହା ପ୍ରଶାସନ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ।

"ଦୀର୍ଘ ୪ ମାସ ପରେ କାଳିଆ ସାଆନ୍ତଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରି ଆଖି ପବିତ୍ର ହୋଇଗଲା । ସେବାୟତ ଘରର ହୋଇ ମଧ୍ୟ କଟକଣାକୁ ମାନି ଘରେ ରହିଥିଲୁ । ଆଉ ଏବେ ଆମ ପାଇଁ ଦୁଇ ଦିନ ଦର୍ଶନ ବ୍ୟବସ୍ଥା କରାଯାଇଥିବାରୁ ମଙ୍ଗଳଆଳତୀ ଦେଖିବା ସହ ସନ୍ଧ୍ୟା ଆଳତୀ ଦେଖି ଏ ମନ ପବିତ୍ର ହୋଇଗଲା,’’ କହିଛନ୍ତି ସେବାୟତ ଘରର ମହିଳା କୁମୁଦିନୀ ପ୍ରତିହାରୀ ।
Published by:Lipina Das
First published: