News18 Odia Digital
ଭୁବନେଶ୍ୱର: ଘଣ୍ଟାରେ ବାଜିବ ୧୨..ଚାରିଆଡେ ଶୁଭିବ ଆତସବାଜି। ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବେ ଲୋକ। ଭଲ ଭଲ ଖାଦ୍ୟର ଆଦାନପ୍ରଦାନ ହେବ। ଆନନ୍ଦ ଉଲ୍ଲାସରେ ନୂଆ ବର୍ଷକୁ ସ୍ୱାଗତ କରିବେ ଲୋକ।
ଦୀର୍ଘ ୨ ବର୍ଷର କରୋନା କହର ପରେ ୨୦୨୩ ନୂଆ ବର୍ଷକୁ ସ୍ୱାଗତ କରିବେ ଦେଶବାସୀ। କରୋନା ଯୋଗୁଁ ପୂର୍ବ ୨ ବର୍ଷ ଧୁମଧାମରେ ନୂଆ ବର୍ଷ ସେଲେବ୍ରେସନ କରି ହୋଇନଥିଲା। କିନ୍ତୁ ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ କୋଭିଡ ଭୟ ନ ଯାଇଥିଲେ ବି ସେଲେବ୍ରେସନ ପାଇଁ ଖୁସି ହେଉଛନ୍ତି ଲୋକ। କିନ୍ତୁ ଏସବୁ ମଧ୍ଯରେ ଭୁବନେଶ୍ୱର ଡ଼ିସିପି କିିଛି ସୂଚନା ପ୍ରଦାନ କରିଛନ୍ତି ।
-ଅନ୍ୟପଟେ ଆଜି ରାଜଧାନୀରେ ଜିରୋ ନାଇଟ୍ ପାର୍ଟି ଆୟୋଜନ କରୁଥିବା ସମସ୍ତ ହୋଟେଲ୍ ଓ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଆଡଭାଇଜରି ଜାରି କରାଯାଇଛି। ରାତି ୧୨ ଯାଏଁ ପାର୍ଟି ପାଇଁ ଅନୁମତି ଥିବା ବେଳେ ସନ୍ଧ୍ୟା ୭ରୁ ରାଜଧାନୀରେ ଫୁଲ୍ ଟାଇଟ୍ ହୋଇଛି ସୁରକ୍ଷା ବ୍ୟବସ୍ଥା ।
-ଅଧିକ ଫୋର୍ସ ଓ ପିସିଆର୍ ଭ୍ୟାନ୍ ନିୟୋଜିତ ହୋଇଛନ୍ତି। ଅମାନିଆ ଓ ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ରାତି ୨ଟା ଯାଏଁ ଚେକିଂ ଚାଲିବ ।
-ଗାଡ଼ିସବୁ ଠିକ୍ ସ୍ଥାନରେ ପାର୍କିଂ ଓ ଲକ୍ କରନ୍ତୁ। ରାସ୍ତାରେ ଗାଡ଼ି ଛାଡ଼ି ଯାଆନ୍ତୁ ନାହିଁ। ରାସ୍ତା ଉପରେ ନୋ ପାର୍କିଂରେ ଗାଡ଼ି ରଖନ୍ତୁ ନାହିଁ।
-୨୮ଟି ଜାଗାରେ ଓଭର୍ ସ୍ପିଡ୍ ଓ ରାସ ଡ୍ରାଇଭିଂ ଓ ୧୭ଟି ଜାଗାରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ ପାଇଁ ପୋଲିସ ନିୟୋଜିତ ହୋଇଛନ୍ତି। ଜରୁରୀ ସ୍ଥିତି ନିୟନ୍ତ୍ରଣ ପାଇଁ କୁଇକ୍ ରେସ୍ପନ୍ସ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ସଜାଗ ରହିବେ।
-ଜିରୋ ନାଇଟ୍ ସେଲିବ୍ରେସନ୍ ଦିନ ଓ ଜାନୁଆରୀ ୧ ତାରିଖ ଦିନ ଟ୍ରାଫିକ ଜାମ୍ ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି। ଯଦି କୌଣସି ପାର୍ଟିକୁ ଯାଉଛନ୍ତି ତା’ହେଲେ ଡ୍ରାଇଭରଙ୍କୁ ସାଙ୍ଗରେ ନିଅନ୍ତୁ।
-ଜନପଥ, ନନ୍ଦନକାନନ ରୋଡ୍, କଟକ ରୋଡ୍, ରସୁଲଗଡ଼ ଏସବୁ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ଅଧିକ ରହିପାରେ’ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।