ବିବାହର ୨ ମାସ ପରେ ବିଷ ପିଇ ଆତ୍ମହତ୍ୟା କଲେ ନବ ଦମ୍ପତି

ଫେସବୁକରେ ପ୍ରେମ। ପରେ ବିବାହ। ହେଲେ ବିବାହର ଦୁଇ ମାସ ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ନବ ଦମ୍ପତି।

ବିବାହର ୨ ମାସ ପରେ ବିଷ ପିଇ ଆତ୍ମହତ୍ୟା କଲେ ନବ ଦମ୍ପତି

ବିବାହର ୨ ମାସ ପରେ ବିଷ ପିଇ ଆତ୍ମହତ୍ୟା କଲେ ନବ ଦମ୍ପତି

  • News18 Odia
  • Last Updated :
  • Share this:
News18 Odia Digital

ବାଲେଶ୍ବର: ବାହାଘରର ଦୁଇ ମାସର ଗୋଟିଏ ଦିନ ପୂର୍ବରୁ ନବ ବିବାହିତଙ୍କ ଚରମ ନିଷ୍ପତ୍ତି। ଘର ଭିତରେ କବାଟ କିଳି ଉଭୟ ବିଷ ଖାଇ କଲେ ଆତ୍ମହତ୍ୟା। ଆର୍ଥିକ ସମସ୍ୟାରେ ବିଚଳିତ ହୋଇ ଆତ୍ମହତ୍ୟା ରାସ୍ତା ଆପଣେଇଥିବା ସନ୍ଦେହ। ସେପଟେ ଝିଅର ବାପାଙ୍କ ଅନୁସାରେ ମୃତ୍ୟୁ ପୂର୍ବରୁ ଯୌତୁକ ନେଇ ମା'କୁ ଫୋନ କରି କହିଥିଲା ଝିଅ।

ଜୁଲାଇ ୩ରେ ହୋଇଥିଲା ବାହାଘର। ବଞ୍ଚିଥିଲେ ଶନିବାର ବିବାହକୁ ମାତ୍ର ୨ ମାସ ପୂରିଥାନ୍ତା। ସଂସାର କେମିତି ଗଢ଼ିବେ ସେନେଇ ଉଭୟ ସ୍ବପ୍ନ ଦେଖୁଥିଲେ। ହେଲେ ପରିବାରର ଆର୍ଥିକ ଅନଟନ କାଳ ସାଜିଲା। ଯାହାକୁ ସହି ନପାରି ବିଷ ପିଇ ନବ ଦମ୍ପତି ଆତ୍ମହତ୍ୟାର ବାଟ ବାଛିନେଲେ।

ଏଭଳି ଏକ ଦୁଃଖଦ ଘଟଣା ଶନିବାର ବାଲେଶ୍ବର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ମଧୁପୁରା ଗ୍ରାମରେ ଘଟିଯାଇଛି। ଘଟଣା ଅନୁସାରେ ବିଭୂତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ଜେନା ପକ୍କା ମିସ୍ତ୍ରୀ ଭାବେ କାମ କରନ୍ତି।

ବିବାହର ୨ ମାସ ପରେ ବିଷ ପିଇ ଆତ୍ମହତ୍ୟା କଲେ ନବ ଦମ୍ପତି


ଫେସ୍‌ବୁକରେ କିଛି ମାସ ପୂର୍ବରୁ ଆନନ୍ଦପୁର ଅଞ୍ଚଳର ଜେନାଙ୍କ ସହ ତାଙ୍କର କେନ୍ଦୁଝର ଜିଲ୍ଲା ବେବିରାଣୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ଼ ହେବାରୁ ଗତ ରଥଯାତ୍ରା ସମୟରେ ଯୁବତୀଜଣକ ଘର ଛାଡ଼ିଚାଲି ଆସିବା ପରେ ଉଭୟ ପରିବାର ଆଲୋଚନା କରି ବୈଦିକ ରୀତିନୀତିରେ ଗାଁ ମନ୍ଦିରରେ ବିବାହ କରିଥିଲେ।

"କିଛି ଦିନ ତଳେ ମୁଁ ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବାରୁ ଘରେ ବସିଥିଲି। ଆଉ ମୋ ପରିବାରବର୍ଗ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ଏଥି ପାଇଁ ମୋ ପୁଅ-ବୋହୂ ମାନସିକ ଚାପରେ ରହୁଥିଲେ। ଘରେ କେହି ନଥିବା ବେଳେ ଦୁହେଁ ଭିତରପଟୁ ଘର କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ,’’ ଏମିତି କହିଛନ୍ତି ବିଭୁତି ଭୂଷଣ ଜେନାଙ୍କ ବାପା ହରି ଶଙ୍କର।

ମୁଖ୍ୟ କଥା ହେଲା ମୃତ୍ୟୁର ଠିକ ଚାରିଦିନ ପୂର୍ବରୁ ପରିବାର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ଉଭୟ। ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ ହରିଶଙ୍କର ଅସୁସ୍ଥ ହୋଇ କାମ କରୁନଥିବା ବେଳେ କିପରି ପରିବାର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଉଭୟ। ନା ଏହା ପଛରେ ପରିବାର ଆଉ କିଛି ଲୁଚାଉଛନ୍ତି।

ବେବିରାଣୀ ଜେନା କିଛିଦିନ ତଳେ ତାଙ୍କ ମା'ଙ୍କୁ ଯୌତୁକ ନେଇ ଶ୍ୱଶୁର ଘର ଦାବି କରୁଥିବା ଫୋନରେ କହିଥିଲେ ବୋଲି ବେବିଙ୍କ ବାପା କହିଛନ୍ତି। ଏଥି ପାଇଁ ଉଭୟଙ୍କ ମୃତ୍ୟୁକୁ ନେଇ ଉଠୁଛି କିଛି ପ୍ରଶ୍ନ।

ପ୍ରକୃତରେ ଉଭୟ ମୃତ୍ୟୁ ପଛରେ ଆର୍ଥିକ ଅଭାବ ଥିଲା ନା ଏହା ପଛରେ ରହିଛି ଆଉ କିଛି କାରଣ ? ଯଦି ଯୌତୁକ ଦାବି ହେଉଥିଲା ତେବେ ଏନେଇ ଝିଅର ବାପା ଥାନାରେ କାହିଁକି ଅଭିଯୋଗ କରୁନାହାଁନ୍ତି?

ବିଭୁତିଙ୍କ କହିବା ଅନୁଯାୟୀ ୩୦ ହଜାର ଟଙ୍କା ରୋଜଗାର କରୁଥିବା ସ୍ତ୍ରୀ ବେବିନା କହି ହରୀଙ୍କ ସହିତ ଝଗଡ଼ା କରୁଥିଲା ତେବେ ଫେସବୁକ ବିବାହରେ କିଛି ମିଛ ପ୍ରତିଶୃତି ଥିଲା କି?

ଏନେଇ ପୋଲିସ UD କେସ ୪୯/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଶନିବାର ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡୁଛି।
Published by:Lipina Das
First published: