ବିଜେପି ସଭାପତି ଭାବେ ଦାୟିତ୍ବ ନେଲେ ସମୀର ମହାନ୍ତି, ଦଳକୁ ରାଜ୍ୟରେ ଏକ ନମ୍ବର କରିବା ସହ ସହରୀ ଭୋଟରଙ୍କ ବିଶ୍ବାସ ଭାଜନ ହେବା ଲକ୍ଷ୍ୟ

ରାଜ୍ୟ ରାଜନୈତିକ ପୃଷ୍ଠଭୂମିରେ ନିଜକୁ ଜଣେ ଆଗଧାଡ଼ିର ନେତା ଭାବେ ପ୍ରତିପାଦନ କରିପାରିଥିବା ସମୀର ମହାନ୍ତିଙ୍କ ଉପରେ ବିଜେପି ଭରସା କରି ରାଜ୍ୟ ସଂଗଠନର ମଙ୍ଗୁଆଳ କରିଛି । ସମୀରଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିବାବେଳେ ଆଗକୁ ଆସୁଥିବା ପୌର ନିର୍ବାଚନରେ ଭଲ ଫଳା ଫଳ କରିବା ସହବୁଠାରୁ ବଡ଼ ପରୀକ୍ଷା ହେବ ।

ବିଜେପି ସଭାପତି ଭାବେ ଦାୟିତ୍ବ ନେଲେ ସମୀର ମହାନ୍ତି, ଦଳକୁ ରାଜ୍ୟରେ ଏକ ନମ୍ବର କରିବା ସହ ସହରୀ ଭୋଟରଙ୍କ ବିଶ୍ବାସ ଭାଜନ ହେବା ଲକ୍ଷ୍ୟ
ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ କାର୍ଯ୍ୟଳୟରେ
  • News18 Odia
  • Last Updated: January 17, 2020, 2:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟ ବିଜେପିକୁ ସମୀର ମହାନ୍ତିଙ୍କ ଭାବେ ନିଜର ୯ବମ ସଭାପତି ମିଳିଥିବାବେଳେ ୧୭ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ବ  ଗ୍ରହଣ କରିଛନ୍ତି । ୧୬ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନିର୍ବାଚନରେ ସମୀର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବାବେଳେ ୧୭ରେ ଔପଚାରିକ ଭାବେ ଦାୟିତ୍ବ ନେଇଛନ୍ତି । ଏହିପରି ଭାବେ ଦୀର୍ଘ ୧୬ ବର୍ଷ ପରେ ଉପକୂଳ ଓଡ଼ିଶାରୁ ସମୀର ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି । ଶେଷଥରପାଇଁ ମନମୋହନ ସାମଲ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରୁ ରାଜ୍ୟ ବିଜେପିର ସଭାପତି ହୋଇଥିଲେ । ବିଧିବଦ୍ଧ ଭାବେ ଦାୟିତ୍ବ ନେବାପରେ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କୁ ସମ୍ବୋଧନ କରି ସମୀର ୨୦୨୪ରେ ଦଳକୁ ରାଜ୍ୟରେ କ୍ଷମତାସୀନ କରାରଇବା ସହ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ସହରୀ ଭୋଟରଙ୍କ ପାଖରେ ଲୋକପ୍ରିୟ କରାଇବା ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ । ଦଳର ନୀତି ଆଦର୍ଶକୁ  ସାଥୀରେ ନେଇ ଏବଂ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକରିବେ ବୋଲି କହିଥିଲେ ।

ରାଜ୍ୟ ବିଜେପିର ଆଗଧାଡ଼ିର ନେତା ସମୀର ନିଜର ପ୍ରଥମ ସଭାପତି ହେବା ପରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ‘‘ ବିଗତ ଦିନରେ ଓଡ଼ିଶାର ଲୋକମାନେ ଦଳକୁ ବିରୋଧୀ ଦଳର ଆସନରେ ବସାଇଥିବାବେଳେ ଅନେକ ଜ୍ଞାନୀ ଗୁଣୀ ବିଧାୟକଙ୍କୁ ନିର୍ବାଚିତ କରିଛନ୍ତି । ସେମାନେ ହେଉଛନ୍ତି ଆମର ଦଳର  ସମ୍ପଦ ସେମାନଙ୍କର ଶକ୍ତି ଓ ସାମର୍ଥ୍ୟ ଆଗାମୀ ଦିନରେ ବିଧାନ ସଭାରେ ପ୍ରତିଫଳିତ ହେବ । ଓଡ଼ିଶାର ସ୍ବରକୁ ଦିଲ୍ଲୀରେ ବଳଦେବା ପାଇଁ ଯେଉଁଭଳି ସାଂସଦଙ୍କୁ ପଠାଇଛନ୍ତି ସେମାନଙ୍କର ସହଯୋଗ ଅଦ୍ବିତୀୟ ଏବଂ ଲକ୍ଷ ଲକ୍ଷ ଓଡ଼ିଶା ବାସୀଙ୍କ ପାଖରେ କୃତଜ୍ଞ । ଆଜି ପ୍ରଧାନମନ୍ତ୍ରୀଙ୍କର ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଓଡ଼ିଶାର ୩୭ ହଜାର ବୁଥରେ ପହଞ୍ଚାଇ ଯାଇପାରିବ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କର ସ୍ବପ୍ନକୁ ସାକାରା କରାଯିବ ସେନେଇ ସମସ୍ତ ବୁଥ୍ କାର୍ଯ୍ୟକର୍ତ୍ତା ଚେଷ୍ଟା କରିବା ଦରକାର । ବିଗତ ଦିନରେ ଅନେକ ଆହ୍ବାନକୁ ରାଜ୍ୟରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାମାନେ ସଫଳତାର ସହ ନିର୍ବାହ କରିଥିବାବେଳେ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ବାନକୁ ମଧ୍ୟ ସଫଳତାର ସହ ନିର୍ବାହ କରିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି । ମୋର ସୌଭାଗ୍ୟ ଯେ ଏହା ପୂର୍ବର ସମସ୍ତ ସଭାପତିମାନଙ୍କ ସହ ମୋତେ କାମ କରିବାର ସୁଯୋଗ ମିଳିଛି । ସେତେବେଳର କଷ୍ଟସାଧ୍ୟ ସମୟରେ ମଧ୍ୟ ଦଳର କାମ କରିଥିବା ଦେଖିଥିବାବେଳ ବର୍ତ୍ତମାନର ଭଲ ସମୟରେ ଦଳକୁ କିପରି ରାଜ୍ୟରେ ଅଧିକ ବିଶ୍ବାସ ଭାଜନ କରାଇବା ସେହି ଲକ୍ଷ୍ୟ ରହିଛ‘‘ ବୋଲି କହିଥିଲେ ।

ଏହି ଅବସରରେ ସମୀରଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭା ସଦସ୍ୟ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସୌଦାନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ସମୀରଙ୍କ ରାଜନୈତିକ କ୍ୟାରିୟର

୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ ସମୀର। ୧୯୭୭ରେ ଛାତ୍ର ସଂଗଠନ ଏବିଭିପିରୁ ସେ ରାଜ୍ୟନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାର ବର୍ଷକ ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ। ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ସମୀର।
First published: January 17, 2020, 2:16 PM IST