ଅଷ୍ଟ୍ରେଲିଆରୁ ମା'ଙ୍କୁ ଚିଠି ଲେଖିଛି ମମତା; ୧୬ ବର୍ଷ ପରେ ମା'କୁ ଖୋଜୁଛି ଝିଅ

ମମତା ଯେତେବେଳେ ସିଂହଦ୍ୱାରରୁ ଉଦ୍ଧାର ହୋଇଥିଲେ ସେତେବେଳେ ସେ ମାତ୍ର ୩ ବର୍ଷର। ଆଉ ତା ଦେହରେ କ୍ଷତ ଓ ରକ୍ତର ଚିହ୍ନ। ମାତ୍ର ତାକୁ ଏହି ହାତରେ କୋଳେଇ ନେଇଥିଲି। ହେଲେ ଆଜି ସେହି ଝିଅର ମା'କୁ ଖୋଜିବା ନେଇ ଚିଠି ଲେଖିଛନ୍ତି। ଯାହା ହୃଦୟବିଦାରକ।

୧୬ ବର୍ଷ ପରେ ମା'କୁ ଖୋଜୁଛି ଝିଅ

୧୬ ବର୍ଷ ପରେ ମା'କୁ ଖୋଜୁଛି ଝିଅ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଅଷ୍ଟ୍ରେଲିଆରୁ ମମତା ଦେଇଛି ତାଙ୍କ ମା'ଙ୍କ ପାଇଁ ଚିଠି। ତେବେ ୩ ବର୍ଷ ବୟସରୁ ପୌଷ୍ୟ ସନ୍ତାନ ହୋଇ ଅଷ୍ଟ୍ରେଲିଆ ଭିକ୍ଟୋରିଆର ଫେନି ଦମ୍ପତିଙ୍କ ଘରେ ଏବେ ଅଳିଅଳି ଝିଅ। ୧୯ ବର୍ଷୀୟା ରିସର୍ଚ୍ଚ ସ୍କଲର ମମତା ଫେନି ଏବେ ଖୋଜୁଛି ନିଜ ମାଆଙ୍କୁ। ଆଉ ଚାଇଲ୍ଡ ଲାଇନକୁ ଚିଠି ଲେଖି ନିଜ ମା ଓ ସେ କେଉଁଠି ଅଛି ତାକୁ ଭେଟିବା ପାଇଁ ଜାନୁଆରୀରେ ପୁରୀ ଆସିବେ ବୋଲି କହିଛି ମମତା। ଆଉ ଏ ନେଇ ସରକାରୀ ନିୟମ ଅନୁଯାୟୀ ରହିଛି ପୌଷ୍ୟ ସନ୍ତାନଙ୍କ ରୁଟ ସର୍ଚ୍ଚ ବ୍ୟବସ୍ଥା।

ତେବେ ୩ ବର୍ଷର ଜୀବନ କ’ଣ ବୁଝିବା ଆଗରୁ ସେ ହୋଇଥିଲା ପୌଷ୍ୟ ସନ୍ତାନ। ଉଦ୍ଧାର ବେଳେ ତା ଶରୀର ଅସନା, ଅପରିସ୍କାର ହୋଇପଡ଼ିଥିଲା। ଆଉ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମା’ ନିଜ କଅଁଳା ଝିଅକୁ ଟେକିଦେଇଥିଲା ପର ହାତରେ। ଅନ୍ତତଃ ଛୁଆଟା ତା'ର ବଞ୍ଚିଯିବ, ଏହି ଆଶାରେ। ଆଉ ଆଜି ଛୁଆ ମଣିଷ ହେଇଯିବା ପରେ ତା' ମାକୁ ଖୋଜୁଛି।

ଆଉ ଦେଇଥିବା ଚିଠିରେ ମମତା ଲେଖିଛି, ‘‘ମୁଁ ମମତା କହୁଛି, ଅଷ୍ଟ୍ରେଲିଆରୁ। ମା' ତୁ ଏବେ ପୁରୀରେ ଅଛୁ ତ! ବଡ଼ ଦାଣ୍ଡର ଗହଳି ଭିତରେ ତୁ ଭିକ୍ଷା ମାଗି କେତେ କଷ୍ଟ ପାଇଛୁ। ଆଉ ତୋ ମାତୃତ୍ବର ବଳିଦାନ ମୋ ପାଇଁ ଆଶୀର୍ବାଦ ହୋଇଛି। ହେଲେ ଆଜିବି ମୁଁ ସେଇ ରକ୍ତକୁ ଝୁରୁଛି। ତେଣୁ ଆଉ ହଜିଯିବନି ତୋ ଝିଅ। ତୁ ଅଜାଣତରେ ହାତ ଛାଡିଦେଲେ ବି, ମୁଁ ତତେ ପୁଣି ଖୋଜିନେବି। ତୋ କାନିରେ ମୁହଁ ପୋଛି ତୋତେ ଜାବୁଡି ଧରି କାନ୍ଦିବି। ଆଉ ଏଥର ତୋଠୁ ମତେ କେହି ଅଲଗା କରିପାରିବେନି। ହେଲେ ତୋତେ ଭେଟିବାକୁ ଚାହୁଁଛି। ତୁ ଯୋଉଁଠି ବସି ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିଲୁ ,ସେହି ମାଟି ନେଇ ଆସିବି। ହେଲେ ତୋତେ ଦେଖିବାକୁ ମୋ ଛାତି ଫାଟିଯାଉଛି।’’

ଅଷ୍ଟ୍ରେଲିଆରୁ ମା'ଙ୍କୁ ଚିଠି ଲେଖିଛି ମମତା


ଆଉ ଜାନୁଆରୀରେ ସେ ପୁରୀ ଆସିବେ। ତା ପୂର୍ବରୁ ମା' ବାସନ୍ତୀଙ୍କୁ ଖୋଜିବା ପାଇଁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ଚାଇଲ୍ଡ ଲାଇନ ମୁଖ୍ୟ ଦେବାଶିଷ ରଥ। ତେବେ ଅଷ୍ଟ୍ରେଲିଆରୁ ଏମିତି ଚିଠି ଦେଇଛି ମମତା। ମା’କୁ ଖୋଜୁଛି ସିଏ। ଦିନେ ଭିକାରୁଣୀର ଝିଅ ଥିବା ମମତା ଆଜି ଅଷ୍ଟ୍ରେଲିଆରେ ଜୀବନ ଗଢୁଛନ୍ତି। ଚିଠ ବି ଇଂରାଜୀରେ ଲେଖିଛନ୍ତି।

ଆଉ ମା’ର କୋଳ ଓ ମାତୃଭୂମୀର ମନେପଡ଼ିଛି ତାଙ୍କର। ତେବେ ମମତାର ଅତୀତ ପାଇଁ ଦେଖିବାକୁ ପଡ଼ିବ ୧୬ ବର୍ଷ ତଳକୁ। ସେତେବେଳେ ଚାଇଲ୍ଡ ଲାଇନରେ କାର୍ଯ୍ୟକରୁଥିବା ଓ ବର୍ତ୍ତମାନ ପୁରୀ ମେଡିକାଲରେ ଏଏନଏମ କାର୍ଯ୍ୟ କରୁଥିବା ଅସିମା ରାଜଗୁରୁଙ୍କ କଥା। ଯିଏ ଥିଲେ ଏ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ। ୨୦୦୭ ମସିହାର କଥା। ବଡ଼ଦାଣ୍ଡ ଗହଳିରେ ମା’ର ହାତରୁ ଖସିଯାଇଥିଲା କୁନି ଝିଅ ମମତା। ଦେହର କ୍ଷତ ଆଉ ରକ୍ତର ଚିହ୍ନ। ଜୀବନ କ’ଣ ବୁଝିବା ଆଗରୁ ତା ଶରୀର ଅସନା, ଅପରିସ୍କାର ହୋଇପଡିଥାଏ। ଆଉ ଝିଅର ସୁନ୍ଦର ଭବିଷ୍ୟତ ପାଇଁ ମା’ ନିଜ କଅଁଳା ଝିଅକୁ ଟେକିଦିଏ ପର ହାତରେ। ଅନ୍ତତଃ ଛୁଆଟା ତାର ବଞ୍ଚିଯିବ, ଏଇ ଆଶାରେ।ତେବେ ସେତେବେଳେ ତା ମା ବାସନ୍ତୀ କୁଷ୍ଠ ରୋଗୀ। ଦୁଇ ହାତରେ ଖଣ୍ଡିଆ ଆଙ୍ଗୁଠି ପୁଣି ଦୁର୍ବଳ ଶରୀର। ତେଣୁ ଶେଷ ଅବସ୍ଥାରେ ବସନ୍ତୀଙ୍କୁ ଆମେ ଖୋର୍ଦ୍ଧାରେ ଭେଟିଥିଲୁ। ତେବେ ଏବେ ୧୬ ବର୍ଷ ପରେ ଜୀବିତ ଥିବା ନେଇ ଆମେ ସନ୍ଦିହାନ।

ସେପଟେ ଏବେ ସେଇ କୁନି ଝିଅ ମମତା ବିଦେଶରେ ପାଠସାଠ ପଢ଼ି ବଡ଼ ମଣିଷ ହେଲାଣି। ମୁଣ୍ଡକୁ ହାତ ପାଇଲାଣି। ପୁରୀ ବଡ଼ଦାଣ୍ଡରେ ହଜିଯାଇଥିବା ଭିକାରୁଣୀ ମାର ଝିଅଟି ଏବେ ସୁଦୂର ଅଷ୍ଟ୍ରେଲିଆର ରିସର୍ଚ୍ଚ ସ୍କଲାର। କୁନି ଝିଅ ଆଜି ଅଷ୍ଟ୍ରେଲିଆନ ଗ୍ରାଜୁଏଟ। ରୁଟ୍ ଚାଟରେ ମା’କୁ ଖୋଜୁଛି ଝିଅ। ପୁରୀ ଚାଇଲ୍ଡ ଲାଇନରୁ ଉଦ୍ଧାର ହୋଇ ବିଦେଶୀ ଦମ୍ପତିଙ୍କ ପାଖରେ ଲାଳନ ପାଳନ ହୋଇଥିବା ମମତା ଦେଇଛି ଭାବପୂର୍ଣ୍ଣ ଚିଠି।ତେବେ ମମତା ଚାଇଲ୍ଡ ଲାଇନ ସହ ୩ ବର୍ଷ ଧରି ଯୋଗାଯୋଗ କରିଆସୁଛି। ୧୬ ବର୍ଷ ତଳେ ଯେଉଁ ମା’କୁ ଛାଡ଼ି ଯାଇଥିଲା ସେହି ଶ୍ରୀକ୍ଷେତ୍ର ଲେଉଟିବାକୁ ମନ କରୁଛି ସିଏ। ହେଲେ କାହାକୁ କିଛି ଜଣାନାହିଁ। କୋଉଠି ଅଛି ମମତାର ମା’। ତେଣୁ ଏ ଫଟୋରେ ଥିବା ମହିଳା ଜଣକ ହେଉଛନ୍ତି ମମତାଙ୍କ ମା’ ବାସନ୍ତି। ସେ ଏବେ ଅଛନ୍ତି କି ନାହିଁ, ସେ କଥା କାହାରିକୁ ଜଣା ନାହିଁ। ତଥାପି ଆପଣଙ୍କ ଭିତରୁ ଯଦି କେହି ଏ ମହିଳାଙ୍କ ସମ୍ପର୍କରେ ଜାଣିଥିବେ, ତେବେ ନିଶ୍ଚିତ 9୪୩୭୦୩୭୨୦୩ ନଂରେ ସୂଚନା ଜଣାଇଲେ ମମତାର ହୋଇପାରିବ ମା' ସହ ମିଳନ।
Published by:Lipina Das
First published: