ନନ୍ଦ ମଉସା ମୃତ ନା ଜୀବିତ? ବାଟ ଚାହିଁ ବସିଛନ୍ତି ଧର୍ମପତ୍ନୀ ସରସ୍ବତୀ

ନନ୍ଦକିଶୋର ମୃତ ନା ଜୀବିତ? ଏହାର ପ୍ରମାଣ ନା ପୋଲିସ ପାଖରେ ଅଛି ନା ବନ ବିଭାଗ ପାଖରେ। ଯଦି ପ୍ରମାଣ ନାହିଁ। ତେବେ କିପରି ଆମେ ତାଙ୍କର ଶୁଦ୍ଧକ୍ରିୟା କରିବୁ ବୋଲି ନନ୍ଦ କିଶୋରଙ୍କ ପୁରୁତା ରାମଚନ୍ଦ୍ର ବେହେରା ପ୍ରଶ୍ନ କହିଛନ୍ତି।

ନିଖୋଜ ମାମଲା

ନିଖୋଜ ମାମଲା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ୧୬ ଦିନ ବିତିଗଲାଣି। ହେଲେ ନନ୍ଦ ମାଉସାଙ୍କ ଖୋଜଖବର ମିଳୁନାହିଁ। ନନ୍ଦକିଶୋର ମୃତ ନା ଜୀବିତ? ତାକୁ ନେଇ ଏବେ ପରିବାରଙ୍କ ଲୋକ ଭିତରେ ଦ୍ଵନ୍ଦ। ଯେ ପର୍ଯ୍ୟନ୍ତ ନନ୍ଦକିଶୋରଙ୍କର କିଛି ପତା ମିଳି ନାହିଁ। ସେପର୍ଯ୍ୟନ୍ତ ଅପେକ୍ଷା କରିବୁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅପରକ୍ଷରେ କଟକ ରୁରାଲ ଏସପିଙ୍କ ନିକଟରେ ଆଜି ଏନେଇ ଫେରାଦ ହୋଇଛନ୍ତି ନନ୍ଦକିଶୋରଙ୍କ ପରିବାର।

ନନ୍ଦକିଶୋର ମୃତ ନା ଜୀବିତ? ଏହାର ପ୍ରମାଣ ନା ପୋଲିସ ପାଖରେ ଅଛି ନା ବନ ବିଭାଗ ପାଖରେ। ଯଦି ପ୍ରମାଣ ନାହିଁ। ତେବେ କିପରି ଆମେ ତାଙ୍କର ଶୁଦ୍ଧକ୍ରିୟା କରିବୁ ବୋଲି ନନ୍ଦ କିଶୋରଙ୍କ ପୁରୁତା ରାମଚନ୍ଦ୍ର ବେହେରା ପ୍ରଶ୍ନ କହିଛନ୍ତି।

ପ୍ରମାଣ ନ ମିଳିବା ଯାଏଁ ଆମେ ତାଙ୍କର ଶୁଦ୍ଧକ୍ରିୟା କରିବୁ ନାହିଁ। ଏହା ମଧ୍ୟରେ ୧୬ ଦିନ ବିତିଗଲାଣି। ଘର ଆଉ ଗାଁ ଲୋକ ବି ଆଶା ଛାଡ଼ି ଦେଲେଣି ବୋଧେ ଆଉ ଫେରିବେନି ନନ୍ଦ ମଉସା। ସେଥିପାଇଁ ଗାଁ ଲୋକ କିଏ କିଏ ମତ ଦେଲେଣି ଶୁଦ୍ଧିକ୍ରିୟା କରିବାକୁ। ଆଉ କିଏ କହୁଛି ଅପେକ୍ଷା କରିବାକୁ। ତେବେ ଏସବୁ ଭିତରେ ପରିବାର ଲୋକ ବୁଝିବାକାକୁ ନାରାଜ। ଯେ ପର୍ଯ୍ୟନ୍ତ ନନ୍ଦକିଶୋରଙ୍କର କିଛି ପତା ମିଳି ନାହିଁ। ସେପର୍ଯ୍ୟନ୍ତ ଅପେକ୍ଷା କରିବୁ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ହିନ୍ଦୁ ଧର୍ମ ଅନୁସାର ନିଖୋଜ ଥିବାର ବ୍ୟକ୍ତିଙ୍କର ଅପେକ୍ଷା ୧୨ ବର୍ଷ ପର୍ଯ୍ୟନ୍ତ। ଏହି ସମୟ ଭିତରେ ନା ମନ୍ଦିର ଯିବୁ। ନା ପୂଜାପାଠ କରିବୁ। ମାଙ୍ଗଳିକ କାର୍ଯ୍ୟରେ ବି ଯୋଗ ଦେବୁ ନାହିଁ ବୋଲି ପରିବାର ପକ୍ଷରୁ କୁହାହାଇଛି। ସେପଟେ ନନ୍ଦ ନିଖୋଜ କିଶୋରଙ୍କ ଧର୍ମପତ୍ନୀ ସରସ୍ବତୀଙ୍କ ଆଖିରୁ ଏଯାଏଁ ଲୁହ ଶୁଖୁନି। ମନ ବି ବୁଝୁନି। ସ୍ୱାମୀ ନନ୍ଦକିଶୋର ନିଶ୍ଚେ ଫେରିବେ। ସେହି ଆଶାର ବାଟ ଚାହିଁ ରହିଛନ୍ତି ସରସ୍ୱତୀ।

ହେଲେ ଦିନ ଯେତିକି ଗଡୁଛି। ଆଶା ବି ସେତିକି ମୌଳି ଯାଉଛି। ଅପରକ୍ଷରେ କଟକ ରୁରାଲ ଏସପିଙ୍କ ନିକଟରେ ଆଜି ଏନେଇ ଫେରାଦ ହୋଇଛନ୍ତି ନନ୍ଦକିଶୋରଙ୍କ ପରିବାର। ଲିଖିତ ଆକାରରେ ରୁରାଲ ଏସପିଙ୍କୁ ଅଭିଯୋଗ କରିଛନ୍ତି ନନ୍ଦ କିଶୋରଙ୍କ ଧର୍ମପତ୍ନୀ। କୁଆଡେ ଗଲେ ନନ୍ଦକିଶୋର? ପୋଲିସ କାହିଁକି ଠିକ ଢଙ୍ଗରେ ତଦନ୍ତ କରୁନାହିଁ? ୧୬ ଦିନ ପରେ ବି ପୋଲିସର ହାତ ଖାଲି। ସ୍ୱାମୀ ଜୀବିତ ଥିଲେ ତାଙ୍କୁ ଫେରାଇ ଦିଅନ୍ତୁ। ମୃତ୍ୟୁ ବରଣ କରି ଥିଲେ ତାଙ୍କ ଅସ୍ଥି ଖଣ୍ଡକ ତାଙ୍କୁ ଦିଆଯାଉ। ଯାହା ଫଳରେ ତାଙ୍କ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରି ପାରିବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନନ୍ଦକିଶୋରଙ୍କ ଧର୍ମପତ୍ନୀ।

ଏବେବି ସସପେନ୍ସ ଭିତରେ ନନ୍ଦକିଶୋରଙ୍କ ନିଖୋଜ ଘଟଣା। ନା ପୋଲିସ ସତ କଣ ସମ୍ନାକୁ ଆଣୁଛି। ନା କିଛି କହୁଛି ବନ ବିଭାଗ। ସେପଟେ ନନ୍ଦକିଶୋର ମୃତ ନା ଜୀବିତ। ତାକୁ ନେଇ ଏବେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
Published by:Lipina Das
First published: