ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୧୦ ଦିନର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି BJD

୧୦ ଦିନର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି BJD

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଦରବୃଦ୍ଧିକୁ ସମାଲୋଚନା କରିଛି । ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।

୧୦ ଦିନର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି BJD
୧୦ ଦିନର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି BJD
  • News18 Odia
  • Last Updated: November 18, 2021, 4:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଛି ବିଜୁ ଜନତା ଦଳ। ଆନ୍ଦୋଳନ ସ୍ଥଗିତ ରଖିବା ସହ ୧୦ ଦିନ ଧରି ସମୟ ଦେବା ପରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ। ପୂର୍ବରୁ ମହିଳା ସଙ୍ଗଠନ ପ୍ରତିବାଦ କରିଥିବା ବେଳେ ଏବେ ସମସ୍ତ ଛାମୁଆ ସଙ୍ଗଠନ ମିଳିତ ଭାବେ ପ୍ରତିବାଦ କରିବା ସହ ଆନ୍ଦୋଳନର ରୂପରେଖ ତିଆରି କରିଛନ୍ତି। ଆନ୍ଦୋଳନ ବାବଦରେ ସୂଚନା ଦେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ତିନି ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ଏବେ ୭୦ ପ୍ରତିଶତ ବଢ଼ି ୧,୦୦୦ ଟଙ୍କାରେ ପହଞ୍ଚିଲାଣି। ରିଫିଲି ପାଇଁ ସମସ୍ୟା ହେଉଛି।

କୌଣସି ସରକାର ସମୟରେ ତିନି ବର୍ଷରେ ଏତେ ଦର ବଢ଼ିନଥିଲା। ପେଟ୍ରୋଲିୟମ ମନ୍ତ୍ରୀ ଗତ ଅକ୍ଟୋବର ମାସରେ ସଂସଦରେ ନିଜେ ମାନିଥିଲେ ତିନି ବର୍ଷ ପୂର୍ବେ ୫୪୯ ଥିଲା। ତିନି ବର୍ଷରେ ୧,୦୦୦ ଟଙ୍କାରେ ପହଞ୍ଚିବା ମା' ଭଉଣୀଙ୍କ ପାଇଁ ଅବଦାନ ବୋଲି କହି ତାତ୍ସଲ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି। ପୂର୍ବରୁ ଦର କମାଇବା ନେଇ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲେ ବି କିନ୍ତୁ କେନ୍ଦ୍ର ସରକାର ଶୁଣିଲେନି। ଆଗାମୀ ଦିନରେ ବିଜୁ ମହିଳା ଦଳ, ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳ ମିଳିତ ଭାବେ ପ୍ରତିବାଦ କରିବ ବୋଲି ସେ କହିଛନ୍ତି ।

ସେହିପରି ବିଧାୟକ ପ୍ରଣବ ବଳବନ୍ତ ରାୟ କହିଛନ୍ତି ଯେ ତିନି ଦିନ ଧରି ପ୍ରତିବାଦ କରାଯିବ। ନଭେମ୍ବର ୨୨ ତାରିଖରେ କଟକ ଆରଡିସି ଜୋନ ସହ ଜୋନ ଅଧୀନରେ ଯାଉଥିବା ସମସ୍ତ ବ୍ଲକରେ ପ୍ରତିବାଦ କରାଯିବ। ଏହା ସହ ଭୁବନେଶ୍ୱରର ୩ଟି ନିର୍ବାଚନ ମଣ୍ଡଳୀର ବି ପ୍ରତିବାଦ କରାଯିବ। ୨୩ ତାରିଖରେ ସମ୍ବଲପୁର ଆରଡିସି ଜୋନ ଓ ଜୋନ ଅଧିନସ୍ତ ସମସ୍ତ ବ୍ଲକ ଓ ୨୪ ତାରିଖରେ ବ୍ରହ୍ମପୁର ଆରଡିସି ଜୋନ ସହ ଜୋନ ଅଧିନସ୍ତ ସମସ୍ତ ବ୍ଲକରେ ପ୍ରତିବାଦ କରିବ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ।

ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, "ମହିଳାଙ୍କ ପାଇଁ ପ୍ରବର୍ତ୍ତିତ ଉଜ୍ଜ୍ୱଳା ଯୋଜନା ଏବେ ଡ୍ରାମାରେ ପରିଣତ ହୋଇଛି। ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜାତୀୟ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁସାରେ ଦେଶରେ ବହୁତ କମ୍ ରହିଛି ଗ୍ୟାସ ବ୍ୟବହାର। ଉଜ୍ଜ୍ୱଳା ଯୋଜନା ପ୍ରବର୍ତ୍ତିନ ପୂର୍ବରୁ ଯେତିକି ବ୍ୟବହାର ହେଉଥିଲା ଉଜ୍ଜ୍ୱଳା ଯୋଜନା ପରେ ମାତ୍ର ୨୦ ପ୍ରତିଶତ ବୃଦ୍ଧି ପାଇଛି। ଉଜ୍ଜ୍ୱଳା ଯୋଜନାରେ ଯେତିକି ରିଫିଲିଙ୍ଗ ହେବା କଥା ହେଉନଥିବାରୁ ସିଏଜି କ୍ଷୋଭ ପ୍ରକାଶ କରିଛନ୍ତି। ଯୋଜନା ବିଫଳ ହୋଇଛି। ଗରିବ ଲୋକ ଗ୍ୟାସ ରିଫିଲି ନ କରି ଚୁଲି ରେ ରୋଷେଇ କରିବାକୁ ବାଧ୍ୟ ହୋଇଛନ୍ତି। କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ନିର୍ବାଚନକୁ ଆଖିରେ ରଖି ଉଜ୍ଜ୍ୱଳା-୨ ପ୍ରବର୍ତ୍ତିତ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ।’’

ବିଜେଡ଼ି ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ସବୁବେଳେ ସ୍ୱର ଉଠାଇଥିବା ବେଳେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଦାବିରେ ସ୍ୱର ଶାଣିତ କରିବ। ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବିଜେଡି ପୂର୍ବରୁ ସିରିଜ ପ୍ରତିବାଦ କରିଆସୁଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ପ୍ରତିବାଦ ସ୍ଥଗିତ ରଖିଥିଲା ଦଳ। ରନ୍ଧନ ଗ୍ୟାସ ଦର କମାଇବାକୁ ୧୦ ଦିନ ମହଲତ ଦେଇଥିବା ବେଳେ ପୁନର୍ବାର ସ୍ୱର ଶାଣିତ କରିଛି ଶାସକ ଦଳ।
Published by: Lipina Das
First published: November 18, 2021, 4:31 PM IST