ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ପୁରିଲା ୧୦ ଦିନ
News 18 Odia Digital
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ପୁରିଛି ୧୦ ଦିନ । ବ୍ୟବଛେଦ ରିପୋର୍ଟରେ ମଧ୍ୟ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । କିନ୍ତୁ କାହିଁକି ଆତ୍ମହତ୍ୟା କରିଛନ୍ତି ସେ କାରଣ ଖୋଜି ପାଉନି ପୋଲିସ । ନିଜ ତଦନ୍ତ ରିପୋର୍ଟ୍ ପ୍ରକାଶ ନକରି ମାମଲାକୁ ପୋଲିସ ଦେଇଛି ଭିନ୍ନ ମୋଡ । କଲେଜ୍ ହଷ୍ଟେଲ ଭିତରେ ଜଣେ ସାଇକୋଲୋଜିଷ୍ଟ ମଧ୍ୟ ପୋଲିସକୁ ସହଯୋଗ କରିଛନ୍ତି । କିନ୍ତୁ ତଥାପି ଫିଟିନି ଅଡ଼ୁଆ ସୁତାର ଖିଅ ।
କଲେଜର ୨୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବୟାନ ପୋଲିସ ରେକର୍ଡ କରିବା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିନି । ଏ ପରିସ୍ଥିତିରେ ମନସ୍ତତ୍ୱବିତଙ୍କ ଭୂମିକାକୁ ନେଇ ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନବାଚୀ ଉଙ୍କି ମାରିବାରେ ଲାଗିଛି । ରୁଚିକାଙ୍କୁ କିଏ ରାଗିଂ କରୁଥିଲେ । କିଏ ମାନସିକ ଚାପ ଦେଇଥିଲେ । ଏସବୁ ପ୍ରଶ୍ନର ଉତ୍ତର ଏଯାଏଁ ପୋଲିସ ପାଖରେ ନାହିଁ । ଏଭଳି ସ୍ଥିତିରେ ନୂଆ ଦିଗରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ରବିବାର ଦିନ ୧୧ଟା ସମୟରେ ପୋଲିସର ସ୍ୱତନ୍ତ୍ର ଟିମ ସହ ମନୋସ୍ତତବିତ ଛାତ୍ରୀ ନିବାସରେ ପହଞ୍ଚିଥିଲେ । ତେବେ ହଷ୍ଟେଲରେ ସନ୍ଦେହ ଘେରରେ ଥିବା ଛାତ୍ରୀଙ୍କ ମଧ୍ୟ ମାନସିକ ସ୍ଥିତି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ସେପଟେ ରୁଚିକାଙ୍କ ମୃତ୍ୟୁର ୧୦ ଦିନ ପରେ ବି ସୁଇସାଇଡ଼ ନୋଟରେ ଥିବା ୩ ସିନିୟରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇଥିବାରୁ କଲେଜ ଗେଟ ଆଗରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ମାଆ । ଝିଅର ଦଶାହ କାର୍ଯ୍ୟକୁ କଲେଜ ଗେଟ ସାମ୍ନାରେ କରିବେ ବୋଲି ରୁଚିକାଙ୍କ ମାଆ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।