ପୁରୀରେ ଏୟାର ସୋ ପାଇଁ ଏରିଏଲ ରେକି ଅନୁଷ୍ଠିତ; ୧୮ ତାରିଖରେ ଆକର୍ଷଣୀୟ ଏୟାର ସୋ
- News18 Odia
- Last Updated :
News 18 Odia Digital
ପୁରୀ; ସେପ୍ଟେମ୍ୱର ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ଵ ବ୍ଲୁ ଫ୍ଲାଗ ବିଚଠାରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ସୋ ଅନୁଷ୍ଠିତ ହେବ । ପୁରୀରେ ପ୍ରଥମ ଥର ପାଇଁ ଏହା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ବିପୁଳ ଉତ୍ସାହ ଦେଖା ଦେଇଛି ।

ଆଜି ଅପରାହ୍ନରେ ଭାରତୀୟ ବାୟୁ ସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ଗ୍ରାଉଣ୍ଡ ରେକି କରାଯାଇଥିବା ବେଳେ ଆଜି ଏରିଏଲ ରେକିକୁ ଉଇଂ କମାଣ୍ଡର ଅଶ୍ୱିନୀ ଓ ସହଯୋଗୀ ସକ୍ଷମ ପରିଚାଳନା କରିଥିଲେ । ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀ ମାନଙ୍କୁ ସହଯୋଗ ପ୍ରଦାନ କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।