News 18 Odia Digital
ଭୁବନେଶ୍ୱର: ଆଗାମୀ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଦେଶରେ ଚରମରେ ପହଞ୍ଚିବ ଗରମ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଉତ୍ତାପ (temperature) ବୃଦ୍ଧି ଯଥେଷ୍ଟ ଅଧିକ ରହିବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ସେ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଆଡଭାଇଜରୀ (advisory) ଜାରି କରାଯାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ବିଭିନ୍ନ ରାଜ୍ୟକୁ ଏ ନେଇ ଚିଠି ଲେଖି ଅବଗତ କରାଇଛନ୍ତି । ବିଶେଷ କରି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ବୃ୍ଦ୍ଧି ଜନିତ ଅସୁସ୍ଥତା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଦାୟିତ୍ବରେ ଥିବା ଅଧିକାରୀମାନେ ଏଥିପାଇଁ ସଜାଗ ରଖିବାକୁ କୁହାଯାଇଛି । ଭାରତୀୟ ପାଣିପାଗ ବିଜ୍ଞାନ (weather department) ବିଭାଗ ପକ୍ଷରୁ ଉତ୍ତାପ ବୃଦ୍ଧି ନେଇ ପ୍ରଥମେ ସତର୍କତା ଜାରି କରିବା ପରେ ଆକ୍ସନ ମୋଡ଼କୁ ଆସିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନ୍ଡିଏମ୍ଏ) ଅନୁଯାୟୀ ବିଗତ ୨୦୨୦ ମସିହା ପର୍ଯ୍ୟନ୍ତ ଯେଉଁ ସବୁ ରାଜ୍ୟରେ ଅତ୍ୟଧିକ ଉତ୍ତାପ ବୃଦ୍ଧି ପରିଲକ୍ଷିତ ହୋଇଥିଲା ଚଳିତ ବର୍ଷ ସେହି ସଂଖ୍ୟା ଦ୍ବିଗୁଣିତ ହେବ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତାପ ବୃଦ୍ଧି ସମ୍ପର୍କିତ ଅସୁସ୍ଥତାକୁ ନେଇ ଜାତୀୟ ଆକ୍ସନ ପ୍ଲାନ ଅନ୍ତର୍ଗତ ଏକ ଗାଇଡଲାଇନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଶୋଷ ନ ଲାଗୁଥିଲେ ମଧ୍ୟ ଲୋକେ ଅଧିକ ପରିମାଣର ପାଣି ପିଇବା ଆବଶ୍ୟକ । ଏଥି ସହିତ ପ୍ରଚୁର ପରିମାଣରେ ଓଆରଏସ, ଲେମ୍ବୁପାଣି, ଲସି କିମ୍ବା ଘୋଳ ଦହି, ଫଳ ରସ ଇତ୍ୟାଦି ସାମାନ୍ୟ ଲୁଣ ମିଶାଇ ପିଇବା ପାଇଁ କୁହାଯାଇଛି ।
ଚା’ ପିଇବାକୁ ମନା କରିବା ସହିତ ହାଇ ପ୍ରୋଟିନ୍ ଖାଦ୍ୟ ନ ଖାଇବା କୁହାଯାଇଛି। ଏଥି ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ପତଳା , ଢ଼ିଲା , ହାଲ୍କା ରଙ୍ଗର ସୁତା ବସ୍ତ୍ର ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଖରାକୁ ବାହାରିଲେ ଟୋପି, ଛତା, ଗାମୁଛା ଅବା ତଉଲିଆ ନିଶ୍ଚୟ ବ୍ୟବହାର କରିବାକୁ ଗାଇଡ୍ଲାଇନରେ କୁହାଯାଇଛି । ଲୋକେ ପାଣିପାଗ ସମ୍ପର୍କିତ ଖବର ଜାଣିବା ପାଇଁ ରେଡ଼ିଓ, ଟିଭି ଓ ଖବର କାଗଜ ସହିତ ପାଣିପାଗ ବିଜ୍ଞାନ ବିଭାଗର ଓ୍ବେବ୍ ସାଇଟକୁ ଦେଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଭଲଭାବେ ବାୟୁ ଚଳାଚଳ କରୁଥିବା କୋଠରୀରେ ରହିବା ସହିତ ଗ୍ରୀଷ୍ମପ୍ରବାହ ସମୟରେ ଝରକା ଓ ପରଦା ବନ୍ଦ ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ଆଇଡଭାଇଜରିରେ ଶିଶୁ , ବୟସ୍କ, ଗର୍ଭବତୀ, ମାନସିକ ଅନଗ୍ରସର ଏବଂ ଦିବ୍ୟାଙ୍ଗକୁ ସ୍ବତନ୍ତ୍ର ବର୍ଗଭାବେ ଦର୍ଶାଯାଇ ସେମାନଙ୍କ ନିମନ୍ତେ ବିଶେଷ ସତର୍କତା ପାଇଁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଚଳିତ ଫେବୃଆରୀରେ ତାପମାତ୍ରାରେ ଅସ୍ବାଭାବିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସିମଳା ଭଳି ଶୀତ ପ୍ରଧାନ ଅଞ୍ଚଳରେ ମଧ୍ୟ ଏଥର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ରେକର୍ଡ଼ ବୃଦ୍ଧି ପରିଲକ୍ଷିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଗୋଆରେ ଫେବୃଆାରୀ ୨୧ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆକଳନ କରାଯାଇଥିଲା ।
ଏହି ଖବର ପଢ଼ନ୍ତୁ -
http://ଲିକ୍ ହେଲା ସଲମାନ ଖାନ-କ୍ୟାଟ୍ରିନା କୈଫଙ୍କ 'ଟାଇଗର ୩' ଭିଡିଓ: କିଛି ମିନିଟ ମଧ୍ୟରେ ଭାଇରାଲ୍ଆଗାମୀ ୫ ଦିନରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ । ୫ ଦିନରେ ୩ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ । ପାଣିପାଗ ମୁଖ୍ୟତଃ ପାଣିପାଗ ଶୁଖିଲା ରହିବ । ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଛି । ତେବେ ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ପାରଦ ସର୍ବନିମ୍ନ ଥିଲା । ସେହିପରି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ଥିଲା ।
https://www.youtube.com/watch?v=f2qeN-y5dRc
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।