ଦୁଃସାହସିକ ସାଇକେଲ ଯାତ୍ରା; ଭଦ୍ରକରୁ ରାଷ୍ଟ୍ରପତି ଭବନ... ପରିବେଶ ସୁରକ୍ଷା ସହ ଜଳ ହିଁ ଜୀବନ ବାର୍ତ୍ତା

ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ହିଁ ଜୀବନ । ଏହି ବାର୍ତ୍ତା ନେଇ ରାଷ୍ଟ୍ରପତି ଭବନ ସାଇକେଲ ଯାତ୍ରାରେ ବାହାରିଛନ୍ତି ଭଦ୍ରକ ଜିଲ୍ଲାର ସଞ୍ଜୟ ।

ଦୁଃସାହସିକ ସାଇକେଲ ଯାତ୍ରା; ଭଦ୍ରକରୁ ରାଷ୍ଟ୍ରପତି ଭବନ

ଦୁଃସାହସିକ ସାଇକେଲ ଯାତ୍ରା; ଭଦ୍ରକରୁ ରାଷ୍ଟ୍ରପତି ଭବନ

  • News18 Odia
  • Last Updated :
  • Bhadrak
  • Share this:
News 18 Odia Digital

ବାଲେଶ୍ୱର; ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ହିଁ ଜୀବନ । ଏହି ବାର୍ତ୍ତା ନେଇ ରାଷ୍ଟ୍ରପତି ଭବନ ସାଇକେଲ ଯାତ୍ରାରେ ବାହାରିଛନ୍ତି ଭଦ୍ରକ ଜିଲ୍ଲାର ସଞ୍ଜୟ । ଏଭଳି ଏକ ଦୁଃସାହାସିକ ଯାତ୍ରାକୁ ସମ୍ଭବ କରିବା ଲକ୍ଷ୍ୟ ନେଇ ସାଇକେଲରେ ତ୍ରିରଙ୍ଗା ପତାକା ଲଗାଇ ଆଗେଇ ଚାଲିଛନ୍ତି ଏହି ୩୬ ବର୍ଷୀୟ ଯୁବକ । ତାଙ୍କର ଲକ୍ଷ୍ୟ ହେଉଛି ୨୫ ଦିନରେ ୧୭ଶହ କିମି ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟିବେ । ମୟୂରଭଞ୍ଜ ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ଏନେଇ ଗତ ସୋମବାର ଅର୍ଥାତ ୮ତାରିଖ ଠାରୁ ଭଦ୍ରକ ଜିଲ୍ଲାରୁ ସାଇକେଲ ଯାତ୍ରା ଆରମ୍ଭ କରି ମଙ୍ଗଳବାର ବାଲେଶ୍ୱରରେ ପହଁଚିଛନ୍ତି ।

ମୟୂରଭଞ୍ଜ ଉଦଳା ବ୍ଲକ ମେଣ୍ଢାଖାଇ ଅଂଚଳର ମୂଳ ବାସିନ୍ଦା ହେଉଛନ୍ତି ସଞ୍ଜୟ । ବାପା ସ୍ୱର୍ଗତ ଅଲେଖ ପଣ୍ଡା। ତାଙ୍କ ପରିବାର ଏବେ ଭଦ୍ରକ ପୌରପରିଷଦ ଅନ୍ତଗତ ୩୦ ନମ୍ବର ୱାର୍ଡର ଉତରବାହିନୀ ଠାରେ ବସବାସ କରୁଛନ୍ତି । ପରିବାର କହିଲେ ମା,ତାଙ୍କ ପତ୍ନୀ ଏବଂ ଦୁଇ ଝିଅ । ପେଷାରେ ସେ ଜଣେ ଗାଡି ଡ୍ରାଇଭର ।  ହେଲେ ମୟୂରଭଞ୍ଜ ମାଟିର ଝିଅ ଏବେ ଭାରତର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବା ବେଳେ ସେ ଜଣେ ମୟୂରଭଞ୍ଜ ମାଟିର ପୁଅ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଇଛା ପ୍ରକାଶ କରିଥିଲେ । ସଞ୍ଜୟ ଆସନ୍ତା ସେପ୍ଟେମ୍ବର ମାସ ୧ତାରିଖରେ ଦିଲ୍ଲୀ ପହଁଚିବେ ବୋଲି କହିଛନ୍ତି । ଏବଂ ସେଠାରେ ରାଷ୍ଟ୍ରପତିଙ୍କୁ ଭେଟି ବହୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ବୋଲି ମନସ୍ଥ କରି ଏହି ଯାତ୍ରା ଗତ ୮ତାରିଖ ଠାରୁ ଆରମ୍ଭ କରିଛନ୍ତି । "

ପରିବେଶକୁ ସନ୍ତୁଳିତ କରାଯାଇ ପାରିବା ସହ ଜଳକୁ ଅପବ୍ୟହାର ନକରି ତାକୁ ସଠିକ ମାର୍ଗରେ ବିନିଯୋଗ କରାଯାଇ ପାରିବ ସେହି ଚିନ୍ତା ଧାରା ରଖି ଆଗେଇ ଚାଲିଛନ୍ତି ସଞ୍ଜୟ । ଦିଲ୍ଲୀରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ଭେଟି ଏସବୁ ଆଲୋଚନା କରିବା ସହ ମୟୂରଭଞ୍ଜ ମାଟିର କିପରି ଅଧିକ ଉନ୍ନତି ହୋଇ ପାରିବ ସେନେଇ ମଧ୍ୟ ଆଲୋଚନା କରିବେ ବୋଲି କହିଛନ୍ତି। "

ଏହି ଦୁଃସାହାସିକ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ସେ ଆଜି ଗୋଟିଏ ପାଦ ଆଗକୁ ଆସି ବାଲେଶ୍ୱରରେ ପହଁଚିଛନ୍ତି । ବାରିପଦା, ରାଇରଙ୍ଗପୁର, ଜାମସେଦପୁର, ଟାଟା, ରାଞ୍ଚି ହୋଇ ଦିଲ୍ଲୀ ପହଁଚିବେ ବୋଲି ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: