କଟକରେ ନକଲି ଗୁଣ୍ଡି କାରଖାନା ଠାବ; କୁଣ୍ଡା ଓ କରତ ଗୁଣ୍ଡରୁ ତିଆରି ହେଉଥିଲା ଗୁଣ୍ଡି; ମିଶୁଥିଲା ଆଲ୍କହଲ୍
ସାଧାରଣତଃ ଗୁଣ୍ଡିରେ ଧୂଆଁ ପତ୍ର ବ୍ୟବହାର ହେଉଥିବା ବେଳେ ଏହି ନକଲି ଗୁଣ୍ଡିରେ କରତ ଗୁଣ୍ଡ, କୁଣ୍ଡା ଓ ଇଟା ଗୁଣ୍ଡ ସହିତ ବିଷାକ୍ତ ମିଥାଇଲ୍ ଆଲହକଲ୍, ଇଥାଇଲ ଆଲହକଲ୍ ଓ ଫିନାଇଲ୍ ଇତ୍ୟାଦି ମିଶା ଯାଉଥିବା ଜଣାପଡ଼ିଛି ।

ଗୁଣ୍ଡି ଫ୍ୟାକ୍ଟ୍ରିରେ ଜବତ ହୋଇଥିବା କରତ ଗୁଣ୍ଡ; (ଡାହାଣ) ଜଣେ ପୋଲିସ ଅଧିକାରୀ ସାମ୍ପଲ୍ ସଂଗ୍ରହ କରୁଛନ୍ତି
- News18 Odia
- Last Updated: January 15, 2021, 11:43 PM IST
କଟକ: ନକଲି ସାମଗ୍ରୀର ହବ୍ ପାଲଟିଥିବା କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି । ଏବେ ନକଲି ମାଲ୍ ଓ କଳାବଜାରୀର ତାଲିକାରେ ଯୋଡ଼ି ହୋଯାଇଛି ଗୁଣ୍ଡିର ନାଁ । ସହର ଉପକଣ୍ଠରେ ଥିବା ଶାସୋଳ ଗାଁରେ ଚଢ଼ାଉ କରି ପୋଲିସ ଏକ ନକଲି ଗୁଣ୍ଡି କାରଖାନା ଠାବ କରିଛି । ଏହି ଗୁଣ୍ଡି ତିଆରି କରିବାରେ କ୍ଷତିକାରକ ରାସାୟନିକ ବ୍ୟବହାର ହେଉଥିବା ଜଣାପଡ଼ିଛି ।
ଏହି ସାରାୟନିକଗୁଡ଼ିକର ତାଲିକାରେ ସର୍ବାଗ୍ରେ ରହିଛି ବିଷାକ୍ତ ମିଥାଇଲ୍ ଆଲହକଲ୍, ଇଥାଇଲ ଆଲହକଲ୍ ଓ ଫିନାଇଲ୍ । ସାଧାରଣତଃ ଗୁଣ୍ଡିରେ ଧୂଆଁ ପତ୍ର ବ୍ୟବହାର ହେଉଥିବା ବେଳେ ଏହି ନକଲି ଗୁଣ୍ଡିରେ କରତ ଗୁଣ୍ଡ, କୁଣ୍ଡା ଓ ଇଟା ଗୁଣ୍ଡ ଇତ୍ୟାଦି ମିଶା ଯାଉଥିବା ଜଣାପଡ଼ିଛି । ଏଥିରେ ଅତି ନିମ୍ନ ମାନର ପାନ ମଧୁରୀ ମଧ୍ୟ ମିଶୁଥିଲା ବୋଲି କହିଛନ୍ତି ଅଧିକାରୀମାନେ । ଶୁକ୍ରବାର ଭୋରରୁ ପୋଲିସ ଏହି କାରଖାନା ଉପରେ ରେଡ କରିବା ପରେ ଏହା ଜଣା ପଡ଼ିଥିଲା ।
ଏହା ବି ପଢ଼ନ୍ତୁ | କରୋନା କାଳରେ ଟ୍ରେନ୍ ଟିକେଟ୍ ଟଙ୍କା ଫେରସ୍ତ ପାଇବାର ସମୟ ୬ ମାସରୁ ବଢ଼ି ୯ ମାସ ହେଲା

ରେଡ୍ ବେଳେ ଫ୍ୟାକ୍ଟ୍ରି ଭିତରେ ପୋଲିସ ଅଧିକାରୀମାନେ
ଏହି ଘଟଣାରେ ପୋଲିସ ଏହି ବିଷାକ୍ତ ତଥା ନକଲି ଗୁଣ୍ଡି ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ ଅଟକ ରଖିଛି । ଏହା ସହ ଏହି ନକଲି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ମଧ୍ୟ ଛାନବିନ୍ ଆରମ୍ଭ ହୋଇଛି । ସମ୍ପୃକ୍ତ କାରଖାନାରେ ପ୍ରସ୍ତୁତ ହେଉଥିବା ବିଷାକ୍ତ ଗୁଣ୍ଡିକୁ କଟକ ଗ୍ରାମାଞ୍ଚଳ ସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଇତ୍ୟାଦି ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଥିଲା । ବିଶେଷ କରି ଏହି ସବୁ ଜିଲ୍ଲାରେ ଥିବା ହାଟ ଥିଲା ଏହି ଗୁଣ୍ଡି ବିକ୍ରିର ମୁଖ୍ୟ ପେଣ୍ଠସ୍ଥଳ ।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
“ସୁଦାମ ସୁପର୍ ନାଁରେ ବହୁଳ ଭାବେ ବ୍ୟବହାର ହେଉଥିବା ଏକ ଗୁଣ୍ଡିର ପ୍ୟାକେଟରେ ଏହି ସବୁ ଅପମିଶ୍ରିତ ସାମଗ୍ରୀକୁ ମିଶାଇ ତାହା ବିକ୍ରି କରାଯାଉଥିଲା । ଏଥିରେ ମିଶୁଥିବା ସମସ୍ତ ସାମଗ୍ରୀକୁ କଲିକତାରୁ ଆଣୁଥିଲା ବୋଲି କମ୍ପାନୀର ମାଲିକ କହୁଛି । ସେ ଏହି ସବୁ ସାମ୍ରଗୀକୁ କାହାକୁ ବିକ୍ରି କରୁଥିଲା ତା’ର ତଦନ୍ତ ଆରମ୍ଭ ହୋଇଛି,” କହିଛନ୍ତି କଟକ ସଦର ଥାନା ଅଧିକାରୀ ସୁଧାଶୁଂ ଜେନା ।
ଖବର ପାଇ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଜବତ ହୋଇଥିବା ସମଗ୍ରୀଗୁଡ଼ିକର ନମୁନା ସଂଗ୍ରହ କରିଥିଲେ ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା
‘‘ମିଥାଇଲ୍ ଆଲକହଲ୍ ଓ ଇଥାଇଲ ଆଲହକଲ୍ ସହିତ କିଛି ସୁଗନ୍ଧିତ କେମିକାଲ ଓ ଫିନାଇଲ ବୋତଲ ଆମକୁ ମିଳିଛି । କରତ ଗୁଣ୍ଡ, କୁଣ୍ଡା ଓ ଇଟା ଗୁଣ୍ଡ ଇତ୍ୟାଦି ବି ଆମକୁ ମିଳିଛି । ଆମେ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଉଛୁ । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ସେଥିରେ ଆଉ କ’ଣ କ’ଣ ସମାଗ୍ରୀ ମିଶାଯାଉଥିଲା,” କହିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ ।
ସାଧାରଣତଃ ଗୁଣ୍ଡି ବା ତମାଖୁ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଜବତ ହୋଇଥିବା ଏହି ବିଷାକ୍ତ ଗୁଣ୍ଡି କେବଳ କ୍ଷତିକାରକ ନୁହେଁ ବରଂ ମାରାତ୍ମକ । ମିଳିଥିବା ସୁଚନା ମୁତାବକ କାରଖାନାଟି ୨୦୦୯ ମସିହାରୁ ଚାଲିଆସୁଥିଲା । କିନ୍ତୁ ନକଲି ଓ ମାରାତ୍ମକ ଗୁଣ୍ଡି ପ୍ପରସ୍ତୁତି ବାବଦରେ ସୂଚନା ପାଇବା ପାଇଁ ପୋଲିସକୁ ୧୨ ବର୍ଷ ସମୟ ଲାଗିଗଲା ।