କଟକରେ ଅସଲି ପ୍ୟାକେଟରେ ନକଲି ଚାହା ପତ୍ର ଜବତ; ଚାକୁଣ୍ଡା ପତ୍ର ଓ କରତ ଗୁଣ୍ଡରେ ତିଆରି ହେଉଥିଲା

ବିଭିନ୍ନ ନାମୀ କମ୍ପାନୀର ଖାଲି ପାଉଚ୍ ଆଣି ସେଥିରେ ନକଲି ଚାହା ପତ୍ର ଗୁଣ୍ଡକୁ ପୂରାଇ ବଜାରରେ ବିକ୍ରି କରାଯାଉଥିଲା । ଏଥିରେ ଚାକୁଣ୍ଡା ଗଛର ପତ୍ର ଓ କରତ ଗୁଣ୍ଡ ସହ କିଛି କେମିକାଲ୍ ମିଶିଛି କି ନାହିଁ ତାହା ପରୀକ୍ଷା ପରେ ଜଣାପଡ଼ିବ ।

କଟକରେ ଅସଲି ପ୍ୟାକେଟରେ ନକଲି ଚାହା ପତ୍ର ଜବତ; ଚାକୁଣ୍ଡା ପତ୍ର ଓ କରତ ଗୁଣ୍ଡରେ ତିଆରି ହେଉଥିଲା
ଥାନା ଅଧିକାରୀ ସୁଧାଂଶୁ ଜେନା ରେଟ୍ ବେଳେ ଚାହା ପତ୍ରକୁ ଶୁଙ୍ଘୁଛନ୍ତି; (ଡାହାଣ) କାରଖାନାରେ ନକଲି ଚାହା
  • News18 Odia
  • Last Updated: January 6, 2021, 7:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରରେ ଜାରି ରହିଥିବା ନକଲି ସାମଗ୍ରୀ ଧରପକଡ଼ କ୍ରମରେ ବୁଧବାର ଦିନ ଏକ ନକଲି ଚାହା ପତ୍ର କାରଖାନା ଠାବ କରିଛି ପୋଲିସ । ବିଭିନ୍ନ ନାମୀଦାମୀ କମ୍ପାନୀର ଚାହା ପତ୍ର ପ୍ୟାକେଟରେ ଏହି ନକଲି ଓ ସ୍ୱାସ୍ଥ୍ୟ ପାଇଁ ଅତି ହାନିକାରକ ଚାହା ପତ୍ର ବିକ୍ରି ହେଉଥିଲା ।

ବାଲିକୁଦା ମୁକାମେଶ୍ବରରେ ଥିବା ଏହି କାରଖାନାରୁ ୪୫ କ୍ୱିଣ୍ଟାଲରୁ ଅଧିକ ନକଲି ଚାହା ପତ୍ର ଜବତ ହୋଇଛି । ଏହି କାରଖାନାର ମାଲିକ ସୁରେଶ ବିଶ୍ବାଳକୁ ପୋଲିସ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଏହି ନକଲି ଚାହା ପତ୍ର ଦେଖିବାକୁ ଅବିକଳ ଅସଲି ଚାହା ପତ୍ର ଭଳି, କିନ୍ତୁ ଏଥିରେ ନା ଅଛି ଗନ୍ଧ ନା ସ୍ବାଦ । ଚାକୁଣ୍ଡା ଗଛର ପତ୍ର ଓ କରତ ଗୁଣ୍ଡକୁ ମିଶାଇ ଏହାକୁ ତିଆରି କରାଯାଇଥିବା ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ଏଥିରେ ଅନ୍ୟ କେଉଁ ସାମଗ୍ରୀ ମିଶିଛି ଓ କେତେ ପରିମାଣରେ ମିଶିଛି ତାହା ପରୀକ୍ଷା କରି ଜାଣିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନୁମନା ସଂଗ୍ରହ କରିଛନ୍ତି ।

ନକଲି କାରଖାନାରେ ରେଡ୍ ବେଳେ ପୋଲିସ ଟିମ୍


‘‘ଏହି ନକଲି ଚାହା ପତ୍ରକୁ ଦେଖିବା ପରେ ଜଣା ପଡ଼ୁଛି ଯେ ଚାକୁଣ୍ଡା ପତ୍ରର ଗୁଣ୍ଡ ଓ କରତ ଗୁଣ୍ଡକୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି । ଯେଉଁ ଜିନିଷ ବ୍ୟବହାର ଉପଯୋଗୀ ନୁହେଁ ତାକୁ ଯଦି ବ୍ୟବହାର କରାଯାଏ ତାହା ମଣିଷର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ଏଥିରେ କିଛି କେମିକାଲ ମିଶିଛି କି ନାହିଁ ତାହା ଲ୍ୟାବ୍‌ ରିପୋର୍ଟ ଆସିବା ପରେ ଜଣା ପଡ଼ିବ,’’ କହିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ ।

ଏହା ବି ପଢ଼ନ୍ତୁ | କୁଆଡ଼େ ନିଖୋଜ ହୋଇଗଲେ ଚୀନ୍‌ର ଅନ୍ୟତମ ଧନୀ ବ୍ୟକ୍ତି ଆଲିବାବାର ମାଲିକ ଜ୍ୟାକ୍ ମା?

ପୋଲିସ ପକ୍ଷରୁ ମିଳିଥିବା ସୁଚନା ମୁତାବକ ସୁରେଶ ବିଶ୍ବାଳ ପ୍ରାୟ ପାଞ୍ଚ ବର୍ଷ ହେବ ଏହି କାରଖାନା ଚଳାଇଥିଲା । ଚାହା ପତ୍ର ବଦଳରେ ବ୍ୟବହାର ହେଉଥିବା ଗୁଣ୍ଡ କଲିକତାରୁ ଆମଦାନୀ କରୁଥିଲା । ବିଭିନ୍ନ ନାମୀଦାମୀ କମ୍ପାନୀର ଚାହା ପତ୍ର ପ୍ୟାକେଟରେ ଏହି ନକଲି ଚାହା ପତ୍ର ଭର୍ତ୍ତି କରି ତାକୁ ବିକ୍ରି କରୁଥିଲା । ଏହି ରାକେଟରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ପୋଲିସ । କଟକର ଅନ୍ୟ କିଛି ସ୍ଥାନରେ ସୁରେଶର ଗୋଦାମ ଥିବା ପୋଲିସକୁ ସୂଚନା ମିଳିଛି ।



‘‘ସୁରେଶ ପୂର୍ବରୁ ମାଲଗୋଦାମର ଜଣେ ବ୍ୟବସାୟୀଙ୍କ ପାଖରେ ଚାକିରି କରିଥିଲା । ସେଠାରୁ ବାହାରି ନିଜେ ଏହି ନକଲି ଚାହା ପତ୍ର ତିଆରି କାରଖାନା ଚଲାଇଥିଲା । ଟାଟା ଟି ଭଳି ଅନେକ ନାମୀ କମ୍ପାନୀର ଖାଲି ପାଉଚ ଆଣି ସେଥିରେ ଏହି ଗୁଣ୍ଡକୁ ମିଶାଇ ତାକୁ ବଜାରରେ ବିକ୍ରି କରୁଥିଲା । ନକଲି ସାମଗ୍ରୀ ଧରପକଡ଼ ପରେ ସେ ସେହି ଖାଲି ପାଉଚ ଗୁଡ଼ିକୁ ପୋଡ଼ି ଦେଇଥିଲା, ହେଲେ ରହିଯାଇଥିବା କିଛି ପାଉଚ ଆମେ ଜବତ କରିଛୁ,’’ କହିଛନ୍ତି କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଜେନା ।
Published by: Anand Shankar Thankur Das
First published: January 6, 2021, 7:54 PM IST
corona virus btn
corona virus btn
Loading