ବଜାରରୁ ମହୁ କିଣୁଛନ୍ତି? ସାବଧାନ! କଟକରେ ଠାବ ହେଲା ନକଲି କାରଖାନା; ଜବତ ହେଲା ସାମଗ୍ରୀ

ଏହି ନକଲି କାରଖାନାର ମାଲିକ ରାଣୀହାଟ ବାସିନ୍ଦା ଚଣ୍ଡୀ ରାଓ ଗିରଫ ହୋଇଛି । ମହୁ, ଅଗୁରୁ ଓ ଗୋଲାପ ଜଳ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ନକଲି ଥିଲା । ରାଓ ଫୁଡ଼ ଲାଇସେନ୍ସ ଓ ଟ୍ରେଡ଼ ଲାଇସେନ୍ସ ନେଇ ନ ଥିଲା ।

ବଜାରରୁ ମହୁ କିଣୁଛନ୍ତି? ସାବଧାନ! କଟକରେ ଠାବ ହେଲା ନକଲି କାରଖାନା; ଜବତ ହେଲା ସାମଗ୍ରୀ
କାରଖାନା ମାଲିକ ଚଣ୍ଡି ରାଓ; (ଡାହାଣ) ଜବତ ହୋଇଥିବା ସାମଗ୍ରୀ
  • News18 Odia
  • Last Updated: September 13, 2020, 6:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆପଣ ପୂଜା ପାଇଁ ଅଥବା ଘରେ ବ୍ୟବହାର କରିବା ପାଇଁ ବଜାରରୁ ମହୁ, ଅଗୁର କିମ୍ବା ଗଙ୍ଗାଜଳ ଆଣୁଛନ୍ତି କି? ତାହା ହେଲେ ସାବଧାନ! କିଣିଲା ବେଳେ ଭଲକରି ପରଖି କିଣନ୍ତୁ! କାରଣ ଆପଣ ଯାହାକୁ ବିଶୁଦ୍ଧ ଭାବି କିଣି କରି ନେଉଛନ୍ତି ସେଗୁଡ଼ିକ ନକଲି ହୋଇ ପାରେ । କଟକରେ ଏହି ଭଳି ଏକ ନକଲି କାରଖାନା ଠାବ ହେବା ପରେ ସାମନାକୁ ଆସିଛି ଏହି ସାଙ୍ଘାତିକ ତଥ୍ୟ ।

କଟକ ରାଣୀହାଟ ଅଞ୍ଚଳରେ ଚଢ଼ାଉ କରି କମିଶନରେଟ ପୋଲିସ ଏମିତି ଏକ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନାକୁ ଠାବ କରିଛି (fake honey factory found in Cuttack) । ସେଠାରୁ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ମହଜୁତ ଥିବା ମହୁ, ଅଗୁରୁ, ଗଙ୍ଗାଜଳ ଓ ଗୋଲାପ ଜଳ ଜବତ ହୋଇଛି । ସେଥିରେ ମଧ୍ୟରେ ରହିଛି ୧,୧୯୬ ବେତଲ ନକିଲି ମହୁ, ୩,୪୫୬ ବୋତଲ ନକଲି ଗୋଲାପ ଜଳ, ୧୮୦ ବୋତଲ ଗଙ୍ଗାଜଳ, ୪୮୦ ବୋତଲ ନକଲି ସପ୍ତରିଷ୍ଟ ପଞ୍ଚ ଜଳ, ୧୫୦୩ ବୋତଲ ଅଗୁରୁ ଓ ୨୦୧୯ଟି ଖାଲି ବୋତଲ । ଏହା ସହିତ ସେହି ସବୁ ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣର କେମିକାଲ୍, ଷ୍ଟିକର ଓ ଖାଲି ଡବା ଇତ୍ୟାଦି ମଧ୍ୟ ଜବତ ହୋଇଛି ।

ଏହି ନକଲି କାରଖାନାର ମାଲିକ ରାଣୀହାଟ ବାସିନ୍ଦା ଚଣ୍ଡୀ ରାଓକୁ ପୋଲିସ ଗିରଫ କରିଛି । ଏଠାରେ ପ୍ରସ୍ତୁତ କରିବା ପାଇଁ ପାଣି, ଚିନି ଓ ଗ୍ଲୁକୋଜ୍‌ ବ୍ୟବହାର ହେଉଥିବା ବେଳେ ଅଗୁରୁ ଗୋଲାପ ଜଳ ତିଆରି ପାଇଁ ବିଭିନ୍ନ ପ୍ରକାରର କେମିକାଲ୍‌ ବ୍ୟବହାର କରାଯାଉଥିଲା । ସବୁ କିଛି ନକଲି ଥିବାରୁ ଅଭିଯୁକ୍ତ ଚଣ୍ଡି ରାଓ ଏଥି ପାଇଁ ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସ ନେଇ ନ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏଠାରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀ କଟକ ସହର ସହିତ ଜିଲ୍ଳାର ଗ୍ରାମାଞ୍ଚଳ ଓ ଆଖପାଖର ଜିଲ୍ଲାଗୁଡ଼ିକୁ ମଧ୍ୟ ବିକ୍ରି ପାଇଁ ଯାଉଥିଲା ।

କାରଖାନା ଚାଲୁଥିବା ଘର ଓ ଜବତ ହୋଇଥିବା ଖାଲି ବୋତଲ


‘‘ଏକ ନିର୍ଦ୍ଧିଷ୍ଟ ସୁତ୍ରରୁ ସୂଚନା ପାଇବା ପରେ ମାଲଗୋଦାମ ପୋଲିସ ପକ୍ଷରୁ ରାଣୀହାଟ କେନାଲ ରୋଡ଼ରେ ଥିବା ଚମଡ଼ା ଗୋଦାମ ଗଳିରେ ଚଢ଼ାଉ କରିଥିଲା । ସେଠାରୁ ଆମକୁ ବହୁତ ନକଲି ସାମଗ୍ରୀ ମିଳିଛି । ଏହି ମାମଲାରେ ଆମେ ଫ୍ୟାକ୍ଟ୍ରି ଚଲାଉଥିବା ଚଣ୍ଡି ଦାସକୁ ଗିରଫ କରିଛୁ । ଏହି କାରବାର ପଛରେ ଅନେକ ଲୋକଙ୍କ ହାତ ଥିବା ସନ୍ଦେହ କରୁଛୁ । ତଦନ୍ତ ଚାଲିଛି । ଖୁବ ଶୀଘ୍ର ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” କହିଛନ୍ତି କଟକ ଡସିପି ପ୍ରତୀକ ସିଂ ।

ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ କଟକରେ ଏହି ନକଲି କାରଖାନା ଚାଲିଥିବା ବେଳେ ପୋଲିସକୁ ବିଳମ୍ବରେ ଖବର ମିଳିବା ଓ ଏ ନେଇ ସିଏମସି ସ୍ୱାସ୍ୟ ବିଭାଗ ଓ ଟ୍ରେଡ଼ ଲାଇସେନ୍ସ ବିଭାଗ ପାଖରେ ଖବର ନ ପହଞ୍ଚିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ କଟକର ମାଲଗୋଦାମ ଓ ଆଖପାଖ ଅଞ୍ଚଳରେ ଏମିତି ନକଲି ସାମଗ୍ରୀ ପ୍ରସ୍ତୁତକାରୀ କାରଖାନା ଠାବ କରାଯାଇଛି । କେତେବେଳେ ଅପମିଶ୍ରିତ ଖାଇବା ତେଲ ତ କେତେ ବେଳେ ନକଲି ଘିଅ କମ୍ପାନୀ ଠାବ ହୋଇଛି ।

ଏହା ବି ପଢ଼ନ୍ତୁବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ଏହା ବି ପଢ଼ନ୍ତୁ ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

ତେବେ ଏହି ନକଲି କାରବାରର ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବଛି ଓ ଏହାକୁ ଉପାଡ଼ି ଫିଙ୍ଗିବା ପାଇଁ ପ୍ରଶାସନିକ ସ୍ତରରେ ଆନ୍ତରିକତାର ଅଭାବ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । ଏହି ନକଲି ସାମଗ୍ରୀଗୁଡ଼ିକୁ ଖାଇବା ପରେ ଲୋକେ ମାରାତ୍ମକ ରୋଗର ଶିକାର ହେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞମାନେ ।



‘‘ଯେତେ ସବୁ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଛି ସେଥିରେ ଅନେକ କ୍ଷତିକାରକ ରାସାୟନିକ ବ୍ୟବହାର କରାଯାଉଛି । ସେଗୁଡ଼ିକୁ ଖାଇଲେ ସ୍ବାସ୍ଥ୍ୟ ଉପରେ କୁପରିଣାମ ପଡ଼ିଥାଏ । ଅଳ୍ପ ପରିମାଣର ଓ କମ୍‌ ସମୟ ଧରି ଖାଇଲେ ତାହା ଗ୍ୟାସଟ୍ରିକ୍ ସମସ୍ୟା କରାଏ । ଅଧିକ ପରିମାଣରେ ଓ ଏକ ଲମ୍ବା ସମୟ ଧରି ବ୍ୟବହାର କରିବା ଦ୍ବାରା ଅନେକ ମାରାତ୍ମକ ରୋଗ ସହ କ୍ୟାନସରରେ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ,” କହିଛନ୍ତି ଏସସିବି ହସପିଟାଲର ସର୍ଜରୀ ବିଭାଗର ଡାକ୍ତର ଜ୍ୟୋର୍ତିମୟ ନାୟକ ।
Published by: Anand Shankar Thankur Das
First published: September 13, 2020, 6:52 PM IST
corona virus btn
corona virus btn
Loading