ବ୍ରାଣ୍ଡ୍ ଅସଲି, ମାଲ୍ ନକଲି: କାଉଁରିଆ ମଞ୍ଜି, ବେସନରେ ତିଆରି ହେଉଛି ଭୁବନେଶ୍ୱରରେ ନକଲି ଘିଅ
କେତେକ ଜଣାଶୁଣା ବ୍ରାଣ୍ଡର ଘିଅ ପ୍ୟାକେଟ ଭିତରେ ନକଲି ଘିଅ ପୂରାଇ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଜବତ ହୋଇଥିବା ଘିଅର ନମୁନା ଷ୍ଟେଟ ଫୁଡ଼ ସେଫ୍ଟି ଟିମ ଦ୍ୱାରା ପରୀକ୍ଷା ହେବା ପରେ ଅପମିଶ୍ରଣର ଉପାୟ ଉପରୁ ହଟିଛି ପରଦା ।

ନକଲି ଘିଅ ଫ୍ୟାକ୍ଟ୍ରି ଭିତରର ଏକ ଦୃଶ୍ୟ; (ଡାହାଣ) ଗିରଫ ଫ୍ୟାକ୍ଟ୍ରି ମାଲିକ ଅଭିମନ୍ୟୁ ପୃଷ୍ଟି
- News18 Odia
- Last Updated: January 13, 2021, 7:54 PM IST
ଭୁବନେଶ୍ୱର: କଟକ ପରେ ଏବେ ଭୁବନେଶ୍ୱରରେ ନକଲି ଘିଅ ଫାକ୍ଟ୍ରିର ଉଦ୍ଭେଦନ ହୋଇଛି । ଲକ୍ଷାଧିକ ଟଙ୍କାର ଘିଅ ସହ ଜାଲି ସାମଗ୍ରୀ ଓ ଅପମିଶ୍ରଣର ଉପାଦାନକୁ ସିଜ କରିଛି କ୍ୱିକ୍ ଆକ୍ସନ୍ ଟିମ୍ ।
କେତେକ ଜଣାଶୁଣା ବ୍ରାଣ୍ଡର ଘିଅ ପ୍ୟାକେଟ ଭିତରେ ନକଲି ଘିଅ ବିକ୍ରି ହେଉଥିବା ଜାଣି ମଙ୍ଗଳବାର ଚଢ଼ାଉ ଆରମ୍ଭ କରିଥିଲା ପୋଲିସ । ଅପମିଶ୍ରଣ ବିରୋଧରେ ଏହି ଅଭିଯାନରେ ସାମିଲ ଥିଲେ କମିଶରେଟ ପୋଲିସର ଏୟାରଫିଲଡ଼ ଥାନା ଓ କୁଇକ ଆକ୍ସନ ଟିମ । ଜବତ ହୋଇଥିବା ଘିଅର ନମୁନା ଷ୍ଟେଟ ଫୁଡ଼ ସେଫ୍ଟି ଟିମ ଦ୍ୱାରା ପରୀକ୍ଷା ହେବା ପରେ ଏହି ଅପମିଶ୍ରଣ ରାକେଟ୍ ଓ ଏହାର ଉପାୟ ଉପରୁ ହଟିଥିଲା ପରଦା । ଅପମିଶ୍ରଣର ଉପାୟ ଦେଖି ତାଜୁବ ହୋଇଯାଇଥିଲେ ଚଢ଼ାଉ ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ

ସୁନ୍ଦରପଦାର ତ୍ରିଲୋଚନ ବିହାରରେ ନକଲି ଘିଅ ଫ୍ୟାକ୍ଟ୍ରିଉପରେ ଚଢ଼ାଉ ସମୟର ଏକ ଦୃଶ୍ୟ
କ୍ୱିକ ଆକ୍ସନ ଟିମ, ଏୟାରଫିଲଡ଼ ଥାନା ପୋଲିସ ଓ ଷ୍ଟେଟ ଫୁଡ଼ ସେଫ୍ଟି ଟିମ ଏହି ଚଢ଼ାଉରେ ସାମିଲ ଥିଲେ । ଲାଗ ଲାଗ ଆରମ୍ଭ ହୋଇଥିଲା ଛାନ ଭିନ । ସେହି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ କର୍ମଚାରୀ ଓ ମାଲିକଙ୍କ ବୟାନକୁ ରେକର୍ଡ଼ କରାଯାଇଥିଲା । କୃଷ୍ଣ ଓ ଅସଲି ଦୁର୍ଗା ଘିଅ ବ୍ରାଣ୍ଡର ପ୍ୟାକେଟରେ ନକଲି ମାଲ ପୂରାଇ ମାର୍କେଟକୁ ଯୋଗାଉଥିବା ମାଲିକ ଅଭିମନ୍ୟୁ ପୃଷ୍ଟିଙ୍କୁ ପୋଲିସ ଗିରଫ କରିଛି।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ଏହି ଅପମିଶ୍ରଣ କାର୍ଯ୍ୟ ଉପରେ ଫୁଡ଼ ସେଫ୍ଟି ଟିମ ଯାହା କହିଛି ତାହା ଅତି ସାଙ୍ଘାତିକ । ‘‘ପୂଜା ଘିଅ ନାମରେ ଖାଇବା ଘିଅ ବିକ୍ରି ହେଉଛି, ହେଲେ ଏହାକୁ ଖାଇଲେ ହାର୍ଟ ଆଟାକ ସହ ମଲ୍ଟିପୁଲ ଡିଜିଜ ହେବ । ଏପରିକି ମଣିଷ ଦୁରାରୋଗ୍ୟ ବ୍ୟାଧିରେ ପଡିବ । ଏହା ସମ୍ପୂର୍ଣ୍ଣ ନକଲି ଘିଅ । ଏହି ଫ୍ୟାକ୍ଟ୍ରିର ମ୍ୟାନୁଫେକଚରିଂ ଲାଇସେନ୍ସ ଓ ଟ୍ରେଡ଼ ଲାଇସେନ୍ସ ନାହିଁ । ସେଥି ପାଇଁ ଖାଦ୍ୟ ସୁରକ୍ଷା ନିୟମ ଆଧାରରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ,’’ କହିଛନ୍ତି ଫୁଡ଼ ସେଫ୍ଟି ଅଫିସର୍ ପ୍ରତୀକ୍ଷା ଦାସ ମହାପାତ୍ର,’’ କହିଛନ୍ତି ଫୁଡ଼ ସେଫ୍ଟି ଟିମର ଜଣେ ଅଧିକାରୀ ।
ଏହା ବି ପଢ଼ନ୍ତୁ | Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ
ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫ୍ୟାକ୍ଟ୍ରିର ମାଲିକ ଅଭିମନ୍ୟୁ ପୃଷ୍ଟି । ‘‘ପୋଲିସ ଜାଣି ଶୁଣି ମୋତେ ଓ ମୋ’ ଫ୍ୟାକ୍ଟ୍ରିକୁ ଟାର୍ଗେଟ କରୁଛି,’’ ସେ କହିଛନ୍ତି ।