ବଲାଙ୍ଗୀର ରାଜ ପରିବାରରେ ଝଡ଼; ଅର୍କେଶଙ୍କ ନାଁରେ ନିର୍ଯାତନ ଅଭିଯୋଗ ଆଣିଲେ ପତ୍ନୀ

ପଦାରେ ପଡ଼ିଲା ବଲାଙ୍ଗୀର ରାଜ ଘର କଳି। ବିବାଦରେ କୁମାର ଅର୍କେଶ ନାରାୟଣ ସିଂହଦେଓ। ଘର କଳି ଥାନାରେ ପହଞ୍ଚିବା ନେଇ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲାଣି।

ବଲାଙ୍ଗୀର ରାଜ ପରିବାରରେ ଝଡ଼

ବଲାଙ୍ଗୀର ରାଜ ପରିବାରରେ ଝଡ଼

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବଲାଙ୍ଗୀର: ବଲାଙ୍ଗୀର ରାଜ ପରିବାରରେ ଝଡ଼। ଅର୍କେଶ ସିଂହଦେଓ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପତ୍ନୀ। ସ୍ବାମୀଙ୍କ ସହ ମିଶି ଶ୍ବଶୂର ଓ ଶାଶୂ ଘରୋଇ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ଅଦ୍ରୀଜା ସିଂହଦେଓ।

କହିଲେ ସ୍ବାମୀଙ୍କ ସହ ଶ୍ବଶୁର ଓ ଶାଶୂ ମଧ୍ୟ ନିର୍ଯାତନା ଦିଅନ୍ତି। ପୁଣି ଚର୍ଚ୍ଚାରେ ବଲାଙ୍ଗୀର ରାଜ ପରିବାରI ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲାକୁ ନେଇ ବିବାଦରେ ଅର୍କେଶ ନାରାୟଣ ସିଂ ଦେଓ।

ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ବିବାଦ ଏବେ ଥାନାରେ ପହଞ୍ଚିଛି। ଅର୍କେଶଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ବଲାଙ୍ଗିର ରାଜ ପରିବାର ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ଆଣିଛନ୍ତିI

ଶ୍ଵଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜାI ଯାହାକୁ ନେଇ ସେ ଡେରାଡୁନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ ଅଦ୍ରୀଜା ଉତ୍ତରାଖଣ୍ଡ ଡିଜିପି ଅଫିସର ଦ୍ୱାରସ୍ଥ ହେବା ସହ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି।

ଅନ୍ୟପଟେ ଅର୍କେଶ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଅଦ୍ରୀଜାଙ୍କ ନାଁରେ ଆଣିଛନ୍ତି ପାଲଟା ଅଭିଯୋଗ। ଶହେ କୋଟି ଟଙ୍କା ଦାବି କରିବା ସହ ଓଡ଼ିଶା ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ହେବା ନେଇ ଟିକେଟ ପାଇଁ ଦାବି କରୁଥିବା ଅର୍କେଶ କହିଛନ୍ତି।

ଘଟଣା ସମ୍ପର୍କରେ ଅର୍କେଶଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ‘ଏସବୁ ମିଥ୍ୟା ଅଭିଯୋଗ। ଆଜିକାଲି ଦାମ୍ପତ୍ୟ ଜୀବନରେ ଏ ପ୍ରକାର ଅଭିଯୋଗ କରି ସାଧାରଣରେ ବଦନାମ କରିବା ପାଇଁ ଏକ ପ୍ରକାରର ଚାପ ସୃଷ୍ଟି କରୁଛନ୍ତି। ମାମଲା ଡେରାଡୁନ କୋର୍ଟରେ ଚାଲିଛି। ନ୍ୟାୟପାଳିକା ଉପରେ ମୋର ଭରସା ରହିଛି। ଖୁବ୍‌ ଶୀଘ୍ର ଆପଣମାନେ ସତ କଣ ଜାଣି ପାରିବେ।’ ସୂଚନାଯୋଗ୍ୟ ଯେ ଅଦ୍ରିଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ।
Published by:Lipina Das
First published: