ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ପ୍ରଶାସନ ଏକାଦଶ ବିଜୟୀ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ( Cricket Match ) ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ମ୍ୟାଚରେ ଜିଲ୍ଲା ପ୍ରଶାସନ ଏକାଦଶ ୩ ରନରେ ଗଣମାଧ୍ୟମ ଏକାଦଶକୁ ପରାସ୍ତ କରିଥିଲା ।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପ୍ରଶାସନ ଏକାଦଶ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୧୨୩ ରନ କରିଥିବା ବେଳେ ଗଣମାଧ୍ୟମ ଏକାଦଶ ସମାନ ସଂଖ୍ୟକ ଓଭର ଖେଳି ୬ ୱିକେଟ ହରାଇ ୧୨୦ ରନ କରିଥିଲା । ପ୍ରଶାସନ ପକ୍ଷରୁ ସନ୍ତୋଷ କୁମାର ବରାଳ ୩୦ ରନ କରିଥିବା ବେଳେ ଜ୍ୟୋତି ଶଙ୍କର ମହାପାତ୍ର ୨୮ ରନ ଓ ଜିତେନ୍ଦ୍ର ପାତ୍ର ୧୪ ରନ କରିଥିଲେ। ଗଣମାଧ୍ୟମ ଏକାଦଶର ପ୍ରିତମ ଦାସ ୧୭ ରନରେ ୪ ଟି, ସୁକାନ୍ତ ସ୍ୱାଇଁ ୧୮ ରନରେ ୨ ଟି ୱିକେଟ ନେଇଥିଲେ । ସେହିପରି ଗଣମାଧ୍ୟମ ଏକାଦଶର ଶିବନାରାୟଣ ଦାଶ ୩୦ ରନ ସଂଗ୍ରହ କରିଥିବା ବେଳେ ସୁମନ୍ତ ପରିଡା ୨୯ ରନ ଓ ଅକ୍ଷୟ ମିଶ୍ର ୨୬ ରନ କରିଥିଲେ । ପ୍ରଶାସନ ପକ୍ଷରୁ ଜ୍ୟୋତି ଶଙ୍କର ମହାପାତ୍ର ୧୫ ରନରେ ୪ ଟି, ମନୋଜ କୁମାର ବେହେରା ୧୪ ରନରେ ୨ ଟି ୱିକେଟ ନେଇଥିଲେ। ବିଜୟୀ ପ୍ରଶାସନର ଅଧିନାୟକ କୈଳାସ ଚନ୍ଦ୍ର ନାୟକଙ୍କୁ ଚମ୍ପିୟାନ ଟ୍ରଫି ଓ ଗଣମାଧ୍ୟମ ଦଳର ଅଧିନାୟକ ଅକ୍ଷୟ କୁମାର ମିଶ୍ରଙ୍କୁ ରନରସ୍ ଅଫ ଟ୍ରଫି ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ କ୍ରୀଡା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରଦାନ କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚରେ ସହଯୋଗ ଓ ଧାରା ବିବରଣୀ ରଞ୍ଜିତ ମିଶ୍ର ପ୍ରଦାନ କରିଥିଲେ।
ପଢ଼ନ୍ତୁ ଏହି ଖବର -
http://BRSରେ ମିଶିବାକୁ ହାଇଦ୍ରାବାଦ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।