‘ଆଦିତ୍ୟଙ୍କୁ ପାଇବାକୁ ଅନେକ ଝିଅ ଚାହୁଁଥିଲେ ଜାଣି ବି ତାଙ୍କୁ ମୁଁ ବିବାହ କଲି’: ଜେରାରେ ବିଦ୍ୟାଶ୍ରୀ

ପ୍ରାୟ ପାଞ୍ଚ ଘଣ୍ଟାର ପଚରା ଉଚରାରୁ ପୋଲିସକୁ ସେ ଭଳି କୌଣସି ଖିଅ ମିଳିନାହିଁ l ତେଣୁ ଯେଉଁ ଆଶା ନେଇ ପୋଲିସ ବିଦ୍ୟାଶ୍ରୀଙ୍କ ଘରକୁ ଯାଇଥିଲା ସେଥିରେ ପୋଲିସ ନିରାଶ ହୋଇଥିବା ଜଣାପଡ଼ିଛି l

‘ଆଦିତ୍ୟଙ୍କୁ ପାଇବାକୁ ଅନେକ ଝିଅ ଚାହୁଁଥିଲେ ଜାଣି ବି ତାଙ୍କୁ ମୁଁ ବିବାହ କଲି’: ଜେରାରେ ବିଦ୍ୟାଶ୍ରୀ
କଟକର ଖପୁରିଆରେ ରହୁଥିବା ବିଦ୍ୟାଶ୍ରୀଙ୍କ ବାପା ଓ ମାଙ୍କୁ ବି ଜେରା କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁବ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିବା ବେଳେ ପୋଲିସ ତାଙ୍କୁ କରିଛି ୬୦ଟି ପ୍ରଶ୍ନ l ବିବାହ ପୂର୍ବରୁ ଓବିବାହ ପରେ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ, ଆଦିତ୍ୟଙ୍କ ‘ପିପୁଲ୍‌ ଫର୍‌ ସେବା’ ସଙ୍ଗଠନର ଆର୍ଥିକ କାରବାର ଏବଂ ଆଦିତ୍ୟଙ୍କ ସହ ଅନ୍ୟ ଯୁବତୀମାନଙ୍କ କଥିତ ସମ୍ପର୍କକୁ ନେଇ ବିଦ୍ୟାଶ୍ରୀଙ୍କୁ ପାଞ୍ଚ ଘଣ୍ଟା ଧରି ପ୍ରଶ୍ନ କରିଛି ରେଳବାଇ ପୋଲିସ l

ଜିଆରପିର ଜଣେ ଡିଏସପି ଓ ତଦନ୍ତକାରୀ ଅଫିସର ବିଦ୍ୟାଶ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିଛନ୍ତି l ଜୁନ ୬ରେ ଆପଣଙ୍କ ସହ ଆଦିତ୍ୟଙ୍କର କାହିଁକି ହେଲା ପାଟିତୁଣ୍ଡ? ପାଟିତୁଣ୍ଡ ପରେ ଆଦିତ୍ୟ ବାହାରକୁ ଚାଲିଯାଇଥିଲେ l ସେହି ସମୟରେ ଆପଣ କାହିଁକି ତାଙ୍କୁ ଅଟକାଇଲେ ନାହିଁ? ଆଦିତ୍ୟଙ୍କ ସହ ଝଗଡ଼ା ସମ୍ପର୍କରେ ଆପଣ କାହିଁକି ପରିବାରକୁ ଜଣାଇ ନ ଥିଲେ? ଗତ କିଛି ଦିନ ହେଲା ଆଦିତ୍ୟ କାହିଁକି ମାନସିକ ଚାପରେ ରହୁଥିଲେ?

‘ପିପୁଲ ଫର ସେବା’ ସଙ୍ଗଠନ ସହ ଆପଣଙ୍କର ସମ୍ପର୍କ କଣ? ପିପୁଲ ଫର ସେବାର ଆର୍ଥିକ କାରବାରକୁ ନେଇ ଆଦିତ୍ୟ ଚିନ୍ତାରେ ଥିଲେ କି ? ଆଦିତ୍ୟଙ୍କ ସହ ଆପଣଙ୍କର ସମ୍ପର୍କ କେବେଠୁ ଆରମ୍ଭ ହେଲା? ବିବାହ ପୂର୍ବରୁ ଆଦିତ୍ୟ ଆଉ କିଛି ଝିଅଙ୍କ ସହ ସମ୍ପର୍କରେ ଥିଲେ ଏହା ଜାଣି ବି ଆପଣ କାହିଁକି ତାଙ୍କୁ ବିବାହ କଲେ? ସମାଜସେବା ଛାଡ଼ି ଚାକିରି କରିବାକୁ ଆପଣ ଚାପ ପକାଉ ଥିଲେ କି? ପୂର୍ବରୁ ଆଦିତ୍ୟ କେବେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କି? ଏହି ପରି ମୋଟ ୬୦ଟି ପ୍ରଶ୍ନ ବିଦ୍ୟାଶ୍ରୀଙ୍କୁ ପଚରାଯାଇଥିବା ଜଣାପଡ଼ିଛି ।

ଆଦିତ୍ୟ ଓ ପତ୍ନୀ ବିଦ୍ୟାଶ୍ରୀ; (ଡାହାଣ) ରେଳ ଲାଇନ୍ କଡ଼ୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା


ବିଶେଷ ସୁତ୍ରରୁ ଜଣାପଡିଛି ଯେ ଏହି ଜେରା ସମୟରେ ବିଦ୍ୟାଶ୍ରୀ ପୂର୍ବରୁ ଗଣମାଧ୍ୟମ ଆଗରେ ଯେଉଁ ସବୁ ବୟାନ ଦେଇଥିଲେ ତାହା ହିଁ ପୋଲିସ ପାଖରେ ଦୋହରାଇଛନ୍ତି l ଓଲଟା ପପୁ ଓ ବିକାଶଙ୍କୁ ଦୋଷ ଦେଇଛନ୍ତି ବିଦ୍ୟାଶ୍ରୀ l ପ୍ରାୟ ପାଞ୍ଚ ଘଣ୍ଟାର ପଚରା ଉଚରାରୁ ପୋଲିସକୁ ସେ ଭଳି କୌଣସି ଖିଅ ମିଳିନାହିଁ l ତେଣୁ ଯେଉଁ ଆଶା ନେଇ ପୋଲିସ ବିଦ୍ୟାଶ୍ରୀଙ୍କ ଘରକୁ  ଯାଇଥିଲା ସେଥିରେ ପୋଲିସ ନିରାଶ ହୋଇଥିବା ଜଣାପଡ଼ିଛି l

‘‘ଆଦିତ୍ୟଙ୍କୁ ପାଇବା ପାଇଁ ଅନେକ ଝିଅ ଚାହୁଁଥିଲେ l ଏ କଥା ମୁଁ ଜାଣିଥିଲି l କିନ୍ତୁ ତଥାପି ତାଙ୍କୁ ମୁଁ ବିବାହ କରିଥିଲି l ଅନେକ ଥର ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l ଅନେକ ଥର ଆଦିତ୍ୟ ହାତ କାଟି ଦେଇଛନ୍ତି,’’ ଜେରା ବେଳେ ପୋଲିସକୁ ବିଦ୍ୟାଶ୍ରୀ ଏହା କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଆଜି କଟକର ଖପୁରିଆରେ ରହୁଥିବା ବିଦ୍ୟାଶ୍ରୀଙ୍କ ଘରକୁ ଯାଇ ତାଙ୍କ ବାପା ଓ ମାଙ୍କୁ ମଧ୍ଯ ଜେରା କରିଛି ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ରେଳବାଇ ପୋଲିସ  l

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ଆଦିତ୍ୟ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀ ପୋଲିସ ପାଇଁ ଥିଲେ ସବୁଠାରୁ ବଳିଷ୍ଠ ସାକ୍ଷୀ l ବିଦ୍ୟାଶ୍ରୀଙ୍କ ଠାରୁ ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିଥିଲା ରେଳବାଇ ପୋଲିସ l କିନ୍ତୁ ବିଦ୍ୟାଶ୍ରୀଙ୍କ ଠାରୁ ସେ ଭଳି କୌଣସି ବଳିଷ୍ଠ ତଥ୍ୟ ପୋଲିସ ହାତରେ ଲାଗି ନାହିଁ l ତେଣୁ ଏବେ ପୋଲିସ ଅପେକ୍ଷା କରିଛି ହାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟକୁ l
Published by: Anand Shankar Thankur Das
First published: July 18, 2020, 7:07 PM IST
corona virus btn
corona virus btn
Loading