ଆଦିତ୍ୟ ଦାଶ ମୃତ୍ୟୁ: ଲାଏ ଡିଟେକସନ ଟେଷ୍ଟ ପରେ ପତ୍ନୀ ବିଦ୍ୟାଶ୍ରୀ କହିଲେ, ‘ସବୁ ସତ ସାମନାକୁ ଆସିବ’

ଲାଏ ଡିଟେକସନ ଟେଷ୍ଟ ଦେବାକୁ ଯିବା ବେଳେ ବିଦ୍ୟାଶ୍ରୀଙ୍କ ମୁହଁରେ ଥିଲା ଚିନ୍ତାର ଝଲକ । ଏହି ଟେଷ୍ଟରେ ତାଙ୍କୁ ପାଞ୍ଚ ଘଣ୍ଟାରେ ୧୫୦ ପ୍ରଶ୍ନର ଉତ୍ତର ଦେବାକୁ ହୋଇଥିଲା l

ଆଦିତ୍ୟ ଦାଶ; (ଡାହାଣ) ବିଦ୍ୟାଶ୍ରୀଙ୍କୁ ଲାଇ ଡିଟେକ୍ସନ ଟେଷ୍ଟ୍ ପାଇଁ ନିଆଯାଉଛି ।

ଆଦିତ୍ୟ ଦାଶ; (ଡାହାଣ) ବିଦ୍ୟାଶ୍ରୀଙ୍କୁ ଲାଇ ଡିଟେକ୍ସନ ଟେଷ୍ଟ୍ ପାଇଁ ନିଆଯାଉଛି ।

  • Share this:
News18 Odia Digital

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କ୍ରମରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାଶଙ୍କ ଲାଇ ଡିଟେକ୍ସନ୍‌ ଟେଷ୍ଟରେ ତାଙ୍କୁ ପାଞ୍ଚ ଘଣ୍ଟାରେ ୧୫୦ ପ୍ରଶ୍ନର ଉତ୍ତର ଦେବାକୁ ହୋଇଥିଲା l ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ମତାନ୍ତର, ଆଦିତ୍ୟଙ୍କ ସଙ୍ଗଠନ ‘ପିପୁଲ ଫର ସେବା’ର ଆର୍ଥିକ କାରବାର, ଆଦିତ୍ୟଙ୍କ କଥିତ ଡିପ୍ରେସନ ଓ ଜୁଲାଇ ୬ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ଅର୍ଥାତ ୨୪ ଘଣ୍ଟାର ଟିକନିକ ତଥ୍ୟ ବିଷୟରେ ବିଦ୍ୟାଶ୍ରୀଙ୍କୁ ଗୁରୁବାର ଦିନ ଲାଏ ଡିଟେକ୍ସନ ବେଳେ ପ୍ରଶ୍ନ କରାଯାଇଥିଲା l

ଆସନ୍ତା ସୋମବାର ସୁଦ୍ଧା ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯିବ l ବିଦ୍ୟାଶ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ବେଳେ ତାଙ୍କ ପଲ୍ସ୍‌ ରେଟ୍‌ ଓ ହାର୍ଟ ବିଟ୍‌ କେତେ ଥିଲା ସେ ସବୁକୁ ଗାଣିତିକ ଭାବେ ତର୍ଜମା କରିବା ପରେ କ୍ରାଇମ ବ୍ରାଞ୍ଚକୁ ରିପୋର୍ଟ ଦିଆଯିବ l

ବାରମ୍ବାର ବୟାନ ବଦଳାଇବା, ଆରୋପ ପ୍ରତ୍ୟାରୋପ କରିବା ଓ ତଥ୍ୟ ଲୁଚାଇବାର ଆରୋପ ସାମନା କରିବା ପରେ ଶେଷରେ ଲାଏଡିଟେକ୍ସନ ଟେଷ୍ଟର ସାମନା କରିଛନ୍ତି ବିଦ୍ଯାଶ୍ରୀ l ଗୁରୁବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ ହାଜର କରାଯାଇଥିଲା ରାଜ୍ୟ ଫରେନସିକ ଲାବରେଟୋରୀରେ ଓ ଏହି ଟେଷ୍ଟ୍‌ କରାଯାଇଥିଲା l

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ (ଫାଇଲ୍ ଫଟୋ); (ଡାହାଣ) କ୍ରାଇମ୍ ବ୍ରାଞ୍ଚ୍ ଟିମ୍‌ ରେଳ ଧାରଣାରେ ତଦନ୍ତ କରୁଛି (ଫାଇଲ୍‌ ଫଟୋ)


ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପାଞ୍ଚଟି ଦିଗ ଉପରେ ବିଦ୍ୟାଶ୍ରୀଙ୍କୁ କରାଯାଇଥିଲା ପ୍ରଶ୍ନ l ପୂର୍ବରୁ ଭୁବନେଶ୍ଵର ଜିଆରପି ଓ କ୍ରାଇମ ବ୍ରାଞ୍ଚ ପାଖରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଦ୍ୟାଶ୍ରୀ ବାରମ୍ବାର ନିଜ ବୟାନ ବଦଳାଇଥିଲେ l ଅଧିକାରୀମାନଙ୍କ ଅନୁସାରେ ସତ୍ୟ କହିବାକୁ ନ ଚାହିଁ ସେ ଅନ୍ୟ ଉପରେ ଦୋଷ ଲଦି ନିଜେ ଖସି ଯିବାକୁ ଉଦ୍ୟମ କରିଥିଲେ l

ପୂର୍ବରୁ କ୍ରାଇମ ବ୍ରାଞ୍ଚ ଦୁଇ ଥର ବିଦ୍ୟାଶ୍ରୀଙ୍କୁ ଜେରା କରିଛି l ହେଲେ ବିଦ୍ୟାଶ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ଥିଲା ଟିମ l ଅନେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନ ଦେଇ ତଦନ୍ତକୁ ସେ ଦିଗହରା କରୁଥିବା ଟିମ ସନ୍ଦେହ କରିଥିଲା l

ଲାଏ ଡିଟେକ୍ସନ ବେଳେ ବିଦ୍ୟାଶ୍ରୀଙ୍କ ପାଇଁ ଥିଲା ପ୍ରାୟ ୧୫୦ଟି ପ୍ରଶ୍ନ l ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିବା ମନ ମତାନ୍ତର, ଆଦିତ୍ୟଙ୍କ କଥିତ ରୂପେ ଡିପ୍ରେସନକୁ ଯିବା, ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ଭଭୟଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ଓ ସମ୍ପର୍କ ଓ ଆଦିତ୍ୟ ଚଳାଉଥିବା ସେବାଶ୍ରମର ଆର୍ଥିକ କାରବାର ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଶ୍ରୀ l

‘‘ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପୂର୍ବରୁ ହେବା କଥା l ବିଳମ୍ବରେ ହେଲେ ବି ଏହା ଦ୍ୱାରା କ୍ରାଇମ ବ୍ରାଞ୍ଚକୁ ତଦନ୍ତରେ ଅନେକ ସହଯୋଗ ମିଳିବ l କ୍ରାଇମ ବ୍ରାଞ୍ଚ ଜେରା ବେଳେ ଯଦି ବିଦ୍ୟାଶ୍ରୀ କିଛି ଲୁଚାଇବାକୁ ଉଦ୍ୟମ କରିଥିବେ କିମ୍ବା ବୟାନ ବଦଳାଇ ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରିଥିବେ ତେବେ ତାହା ଲାଏ ଡିଟେକ୍ସନ ବେଳେ ଧରାପଡ଼ିବ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସୌରିବନ୍ଧୁ କର ।

ଏହା ବି ପଢ଼ନ୍ତୁ | NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଯାଇଥିଲା ଲାଏ ଡିଟେକ୍ସନ ପକ୍ରିୟା l ରାଜ୍ୟ ଫରେନସିକ ଲାବରେଟୋରର ମିଥ୍ୟା ଅନୁସନ୍ଧାନ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ମୁରଲୀଧର ନାୟକ ବିଦ୍ୟାଶ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ l ପ୍ରଥମେ ଲାଏ ଡିଟେକ୍ସନ ପାଇଁ ବିଦ୍ୟାଶ୍ରୀଙ୍କ ଠାରୁ ଅନୁମତି ନିଆଯାଇଥିଲା l ଏହା ପରେ ‘ପିପୁଲ ଫର ସେବା’ର ପପୁ, ବିକାଶ ଓ ଦୀପକ ବେହେରାଙ୍କ ଲାଏଡିଟେକ୍ସନ ଟେଷ୍ଟ ହେବାର ଅଛି l



ଲାଏ ଡିଟେକ୍ସନ ଟେଷ୍ଟ୍‌ ସରିବା ପରେ ବିଦ୍ୟାଶ୍ରୀ କହିଛନ୍ତି, ‘‘ଅପେକ୍ଷା କରନ୍ତୁ, ସବୁ ସତ ସାମନାକୁ ଆସିବ ।’’
Published by:Anand Shankar Thankur Das
First published: