ସମାଜସେବୀ ଆଦିତ୍ୟ ଦାଶଙ୍କ ବିଧବା ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ

୨୬ ବର୍ଷୀୟା ବିଦ୍ୟାଶ୍ରୀ କହିଛନ୍ତି ଯେ କେତେକ ଲୋକ ତାଙ୍କୁ ଲଗାତର ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ‘‘ସେମାନେ କହୁଛନ୍ତି ତୁ ମରି ଯା’, ତୁ ଏତେ ପର୍ଯ୍ୟନ୍ତ ବଞ୍ଚିଛୁ କେମିତି? କନିଅର ଫଳ ମଞ୍ଜି ଖାଇକି ମରି ଯା’, ଦୁବ ଘାସ ଖାଇକି ମରି ଯା’… ।’’

ବିଦ୍ୟାଶ୍ରୀ ଦାଶ; (ଡାହାଣ) ତାଙ୍କୁ ହସପିଟାଲ୍ ନିଆଯାଉଛି ।

ବିଦ୍ୟାଶ୍ରୀ ଦାଶ; (ଡାହାଣ) ତାଙ୍କୁ ହସପିଟାଲ୍ ନିଆଯାଉଛି ।

  • Share this:
News18 Odia Digital
ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ (Aditya Dash) ସନ୍ଦେହଜନକ ମୃତ୍ୟୁର ପାଞ୍ଚ ମାସ ପରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାଶ (Bidyashree Dash) ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କେତେକ ବ୍ୟକ୍ତିଙ୍କ ଦ୍ୱାରା ଲଗାତର ମାନସିକ ନିର୍ଯ୍ୟାତନାର ଶିକାର ହେବା ପରେ ସେ କଟକ ସ୍ଥିତ ନିଜ ବାପଘରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

୨୬ ବର୍ଷୀୟା ବିଦ୍ୟାଶ୍ରୀ ନିଜ ଆତ୍ମହତ୍ୟା ଉଦ୍ୟମର (suicide attempt) ଫେସବୁକ୍‌ ଲାଇଭ୍‌ ବି କରିଥିଲେ । କ୍ୟାମେରା ସାମନାରେ ସେ ଗୋଟିଏ ପରେ ଗୋଟିଏ ନିଦ ବଟିକା ଖାଉଥିବା ଦେଖାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ.ସି.ବି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ଥିତି ଏବେ ଭଲ ଥିବା ଜଣାପଡ଼ିଛି (Bidyashree suicide attempt)।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

‘‘ମୁଁ ଅସହ୍ୟ ମାନସିକ ନିର୍ଯ୍ୟାତନାର ଶିକାର ହୋଇସାରିଲିଣି । ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ,’’ କାନ୍ଦି କାନ୍ଦି ବିଦ୍ୟାଶ୍ରୀ ନିଜ ଫେସବୁକ୍ ଲାଇଭ୍ ଭିଡିଓରେ କହିଛନ୍ତି । ସେହି ଲାଇଭ୍‌ ଭିଡିଓରେ ବିଦ୍ୟାଶ୍ରୀ ଏକ ଡାଇରୀ ଦେଖାଇ କହିଛନ୍ତି ଯେ ସେହି ଡାଇରୀରେ ସେ ତାଙ୍କୁ ଲଗାତର ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଲୋକଙ୍କ ବିଷୟରେ ସବିଶେଷ ବିବରଣୀ ଲେଖିଯାଇଛନ୍ତି ।

ଏକ ସୁଖଦ ମୁହୂର୍ତ୍ତରେ ଆଦିତ୍ୟ ଦାଶ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ 


ଜୁଲାଇ ୭ ତାରିଖରେ ଭୁବନେଶ୍ୱରର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ଆଦିତ୍ୟ ଦାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖାଯାଇଥିଲା । ଆଦିତ୍ୟଙ୍କ ସହ ଏହାର ମାତ୍ର ମାସକ ତଳେ ବିବାହ କରିଥିବା ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଏହା ଏକ ହତ୍ୟା । ଏହି ଘଟଣାର ତଦନ୍ତ ପ୍ରଥମେ ସରକାରୀ ରେଳ ପୋଲିସ ଓ ତା’ ପରେ ରାଜ୍ୟ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ କରିଥିଲା । ଗତ ମାସ କ୍ରାଇମ୍‌ ବ୍ରାଞ୍ଚ ସ୍ପଷ୍ଟ କରିଥିଲା ଯେ ଆଦିତ୍ୟଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ଥିଲା । ହେଲେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମାତାପିତା ଏହା ଏକ ହତ୍ୟା ବୋଲି ଦାବି କରି ସିବିଆଇ ତଦନ୍ତ ଦାବି କରିଥିଲେ ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

‘‘ମୁଁ ତ ଏଠି କେସ୍‌ ଦେଇକି, ପ୍ରମାଣ ଦେଇକି ବି କିଛି ହେଇ ପାରୁନି । ଆଗକୁ ଆଉ କିଛି ହେବ ବୋଲି ମୁଁ କେଉଁ ଭରସା ରଖିବି? ଆଜି ଗୋଟେ ଝିଅ, ଗୋଟେ ମହିଳା ରେପ୍‌ ହୋଇଗଲେ ତା’ ପାଇଁ ବାହାରି ଆସୁଛି ପୂରା ଦୁନିଆ । କ୍ୟଣ୍ଡଲ୍‌ ମାର୍ଚ୍ଚ କରିକି ହେଉ, ଆନ୍ଦୋଳନ କରିକି ହେଉ, ଜଷ୍ଟିସ୍‌ ଫର୍‌ ଅମୁକ, ଜଷ୍ଟିସ୍‌ ଫର୍‌ ସମୁକ… ହୃଦୟରୁ କରୁଛନ୍ତି ନା ଲୋକ ଦେଖାଣିଆ କରୁଛନ୍ତି? ଯଦି ଏତେ ଜଷ୍ଟିସ୍‌ ବାହାରିଛି, ଆଜି ଗୋଟେ ନାରୀ ତା’ ନିଜ ପାଇଁ ଲଢ଼େଇ କରୁଛି, ତାକୁ ଏଠି ସାବାସି ଦେବା ବଦଳରେ… ମୋ’ ଜାଗାରେ ଆଉ କିଏ ହୋଇଥିଲେ କେବେ ଠୁ କ’ଣ କରି ସାରନ୍ତାଣି । ମୁଁ ବୋଲିକି ଏତେ ଧୈର୍ଯ୍ୟର ସହ ସହିଛି ଆଉ ଲଢ଼ୁଛି… ହେଲେ ଏଠି କିଛି ଲୋକ ଅଛନ୍ତି ଯେଉଁମାନେ ସବୁ ଜାଣିଛନ୍ତି, ସବୁ ପ୍ରଶ୍ନର ଉତ୍ତର ଜାଣିଛନ୍ତି, ତା’ ପରେ ବି ମୋତେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି,’’ ହସପିଟାଲ୍‌ ବେଡରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବିଦ୍ୟାଶ୍ରୀ ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ନିଜ ଆତ୍ମହତ୍ୟା ଉଦ୍ୟମ ପାଇଁ ଶୁଭାଶିଷ ଷଢ଼ଙ୍ଗୀ, ମନୋଜ ସିଂ, ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ବାରିକ, ଏସ୍‌.କେ. ମହାରଣା, ରାକେଶ ଜେନା ଓ ପୁଷ୍ପାଞ୍ଜଳି ମହାନ୍ତି ଆଦି କେତେକ ଲୋକଙ୍କୁ ଦାୟୀ କରି କହିଛନ୍ତି, ‘‘ପ୍ରତି ଦିନ ରାତି ୧୧ଟା-୧୨ଟା ପରେ ସେମାନେ ଲାଇଭ୍‌ ଆସି ଯେମିତି ଉତ୍ପାତ ହେଉଛନ୍ତି… ।’’ ବିଦ୍ୟାଶ୍ରୀ କହିଛନ୍ତି ଯେ ସେ ଶୁଭାଶିଷ ଷଢ଼ଙ୍ଗୀଙ୍କ ନାମରେ ଦୁଇଟି କେସ୍‌ ଦେଇଛନ୍ତି ଓ ହାଇ କୋର୍ଟରେ ବି ଏକ ପିଟିସନ୍‌ ଦେଇଛନ୍ତି, ହେଲେ ସେହି କେସରେ ଏ ପର୍ଯ୍ୟନ୍ତ କୌଣସି ଆକ୍ସନ୍‌ ହୋଇନାହିଁ ।



‘‘ମୁଁ ଆତ୍ମହତ୍ୟା ହିଁ କରିବି… ଏହା ପାଇଁ ମୁଁ ଆତ୍ମହତ୍ୟା ହିଁ କରିବି…’’ କହିଛନ୍ତି ବିଦ୍ୟାଶ୍ରୀ । ‘‘ସେମାନେ କହୁଛନ୍ତି ତୁ ମରି ଯା’, ତୁ ଏତେ ପର୍ଯ୍ୟନ୍ତ ବଞ୍ଚିଛୁ କେମିତି? କନିଅର ଫଳ ମଞ୍ଜି ଖାଇକି ମରି ଯା’, ଦୁବ ଘାସ ଖାଇକି ମରି ଯା’, ଦାନାଦାର ଖାଇକି ମରି ଯା’… ତୋ’ ବଞ୍ଚିଲା ମୁହଁ ଆମେ ଦେଖିଲେ ଅଶୁଭ, ଆମ ସଂସାର ପୋଡ଼ିଯିବ…’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by:Anand ST Das
First published: