News18 Odia Digital
ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ସମ୍ପର୍କ କେବଳ ଚିନ୍ମୟୀ ମହାପାତ୍ରଙ୍କ ସହ ଥିଲା ତାହା ନୁହେଁ । ତାଙ୍କ ପ୍ରେମରେ ଆଉ ଦୁଇ ଜଣ ଯୁବତୀ ବି ପଡ଼ିଥିଲେ l ଏହି ଦୁଇ ଜଣଙ୍କ ସହ ମାନବପ୍ରେମୀ ନାମରେ ଖ୍ୟାତ ଆଦିତ୍ୟ ଦାଶଙ୍କ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି l
ଜୁଲାଇ ମାସରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଆଦିତ୍ୟଙ୍କର ଏହି ଦୁଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ ହେବାର ଅଳ୍ପ ସମୟ ପରେ ବ୍ରେକ-ଅପ୍ ହୋଇ ଯାଇଥିଲା l ତଦନ୍ତ ବେଳେ ଏଭଳି କିଛି ଚାଞ୍ଚଲ୍ଯକର ବୟାନ କ୍ରାଇମ ବ୍ରାଞ୍ଚ ପାଖରେ ରଖିଛନ୍ତି ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ତଥା ତାଙ୍କ ‘ପିପୁଲ ଫର ସେବା’ ସଙ୍ଗଠନର ସଦସ୍ୟ ବିକାଶ ବରାଳ l
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଯେତିକି ଖୋଳତାଡ ହେଉଛି, ପ୍ରତି ଦିନ ସେତିକି ନୂଆ ନୂଆ ତଥ୍ୟ ସାମ୍ନନାକୁ ଆସୁଛି l ବାଲେଶ୍ୱର ଜିଲ୍ଲାର ଚିନ୍ମୟୀ ମହାପାତ୍ରଙ୍କ ପୂର୍ବରୁ ସାଲେପୁରର ମୋନାଙ୍କ ସହ ଥିଲା ଆଦିତ୍ୟଙ୍କ ପ୍ରେମ ସମ୍ପର୍କ l ହେଲେ ଏହି ସମ୍ପର୍କ ବେଶୀ ଦିନ ରହି ନ ଥିଲା l ଉଭୟଙ୍କ ପ୍ରେମ ସମ୍ପର୍କରେ ବ୍ରେକଅପ୍ ହୋଇଥିଲା l
ବ୍ରେକଅପ୍ ହେବା ପରେ ବି ମୋନାଙ୍କ ବାହାଘରକୁ ସାଲେପୁର ଯାଇଥିଲେ ଆଦିତ୍ୟ l ସେଠାରେ ମୋନା ନିଜ ମା'ଙ୍କ ସାମନାରେ ଆଦିତ୍ୟଙ୍କୁ ବେଜିତ୍ କରିଥିଲେ l ଆଦିତ୍ୟ-ମୋନାଙ୍କ ଏ ପ୍ରେମ ଓ ବ୍ରେକଅପ୍ ସମ୍ପର୍କରେ ତଦନ୍ତ ବେଳେ କ୍ରାଇମ ବ୍ରାଞ୍ଚ ପାଖରେ ବୟାନ ଦେଇଛନ୍ତି ଆଶ୍ରମର ସଦସ୍ୟ ତଥା ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ବିକାଶ ବରାଳ l
ବିକାଶ କ୍ରାଇମ ବ୍ରାଞ୍ଚ ପାଖରେ ଦେଇଥିବା ବୟାନ ଅନୁଯାୟୀ ଆଦିତ୍ୟଙ୍କ ସହ ଶିବାନୀ ଭଟ୍ଟ ନାମକ ଆଉ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ବି ଥିଲା l କିନ୍ତୁ ଏହି ପ୍ରେମ ସମ୍ପର୍କ ଭିତରେ ଏଣ୍ଟ୍ରି ମାରିଥିଲେ ଆଶ୍ରମର ପୂର୍ବତନ କୋଷାଧ୍ଯକ୍ଷ ପଲକ l ଫଳରେ ପଲକଙ୍କ ସହ ଆଦିତ୍ୟଙ୍କ ହୋଇଥିଲା ଝଗଡ଼ା l ପରେ ପଲକଙ୍କୁ କୋଷାଧ୍ଯକ୍ଷ ପଦରୁ ବାହାର କରିଦେଇଥିଲେ ଆଦିତ୍ୟ l ଶିବାନୀଙ୍କ ସହ ଆଦିତ୍ୟଙ୍କ ପ୍ରେମ ସମ୍ପର୍କ ବି ବେଶି ଦିନ ତିଷ୍ଠି ପାରି ନ ଥିଲା ବୋଲି ନିଜ ବୟାନରେ କହିଛନ୍ତି ବିକାଶ l
ବିକାଶଙ୍କ ବୟାନ ପରେ ଏବେ କ୍ରାଇମ ବ୍ରାଞ୍ଚର ସ୍କାନରକୁ ଆସିଛନ୍ତି ଶିବାନୀ ଓ ପଲକ l ଉଭୟଙ୍କୁ ଖୁବ ଶୀଘ୍ର ପଚରାଉଚରା କରିବ କ୍ରାଇମ ବ୍ରାଞ୍ଚ l
ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନାପୂର୍ବରୁ ଆଦିତ୍ୟଙ୍କୁ ବିବାହ କରିବାକୁ ଅନେକ ଝିଅ ଚାହୁଁଥିବା କଥା ବିଦ୍ୟାଶ୍ରୀ ଗଣମାଧ୍ୟମ ଆଗରେ ସ୍ୱିକାର କରିସାରିଛନ୍ତି l
ଏବେ ପ୍ରଶ୍ନ ଉଠୁଛି ଯେ ବିବାହ ପୂର୍ବରୁ ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ ବିଦ୍ୟାଶ୍ରୀ l କିନ୍ତୁ ଶିବାନୀ ଓ ମୋନାଙ୍କ ସହ ଆଦିତ୍ୟଙ୍କ ପ୍ରେମ ସମ୍ପର୍କ ବିଷୟରେ ବିଦ୍ୟାଶ୍ରୀ ଅବଗତ ଥିଲେ କି ନାହିଁ? ଆଦିତ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୂର୍ବତନ ଦୁଇ ପ୍ରେମିକାଙ୍କ କିଛି ଲିଙ୍କ ନାହିଁ ତ? ଏମିତି କଣ ହୋଇଥିଲା ଯେ ପଲକଙ୍କୁ କୋଷାଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ ଆଦିତ୍ୟ? ଆଦିତ୍ୟଙ୍କ ମୃତ୍ୟୁ ପଛରେ ପଲକଙ୍କ କୌଣସି ଭୂମିକା ନାହିଁ ତ? ଏହି ସବୁ ଦିଗ ଉପରେ ଏବେ କ୍ରାଇମ୍ ବ୍ରାଞ୍ଚ ଆଲୋକପାତ କରିବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।