ଆଦିତ୍ୟ ଦାଶ ମୃତ୍ୟୁ: ପତ୍ନୀ ଓ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କଲେ ଆଦିତ୍ୟଙ୍କ ପୂର୍ବ ପ୍ରେମିକା ଚିନ୍ମୟୀ

ତାଙ୍କୁ ଜଣେ ‘‘ସାଇକୋ ଲେଡି’’ ବୋଲି କହି ବଦନାମ କରିବା ଅଭିଯୋଗରେ ବାଲେଶ୍ୱରର ଖଇରା ଥାନାରେ ଚିନ୍ମୟୀ IPCର ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ।

ଆଦିତ୍ୟ ଦାଶ ମୃତ୍ୟୁ: ପତ୍ନୀ ଓ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କଲେ ଆଦିତ୍ୟଙ୍କ ପୂର୍ବ ପ୍ରେମିକା ଚିନ୍ମୟୀ
ଆଦିତ୍ୟ ଓ ପତ୍ନୀ ବିଦ୍ୟାଶ୍ରୀ
  • News18 Odia
  • Last Updated: September 7, 2020, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କ୍ରାଇମ ବ୍ରାଞ୍ଚ ଯୁବ ସମାଜ ସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପଛର ରହସ୍ୟ ଖୋଜୁଥିବା ବେଳେ ଏବେ ଏହି ମାମଲାରେ ଏକ ନୂଆ ଟ୍ଵିଷ୍ଟ ଆସିଛି। ଭୁବନେଶ୍ୱରରେ ଘଟିଥିବା ଏହି ହାଇ-ପ୍ରୋଫାଇଲ୍‌ ମୃତ୍ୟୁ ମାମଲାର ଗୁଞ୍ଜରଣ ବାଲେଶ୍ୱରର ଏକ କୋର୍ଟରେ ଶୁଭୁଛି । ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ବାଲେଶ୍ୱର ଜିଲ୍ଲାର ଚିନ୍ମୟୀ ମହାପାତ୍ର ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ଗତ କିଛି ଦିନ ତଳେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ‘‘ସାଇକୋ ଲେଡି’’ଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ମୃତ ଆଦିତ୍ୟଙ୍କ ବାପା, ମାଆ ଓ ପତ୍ନୀ ବିଦ୍ୟାଶ୍ରୀ ଓ ସମାଜସେବୀ ବିସ୍ମିତ ଦାସ । ଏହା ପରେ ଆରମ୍ଭ ହୋଇଥିଲା ପୂରା ବିବାଦ । ‘‘ସାଇକୋ ଲେଡି’’ କିଏ ତାଙ୍କର ଆଦିତ୍ୟଙ୍କ ସହିତ କଣ ସମ୍ପର୍କ ଏସବୁ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ସେପ୍ଟେମ୍ବର ୧ ତାରିଖ ସାମ୍ନାକୁ ଆସିଥିଲେ ଆଦିତ୍ୟଙ୍କ ପୁରୁଣା ପ୍ରେମିକା ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଚିନ୍ମୟୀ ମହାପାତ୍ର ।

ଚିନ୍ମୟୀ ସିଧାସଳଖ ଗଣମାଧ୍ୟମ ଆଗରେ ଆଦିତ୍ୟଙ୍କ ସହିତ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଥିଲେ । ଏଥି ସହିତ ତାଙ୍କୁ ‘‘ସାଇକୋ ଲେଡି’’ କୁହାଯାଇ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଥିଲେ । ବିବାହ ପରେ ତାଙ୍କର ଆଦିତ୍ୟଙ୍କ ଭିତରେ କୌଣସି ସମ୍ପର୍କ ନ ଥିବା ଚିନ୍ମୟୀ କହିବା ସହିତ ତାଙ୍କୁ ଜାଣିଶୁଣି ବିଦ୍ୟାଶ୍ରୀ ଓ ବିସ୍ମିତ ବଦନାମ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏବେ ଚିନ୍ମୟୀ ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ।

‘‘ସାଇକୋ ଲେଡି’’ ବୋଲି କହି ତାଙ୍କୁ ବଦନାମ କରିବା ଅଭିଯୋଗରେ ଖଇରା ଥାନାରେ ଚିନ୍ମୟୀ ଆଇପିସିର ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି । ଏଥି ସହିତ ଏକ ଘୋରାଇ ଟିଭି ଚ୍ୟାନେଲ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଚିନ୍ମୟୀ ।

ଆଦିତ୍ୟଙ୍କ ମୃତ୍ୟୁର ପ୍ରାୟ ୫୦ ଦିନ ପରେ ବିଦ୍ୟାଶ୍ରୀ ଓ ବିସ୍ମିତ ‘‘ସାଇକୋ ଲେଡି’’ଙ୍କ କଥା ଉଠାଇଥିଲେ । ଏହା ପରେ ସାମ୍ନାକୁ ଆସିଥିଲେ ଚିନ୍ମୟୀ ।

ଚିନ୍ମୟୀ କହିଛନ୍ତି ଯେ ଆଦିତ୍ୟଙ୍କ ସହିତ ତାଙ୍କର ଚାରି ମାସ ଧରି ସମ୍ପର୍କ ରହିଥିଲା ଓ ଉଭୟ ଉଭୟଙ୍କୁ ଭଲ ପାଉଥିଲେ, ମାତ୍ର ଆଦିତ୍ୟଙ୍କ ବିବାହ ପରେ ଦୁହିଁଙ୍କ ମଧ୍ୟରେ ଆଉ କିଛି ସମ୍ପର୍କ ନ ଥିଲା । ଅଯଥାରେ ତାଙ୍କୁ ‘‘ସାଇକୋ’’ ରୂପେ ଚିତ୍ରଣ କରିଛନ୍ତି ବିଦ୍ୟାଶ୍ରୀ ଓ ବିସ୍ମିତ । ବିସ୍ମିତ ନିଜକୁ କ୍ରାଇମ ବ୍ରାଞ୍ଚର ଜଣେ ଅଫିସର ବୋଲି ପରିଚୟ ଦେଇ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ଚିନ୍ମୟୀ ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

‘‘ବିଦ୍ୟାଶ୍ରୀ ବା ମୁଁ ଜଣେ ସାଇକୋ ଲେଡି କଥା କହିଥିଲୁ । ମାତ୍ର ସାଇକୋ ଲେଡି ଚିନ୍ମୟୀ ବୋଲି କହି ନ ଥିଲୁ । ଚିନ୍ମୟୀ ନିଜେ ସାମ୍ନାକୁ ଆସି ସାଇକୋ ଲେଡି ବୋଲି ପ୍ରମାଣ ଦେଉଛନ୍ତି । ତେବେ ମୁଁ କ୍ରାଇମବ୍ରାଞ୍ଚ ବୋଲି ନୁହେଁ ବରଂ ସମାଜସେବୀ ବୋଲି ପରିଚୟ ଦେଇ ତାଙ୍କୁ ଫୋନ କରିଲି,’’ କହିଛନ୍ତି ବିସ୍ମିତ ।



ପ୍ରଥମରୁ କୁହାଯାଉଥିଲା ଯେ ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ତାଙ୍କର କେହି ନିକଟବର୍ତ୍ତୀ ଲୋକ ଥାଇପାରନ୍ତି । ଜୁଲାଇରେ ଆଦିତ୍ୟଙ୍କ ମୃତ୍ୟୁ ପରେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ହୋଇଥିଲା । ପ୍ରଥମେ ଜିଆରପି ପୋଲିସ ଓ ପରେ କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେଇଛି ।
Published by: Anand Shankar Thankur Das
First published: September 7, 2020, 11:46 PM IST
corona virus btn
corona virus btn
Loading