ଆଦିତ୍ୟ ଦାଶ ମୃତ୍ୟୁ; ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ସେବାଶ୍ରମ ଓ ଆଦିତ୍ୟଙ୍କ ସହ ଏହି ୪ ଜଣ ଅଙ୍ଗାଙ୍ଗି ଭାବେ ଜଡ଼ିତ l ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ ଏମାନଙ୍କ ମଧ୍ଯରୁ କେହି ନା କେହି ଜାଣିଛନ୍ତି ବୋଲି କୁହାଯାଉଛି l

ଆଦିତ୍ୟ ଦାଶ ମୃତ୍ୟୁ; ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ; (ଡାହାଣ) ଆଦିତ୍ୟ
  • News18 Odia
  • Last Updated: August 25, 2020, 4:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଉପରୁ ପରଦା ହଟିନି । ଆଦିତ୍ୟଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ଦିନ ବିତିଲାଣି ତଥାପି ଏହାର ତଦନ୍ତ ପକ୍ରିୟା ବୁଢିଆଣି ଜାଲ ଭଳି ଗୁଡେଇ ହୋଇ ରହିଛି l ସାକ୍ଷୀଙ୍କ ବୟାନରେ ମଧ୍ୟ ତାଳମେଳ ରହୁନି l ସନ୍ଦେହେ କରାଯାଉଛି ଯେ କେହି ନା କେହି ତଥ୍ୟ ଓ ସତ୍ୟ ଲୁଚାଉଛି l ତେଣୁ ଲାଏଡିଟେକ୍ସନ ଟେଷ୍ଟର ସାହାର କ୍ରାଇମବ୍ରାଞ୍ଚ ନେଇଛି l ଲାଏ ଡିଟେକ୍ସନ ତାଲିକାରେ ଅଛନ୍ତି ଆଦିତ୍ୟଙ୍କ ପତ୍ନି ବିଦ୍ଯାଶ୍ରୀ ଦାଶ, ପିପୁଲ ଫର ସେବାର ସଦସ୍ୟ ପପୁ ଓରଫ ସ୍ମୃତି ରଞ୍ଜନ ସେଠୀ, ବିକାଶ ବରାଳ ଓ ଦିପକ ବେହେରା ଅଛନ୍ତି l

ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୪ ଜଣଙ୍କର ହେବ ମିଥ୍ୟା ଅନୁସନ୍ଧାନ ତଥା ଲାଏ ଡିଟେକ୍ସନ ଟେଷ୍ଟ l ଆଦିତ୍ୟଙ୍କ ପତ୍ନି ବିଦ୍ଯାଶ୍ରୀ ଦାଶ, ପିପୁଲ ଫର ସେବାର ତିନି ସଦସ୍ୟ ପପୁ ଓରଫ ସ୍ମୃତି ରଞ୍ଜନ ସେଠୀ, ବିକାଶ ବରାଳ ଓ ଦିପକ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନସିକ ଲାବ୍ରୋଟରୀରୁ ଅନୁମତି ମିଳିଛି l ଏମାନଙ୍କ ବୟାନରେ ତାଳମେଳ ରହୁ ନ ଥିବାରୁ ଲାଏ ଡ଼ିଟେକ୍ସନ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି l

ଆଦିତ୍ୟଙ୍କ ମୃତ୍ୟୁ ପରେ ସେହି ରାତିରେ ସୁନ୍ଦରପଦାରେ ଥିବା ତାଙ୍କ ଭଡ଼ା ଘରକୁ ପ୍ରଥମେ ପପୁ ଓ ପରେ ଦିପକ ଯାଇଥିଲେ l ଏହାର ପରଦିନ ଅର୍ଥାତ ଜୁଲାଇ ୮ ତାରିଖରେ ବିକାଶ ଓ ସୌମ୍ୟ ସେହି ଘରକୁ ଯାଇଥିଲେ l ଘରୁ କିଛି ଜିନିଷପତ୍ର ଗାଏବ ହୋଇଛି ଓ ସନ୍ଦେହ ଜନକ ଭାବେ ଘରର ଚାବି ଓ ଡାଏରୀ ମିଳିବା ନେଇ ପ୍ରଥମ ଦିନରୁ ପପୁ ଓ ବିକାଶଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବିଦ୍ୟାଶ୍ରୀ l ଏବେ ଲାଏ ଡିଟେକ୍ସନ ହେଲେ ସତ କଣ ସମ୍ମାନାକୁ ଆସିବ ବୋଲି କୁହାଯାଉଛି l

ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ


ଜଣାନ୍ତୁ ଏହି ହାଇପ୍ରୋଫାଇଲ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟର କଣ ପାଇଁ ଆବଶ୍ୟକତା ପଡ଼ିଲା

ତଦନ୍ତ ଆରମ୍ଭରୁ ଆଦିତ୍ୟଙ୍କ ସାଙ୍ଗ ଓ ପତ୍ନୀ ବୟାନରେ ତାଳମେଳ ରହୁ ନଥିଲା l ବାରମ୍ଵାର ଜେରା ପରେ ବି ଏମାନେ ତଥ୍ୟ ଏବଂ ସତ୍ୟ ଲୁଚାଇବାକୁ ଉଦ୍ୟମ କରୁଥିଲେ l
ସତ କହିବା ବଦଳରେ ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରୁଥିଲେ l ସେବାଶ୍ରମ ଓ ଆଦିତ୍ୟଙ୍କ ସହ ଏହି ୪ ଜଣ ଅଙ୍ଗାଙ୍ଗି ଭାବେ ଜଡ଼ିତ l ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ ଏମାନଙ୍କ ମଧ୍ଯରୁ କେହି ନା କେହି ଜାଣିଛନ୍ତି ବୋଲି କୁହାଯାଉଛି l

''ଲାଏ ଡିଟେକ୍ସନ ଟେଷ୍ଟ ହେଲେ, ସତ ପଦାକୁ ଆସିବ l ଦୋଷୀ ଧରା ହେବ,",କହିଛନ୍ତି ପିପୁଲ ଫର ସେବାର ଓକିଲ ନିହାର ରଞ୍ଜନ ଓଝା l

ତଦନ୍ତ ହେଉ, ସତ୍ୟ ପଦାକୁ ଆସୁ l କ୍ରାଇମବ୍ରାଞ୍ଚ ଯଦି ସତ୍ୟ ବାହାର କରିବାରେ ବିଫଳ ହେଉଛି ତେବେ ତଦନ୍ତକୁ ସିବିଆଇକୁ ଦିଆଯାଉ," କହିଛନ୍ତି ଆଦିତ୍ୟଙ୍କ ମାଆ ପଦ୍ମାଳୟ ଦାଶ l
Published by: Jagdish Barik
First published: August 25, 2020, 4:41 PM IST
corona virus btn
corona virus btn
Loading