ତେଜୁଛି ବିଜ୍ଞାପନ ବିବାଦ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଓଡ଼ିଶା ରଜନୀତିରେ ଚାଲିଛି ବିଜ୍ଞାପନ ବିବାଦ । ମନ୍ତ୍ରୀ ଅଶୋକ ପଣ୍ଡା ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ।

ତେଜୁଛି ବିଜ୍ଞାପନ ବିବାଦ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା

ତେଜୁଛି ବିଜ୍ଞାପନ ବିବାଦ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ତେଜୁଛି ବିଜ୍ଞାପନ ବିବାଦ। ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ନେଇ ଶ୍ରେୟ ରାଜନୀତି ଜୋର ଧରିଛି । ବିଜେଡି - ବିଜେପି ମଧ୍ୟରେ ଲାଗିରହିଛି ତୁ ତୁ ମେଁ ମେଁ । ଗତକାଲି ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଆରମ୍ଭ ହୋଇଛି ବିମାନ ସେବା । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଅସନ୍ତୋଷ ଝାଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଆଜି ଅନ୍ୟ ଏକ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆରୋପ ଉଠାଇଛି ବିଜେଡି। କାଉଣ୍ଟର କରି ଧର୍ମେନ୍ଦ୍ର କହିଛନ୍ତି କେନ୍ଦ୍ରୀୟ ଅର୍ଥରେ ନିର୍ମିତ କାର୍ଯ୍ୟରେ କାହିଁକି ରହିବ ନବୀନଙ୍କ ଫଟୋ ?



ମନ୍ତ୍ରୀ ଅଶୋକ ପଣ୍ଡା କାଉଣ୍ଟର କରି ପ୍ରଶ୍ନ କରିଛନ୍ତି ଯେ,  ବିଶାଳ ହୃଦୟ କଥା କହୁଥିବା ଧର୍ମେନ୍ଦ୍ରଙ୍କ ମହାନତା କୁଆଡେ ଗଲା । ଯଦି ବିଶାଳ ହୃଦୟ ଆଜି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଇ ପାରିଥାନ୍ତେ। ସଂସ୍କୃତିର ପ୍ରତୀକ ଭାବେ ଲିଙ୍ଗରାଜ ମନ୍ଦିର ଫଟୋ ଦେଇପାରିଥାନ୍ତେ। କିନ୍ତୁ କୁଆଡେ ଗଲା ତାଙ୍କ ମହାନତା। ଗତକାଲି ଉଦଘାଟନୀ ସମାରୋହ ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଅଶୋକ ପଣ୍ଡା। ଆଶୋକ ପଣ୍ଡା କହିଛନ୍ତି  ବିମାନ ବନ୍ଦର  ପରିସରରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲୁ ।  କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଲେ। ଏହାକୁ ବରଦାସ୍ତ କରାଯାଇ ନପାରେ କହି ସ୍ୱର ଶାଣିତ କରିଥିଲେ। ଘର କଥା କହି ଓଡ଼ିଆରେ କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ।  ପରବର୍ତ୍ତୀ ମୁହୂର୍ତ୍ତରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଥିଲେ। ମୋତେ ମାଇକ ଦେବାକୁ ମନା କରିଥିଲେ ଧର୍ମେନ୍ଦ୍ର ବୋଲି ଅଭିଯୋଗ କରିଛନ୍ତି ଅଶୋକ ପଣ୍ଡା। କିଛି ସମୟ ପୂର୍ବରୁ ଘର କଥା କହି ଓଡ଼ିଆରେ କହୁଥିବା ବେଳେ ସିନ୍ଧିଆ କିପରି ଘର କଥା ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଆଶୋକ ପଣ୍ଡା। ଏହା ସମ୍ପୂର୍ଣ୍ଣ ସୁପରିକଳ୍ପତ ଓ ସୁଚିନ୍ତିତ ଷଡ଼ଯନ୍ତ୍ର । ଶିଖା ଶିଖି ହୋଇ ଆଗରୁ କଥା ବାର୍ତ୍ତା ହୋଇ ଏପରି କରିଛନ୍ତି। ପୂର୍ବରୁ ଦୁଇ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମୁଖ୍ୟମନ୍ତ୍ରୀ ଜମି ଦେବା ସହ ସ୍ଥାନୀୟ ବିଧାୟକ ଭାବେ ବହୁତ୍ ପରିଶ୍ରମ କରିଛି। କିନ୍ତୁ ସ୍ଥାନୀୟ ବିଧାୟକ ଭାବେ ମୋତେ ନିମନ୍ତ୍ରଣ କଲେନି କେନ୍ଦ୍ରମନ୍ତ୍ରୀ । କୁଆଡେ ଗଲା କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ହୃଦୟ। ସେତେବେଳେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କହିଲେ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ କାମ। ତେବେ କୁଆଡେ ଗଲା ଧର୍ମେନ୍ଦ୍ରଙ୍କ ବିଶାଳ ହୃଦୟ ବୋଲି କହି ସମାଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅଶୋକ ପଣ୍ଡା ଯାହା ଭୁଲ୍ କହିବେ ଆମେ ସେଇଟା ମାନିଯିବୁ.. ଏଇଟା ଉଚିତ ନୁହେଁ । କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାରଙ୍କ ଫଟୋ କାହିଁକି ରହିବ ? ରାଜ୍ୟ ସରକାର ତାଙ୍କ ଯୋଜନାରେ କେନ୍ଦ୍ର ସରକାରଙ୍କ ଫଟୋ ରଖୁଛନ୍ତି କି ? ବରଂ କେନ୍ଦ୍ରସରକାରଙ୍କ ଯୋଜନାକୁ ନେଇ ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜିବା କଥା ଭଲ ଭାବରେ ଜାଣନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି "ବାରମ୍ବାର ପ୍ରତ୍ୟାଖିତ ଅପମାନିତ ହେବା ପରେ ସେମାନେ ଆମଠାରୁ ସୌଜନ୍ୟତା ଆଶା କରିବା ବେକାର। ଏଇଟା ପ୍ରଥମ କଥା ନୁହେଁ ହକି ବିଶ୍ଵକପରେ ବି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ଉଡ଼ାନ  ଯୋଜନାରେ ଶ୍ରେୟ ନେବା ପାଇଁ ପ୍ରଧାନମନ୍ତ୍ରୀ କି ବିମାନ ଚଳାଚଳ ମନ୍ତ୍ରୀଙ୍କ ଫଟୋ ଯଦି ଦେଲେନି ସେମାନେ କିପରି ଆଶା କରୁଛନ୍ତି ତାଙ୍କ ଫଟୋ ରହିବ ବୋଲି। ସଂଘୀୟ ବ୍ୟବସ୍ଥାରେ ଉଭୟ ଉଭୟଙ୍କ ଫଟୋ ଦେବା କଥା। କିନ୍ତୁ ବାରମ୍ବାର ଅପମାନିତ ହେବା ପରେ ଆମଠାରୁ ସୌଜନ୍ୟତା ଆଶା କରିବା ଭୁଲ। ବିଶାଲ ହୃଦୟ କାହାର ସେକଥା ଓଡ଼ିଶାବାସୀ ଜାଣିଛନ୍ତି। ରାଜ୍ୟ ସରକାରଙ୍କ ସଙ୍କୋଚ ମାନସିକତା ହକି ବିଶ୍ଵକପରୁ ଜଣା ପଡ଼ୁଛି। ହକି ବିଶ୍ଵକପରେ ବିଜେପି ବିଧାୟକଙ୍କୁ ମଞ୍ଚକୁ ଡକା ଗଲାନି।  ସେମାନେ ଅଭିଯୋଗ ଯଦି କରୁଛନ୍ତି ଗୋଟେ ବି ପ୍ରମାଣ ଦିଅନ୍ତୁ। ସବୁ କାର୍ଯ୍ୟକ୍ରମରେ ଡକା ଯାଉଛି। କିନ୍ତୁ ସେମାନେ ଡ୍ରାମା କରୁଛନ୍ତି। ରାଜ୍ୟ ସରକାର ଯଦି ଯୁଦ୍ଧଂ ଦେହି ଡାକରା ଦେବେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ। ଉଭୟ ଦଳକୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି କ୍ଷମତା ପାଇଁ  ଉଭୟ ଦଳ  ଶସ୍ତା ରାଜନୀତି କରୁଛନ୍ତି। ଗତକାଲି  ରାଜ୍ୟ ସରକାରଙ୍କ ବିଜ୍ଞାପନରେ  ପ୍ରଧାନମନ୍ତ୍ରୀ କି ବିମାନ ଚଳାଚଳ ମନ୍ତ୍ରୀଙ୍କ ଫଟୋ ନଥିବା ବେଳେ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଲେନି। ଜନସାଧାରଣଙ୍କ ପଇସାରେ ନବୀନ ଓ ମୋଦି ସରକାର ଶସ୍ତା ରାଜନୀତି କରୁଛନ୍ତି।
Published by:Soubhagya Mishra
First published: