ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା
News18 Odia Digital
ଭୁବନେଶ୍ବର: ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ତାଙ୍କ ଘରେ ଛାତ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଅପ୍ରାକୃତିକ ମୃତ୍ୟୁ ମାମଲା ପଞ୍ଜିକରଣ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଇତିମଧ୍ୟରେ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବାର କହିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ଏହା ସ୍ପଷ୍ଟ ରୂପେ ଜଣାପଡୁଥିବାର ଏକ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ ଆହୁରି କହିଛନ୍ତି, ‘‘ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ତଦନ୍ତ ଯାଇ କରିଛି। ସେଠାରୁ ଏକ ହାତ ଲେଖା ଚିଠି ଓ ଲାପ୍ଟପ୍ ମିଳିଛି। ରଶ୍ମିରେଖା ଡିପ୍ରେସନରେ ଥିବା ପରି ଜଣାପଡ଼ିଛି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡ଼ିବ। ମୃତଦେହରେ କିଛି ଆଘାତ ଚିହ୍ନ ନାହିଁ କି ନିଜ ହାତ ଲେଖା ଚିଠିରେ କାହାକୁ ଅଭିନେତ୍ରୀ ଦାୟୀ କରିନାହାଁନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଏହା ଆତ୍ମହତ୍ୟା।’’
ହେଲେ ସେପଟେ ରଶ୍ମିଙ୍କ ମୃତ୍ୟୁ ପାଇଁ ସନ୍ତୋଷ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି ରଶ୍ମିଙ୍କ ବାପା ରଞ୍ଜନ ଓଝା। ସନ୍ତୋଷଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।