ବିଗ୍ ବସ୍ ୧୬ରେ ନାହାନ୍ତି ପ୍ରକୃତି; କିଛିଦିନ ପୂର୍ବେ ଅଭିନେତ୍ରୀଙ୍କ ଏଣ୍ଟ୍ରିକୁ ନେଇ ଜୋର୍ ଧରିଥିଲା ଚର୍ଚ୍ଚା
- News18 Odia
- Last Updated :
- Bhubaneswar, India
News 18 Odia Digital
ମୁମ୍ବାଇ: ବିଗ୍ ବସ୍ ୧୬ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଆସୁଥିବା ନେଇ ବେଶ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ତାର ଅନ୍ତ ଘଟିଛି । କାରଣ ବିଗ ବସ ଆରମ୍ଭ ହୋଇସାରିଛି । ‘ବିଗ୍ ବସ୍ ୧୬’ ଶନିବାର ଅର୍ଥାତ୍ ଗତକାଲିଠାରୁ ଆରମ୍ଭ ହୋଇଛି ।
ଚଳିତ ବର୍ଷ ‘ବିଗ୍ ବସ୍’ରେ କେଉଁମାନେ ପ୍ରତିଯୋଗୀ ହୋଇ ମନୋରଞ୍ଜନ କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଗତକାଲି କଲର୍ସ ପକ୍ଷରୁ ବିଗ୍ ବସ୍-୧୬ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ ପାଇବା ପରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଥିଲା । ତେବେ ବିଗ୍ ବସରେ ସାମିଲ ହୋଇଥିବା ୧୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରକୃତି ନଥିବା ଦେଖିବାକୁ ମିଳିଛି । ତେବେ ଯେଉଁମାନେ ବିିଗ୍ ବସ-୧୬ରେ ସାମିଲ ହୋଇଛନ୍ତି ସେମାନେ ହେଲେ, ଟିନା ଦତ୍ତା, ଅବଦୁଲ୍ ରୋଜିକ୍, ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ବିଗ୍, ଏମସି ଷ୍ଟାନ୍, ଅଙ୍କିତ ଗୁପ୍ତା, ସୁମ୍ବୁଲ ତୌକିର୍, ମାନିଆ ସିଂ, ସୌନ୍ଦର୍ଯ୍ୟା ଶର୍ମା, ଶାଲିନ୍ ଭାନୋଟ, ଶ୍ରୀଜିତା ଦେ, ଶିବ ଠାକରେ, ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍, ଗୋରି ନାଗୋରୀ ଏବଂ ଅର୍ଚ୍ଚନା ଗୌତମ ।
ଚର୍ଚ୍ଚାରେ ଥିବା ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ କିନ୍ତୁ ଏଥିରେ ନାହିଁ । କିଛି ଦିନ ତଳେ ଅଭିନେତା ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କୁ ନେଇ ବିବାଦରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ବିଗ୍ ବସ୍ ଆରମ୍ଭ ହେବା ପରେ ସବୁ କିଛି ପରିଷ୍କାର ହୋଇଯାଇଛି । ତେବେ ଏହି ସୋ’ ପ୍ରାୟ ୧୦୦ଦିନ ପର୍ଯ୍ୟନ୍ତ ଚାଲିବ ଓ ଦର୍ଶକଙ୍କ ଭରପୂର୍ ମନୋରଞ୍ଜନ କରିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।