ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ଫିଲ୍ମ ‘ଜନ୍ନତ୍ ୨’ର ଆଠ ବର୍ଷ ପୂରା ହେବା ଅବସରରେ ଅଭିନେତା ଇମ୍ରାନ ହାଶମୀଙ୍କ ସହ କାମ କରିବାର ଅନୁଭୂତି ବିଷୟରେ କହିଛନ୍ତି ।

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଇମ୍ରାନ ହାଶମୀଙ୍କ ସହ ଇଶା ଗୁପ୍ତା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା (Esha Gupta) ଇମ୍ରାନ ହାଶମୀଙ୍କ (Emraan Hashmi) ସହ କରିଥିବା ଏକ ଚୁମ୍ବନ ଦୃଶ୍ୟ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଫିଲ୍ମରେ ଇମ୍ରାନ ହାଶମୀଙ୍କ ସହ ଚୁମ୍ବନ ଦୃଶ୍ୟ କରିବା ବିଷୟରେ ତାଙ୍କ ମୁଣ୍ଡରେ କ୍ରମାଗତ ଚିନ୍ତା ରହିଥିଲା । କାରଣ ତାଙ୍କୁ ବାରମ୍ବାର ଲାଗୁଥିଲା ଯେ ତାଙ୍କର ସେହି ଚୁମ୍ବନ ଦୃଶ୍ୟ ତାଙ୍କ ପିତାମାତା ଦେଖିବେ । ଏହି ଚୁମ୍ବନ ଦୃଶ୍ୟ ଦେଖିବା ପରେ ତାଙ୍କ ପିତାମାତା ତାଙ୍କୁ କ’ଣ କହିବେ ବୋଲି ସେ ସର୍ବଦା ଚିନ୍ତାରେ ରହୁଥିଲେ ।

‘ବଲିଉଡ ହଙ୍ଗାମା’କୁ ଦେଇଥିବା ଏକ ସାକ୍ଷାତକାରରେ ଇଶା ଗୁପ୍ତା କହିଛନ୍ତି, ‘‘ମୁଁ ଏ ପର୍ଯ୍ୟନ୍ତ କେବଳ ଦୁଇ ଜଣଙ୍କୁ ହିଁ ଚୁମ୍ବନ ଦେଇଛି । ଏଥିରେ ଇମ୍ରାନ ହାଶମୀ ଜଣେ ଓ ଦ୍ୱିତୀୟ ହେଉଛନ୍ତି ବିଦ୍ୟୁତ ଜାମୱାଲ । କିନ୍ତୁ ପ୍ରଥମ ଚୁମ୍ବନ ସମୟରେ ମୋତେ ସବୁ କିଛି ଠିକ୍ ଲାଗୁ ନ ଥିଲା ।’’

‘‘ମୋ’ ମନରେ ବାରମ୍ବାର ଏହି ଚିନ୍ତା ଥିଲା ଯେ ଏ ଦୃଶ୍ୟକୁ ମୋ’ ପିତାମାତା ବି ଦେଖିବେ,’’ କହିଛନ୍ତି ଇଶା । ଇଶା ‘ଜନ୍ନତ୍ ୨’ ଫିଲ୍ମରେ ଇମ୍ରାନ୍ ହାଶମୀଙ୍କ ସହ ଏକ ଚୁମ୍ବନ ଦୃଶ୍ୟ କରିଥିଲେ । ତା’ପରେ ଇମ୍ରାନଙ୍କ ଭାବମୂର୍ତ୍ତି ଏକ କ୍ରମିକ କିସର (serial kisser)ର ହୋଇଯାଇଥିଲା । ସେ ତାଙ୍କ ଚଳଚ୍ଚିତ୍ରରେ ଜୋରଦାର୍‌ ଚୁମ୍ବନ ଦୃଶ୍ୟ କରିବା ପାଇଁ ଜଣାଶୁଣା ।

ଇମ୍ରାନ ହାଶମୀ ଓ ଇଶା ଗୁପ୍ତା


ଅବଶ୍ୟ ଇଶା ଇମ୍ରାନଙ୍କ ସହ କାମ କରିବା ତାଙ୍କ ଚଳଚ୍ଚିତ୍ର ଯାତ୍ରାର ସର୍ବୋତ୍ତମ ସମୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘‘ମୁଁ ତାଙ୍କ ସହ ସୁଟିଂ କରିବାରେ ସବୁ ଠାରୁ ଚମତ୍କାର ସମୟ ଅତିବାହିତ କରିଛି । ଯେତେବେଳେ ଆମେ ଏକାଠି ହେଉ ଆମେ ସ୍ମରଣୀୟ ମୂହୁର୍ତ୍ତ ବିତାଉ । ସେତେବେଳେ ସେ ଡାଏଟିଂ କରୁଥିଲେ, ବ୍ୟାୟାମ କରୁଥିଲେ ଓ ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ । କିନ୍ତୁ ଏ ସବୁ ଭିତରେ ମୁଁ ତାଙ୍କ ହସକଥା (ଜୋକ୍‌) ପାଇଁ ତାଙ୍କୁ ସବୁ ଠୁ ବେଶୀ ମନେ ପକାଏ । ସେ ଜଣେ ଆଶ୍ଚର୍ଯ୍ୟ ପ୍ରକାରର ମଜାଳିଆ ବ୍ୟକ୍ତି । ସବୁ ଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଜଣେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି । ମୁଁ ତାଙ୍କ ସହ କାମ କରିବାକୁ ପସନ୍ଦ କରେ ।’’

‘ଜନ୍ନତ୍‌ ୨’ ପରେ ଇମରାନ ଇଶମୀ ଓ ଇଶା ଗୁପ୍ତା ‘ରାଜ୍‌ ୩’ରେ ଏକାଠି କାମ କରିଥିଲେ । ଇଶା ଗୁପ୍ତାଙ୍କୁ ଶେଷ ଥର ପାଇଁ ‘ଟୋଟାଲ୍‌ ଧମାଲ୍‌’ରେ ଦେଖିବାକୁ ମିଳିଥିଲା । ତାଙ୍କର ‘ଦେଶୀ ମ୍ୟାଜିକ୍’ର ଏବେ ପୋଷ୍ଟ ପ୍ରଡକ୍ସନ୍ ଚାଲିଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 9:15 PM IST
corona virus btn
corona virus btn
Loading