ଏହି ପ୍ରସିଦ୍ଧ ଅଭିନେତା ଡିପ୍ରେସନ୍ ଓ ନିଶାର ଶିକାର ହୋଇଥିଲେ; କହିଲେ: ଷ୍ଟାର ହେବାକୁ ଆସିଥିଲି, ହେଲେ…

ଗୋଟେ ସମୟ ଥିଲା ଯେତେବେଳେ ସେ ଡିପ୍ରେସନରେ ଥିଲେ ଓ ବହୁତ ମଦ୍ୟପାନ କରିବା ଆରମ୍ଭ କରିଦେଇଥିଲେ । ତାଙ୍କର ଗୋଟେ ଫିଲ୍ମ ଭଲ ପ୍ରଦର୍ଶନ କରି ବକ୍ସ ଅଫିସରେ ଭଲ ରୋଜଗାର କରିବା ପରେ ବି ତାଙ୍କୁ ଆଉ କୌଣସି କାମ ମିଳି ନ ଥିଲା ।

ଅଭିନେତା ରୋନିତ୍ ରାୟ

ଅଭିନେତା ରୋନିତ୍ ରାୟ

  • Share this:
News18 Odia Digital

ମୁମ୍ବାଇ: ଅନେକ ସିନେମା କଳାକାରଙ୍କ ଆଶ୍ଚର୍ଯ୍ୟଜନକ ସଙ୍ଘର୍ଷର କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଜଣାଶୁଣା ଅଭିନେତା ରୋନିତ୍‌ ରାୟଙ୍କ (Ronit Roy) ପାଇଁ ବି ନିଜ ସିନେମା ଯାତ୍ରା ସହଜ ନ ଥିଲା । ସେ ନିଜ କରିୟରରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରୋନିତ୍‌ ରାୟ ନିଜ ଷ୍ଟ୍ରଗଲର କାହାଣୀ କହିଛନ୍ତି, ଯାହା ଜାଣିବା ପରେ ଆପଣ ଚକିତ ହେବେ ।

ରୋନିତ୍‌ ରାୟ ସେହି ସମୟ ବିଷୟରେ କହିଛନ୍ତି ଯେତେବେଳେ ତାଙ୍କ ପାଖରେ କୌଣସି କାମ ନ ଥିଲା ଓ ସେ ଅବସାଦଗ୍ରସ୍ତ (depression) ହୋଇଯାଇଥିଲେ । ସେ ନିଜ ଜୀବନର ଏପରି ଖରାପ ପର୍ଯ୍ୟାୟରେ ନିଶାସକ୍ତ ହୋଇ ନିଜ ଅସୁବିଧାଗୁଡ଼ିକୁ ଆହୁରି ବଢ଼ାଇ ଦେଇଥିଲେ । କିନ୍ତୁ ଏଥିରୁ ସେ କିପରି ବାହାରିଥିଲେ ତାହା ବି ସେ କହିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ତାଲିକାରେ ରୋନିତ୍‌ ରାୟଙ୍କୁ ଗଣନା କରାଯାଏ । ସେ ଚଳଚ୍ଚିତ୍ର ଓ ଟିଭି ସିରିଏଲରେ ଅନେକ ଉତ୍କୃଷ୍ଟ ଅଭିନୟ କରିଛନ୍ତି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ତାଙ୍କ ଜୀବନରେ ଉଦାସୀନତା ଓ ନିଶାର ଅନ୍ଧକାର ଛାଇ ରହିଥିଲା । ‘ହିନ୍ଦୁସ୍ତାନ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ନିକଟରେ ଏକ ସାକ୍ଷାତକାରରେ ରୋନିତ୍‌ ରାୟ ନିଜ ଜୀବନ ସମ୍ବନ୍ଧରେ ଅନେକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି ।

ରୋନିତ୍ ରାୟଙ୍କ ଫିଲ୍ମ ‘ଜାନ୍ ତେରେ ନାମ୍’ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା ।


‘‘ଗୋଟେ ସମୟ ଥିଲା ଯେତେବେଳେ ମୁଁ ଡିପ୍ରେସନରେ ଥିଲି ଓ ବହୁତ ମଦ୍ୟପାନ କରିବା ଆରମ୍ଭ କରିଦେଇଥିଲି । ୧୯୯୨ ମସିହାରେ ମୋ’ ଫିଲ୍ମ ‘ଜାନ୍‌ ତେରେ ନାମ୍‌’ ରିଲିଜ ହୋଇଥିଲା । ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା ଓ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । କିନ୍ତୁ ଏହା ସତ୍ତ୍ୱେ ମୋ’ ନିକଟକୁ ଆଉ କୌଣସି କାମ ଆସି ନ ଥିଲା,’’ ଏହି ସାକ୍ଷାତକାରରେ କହିଛନ୍ତି ରୋନିତ୍‌ ରାୟ ।

ସେ ଆହୁରି କହିଛନ୍ତି, ‘‘ମୁଁ ଏତେ ବିବ୍ରତ ହୋଇଯାଇଥିଲି ଯେ ମୋ’ ସାମନାକୁ ଯାହା ବି ଅଫର୍‌ ଆସୁଥିଲା ମୁଁ ଆଦୌ ଚିନ୍ତା ନ କରି ତାକୁ ନେଇ ନେଉଥିଲି । ଫଳ ଏୟା ହେଲା ଯେ ସେଥିରୁ ଅନେକ ଫିଲ୍ମ ନିର୍ମାଣ ହୋଇ ନ ଥିଲା ଓ ଯାହା ବି ନିର୍ମାଣ ହୋଇଥିଲା ସେ ସବୁ କାମ କଲା ନାହିଁ । ମୁଁ ଡିପ୍ରେସନରେ ଆସି ମଦ୍ୟପାନ କରିବାରେ ଲାଗିଲି ।’’

ଅବଶ୍ୟ ରୋନିତ୍‌ ନିଜ ଅବସାଦ ଓ ନିଶା ଅଭ୍ୟାସରୁ ନିଜକୁ ଟାଣି ବାହାର କରିଥିଲେ ଓ ପ୍ରଶଂସକମାନେ ତାଙ୍କୁ ଏହି ସାହସ ଓ ଧୈର୍ଯ୍ୟ ​​ପାଇଁ ଅଭିବାଦନ ଜଣାଇ ଆସୁଛନ୍ତି ।

‘‘ମୁଁ କିଛି ବର୍ଷ ମଧ୍ୟରେ ନିଜକୁ ଠିକ୍‌ କରିନେଲି । ମୁଁ ଏକ ଷ୍ଟାର୍‌ ହେବାକୁ ଚାହୁଁଥିଲି, ହେଲେ ଯେତେବେଳେ ମୁଁ ପରଦାରେ ବିଫଳ ହେବା ଆରମ୍ଭ କଲି, ମୁଁ ଅନୁଭବ କଲି ଯେ ମୁଁ ଜଣେ ଷ୍ଟାର୍‌ ନୁହେଁ କେବଳ ଜଣେ ଅଭିନେତା ହେବା ଉପରେ ଧ୍ୟାନ ଦେବା ଆବଶ୍ୟକ,’’ କହିଛନ୍ତି ରୋନିତ୍‌ । ସେ ଏହା ବି କହିଛନ୍ତି ଯେ ରାଜେଶ ଖାନ୍ନାଙ୍କ ଫ୍ୟାନ୍‌ ଫଲୋଇଂ ଦେଖି ସେ ବହୁତ ଅନୁପ୍ରାଣିତ ହୋଇଥିଲେ ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ଜୀବନରେ ଗଭୀର ଦୁଃଖ ଅନୁଭବ କରୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: