ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି କାନ୍ଦି ପକେଇଲେ ଅଭିନେତା ଗୋବିନ୍ଦା; ‘‘୧୪ ବର୍ଷ ଧରି ଅନେକ କଷ୍ଟ’’

ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି କାନ୍ଦି ପକେଇଲେ ଅଭିନେତା ଗୋବିନ୍ଦା; ‘‘୧୪ ବର୍ଷ ଧରି ଅନେକ କଷ୍ଟ’’

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସବୁ ବେଳେ ସ୍ମରଣ କରନ୍ତି ଓ ଦିନେ ତାଙ୍କୁ ସ୍ୱପ୍ନରେ ଦେଖିଥିଲେ ବୋଲି କହିଛନ୍ତି ଗୋବିନ୍ଦା । ‘‘ମୁଁ ରାସ୍ତା ଖୋଜୁଥିଲି କିଭଳି ଏହି ଯନ୍ତ୍ରଣାରୁ ମୁକ୍ତି ପାଇବି… ତା’ ପରେ ଦିନେ ସ୍ୱପ୍ନରେ ଆସିଲେ ମହାପ୍ରଭୁ,’’ ସେ କହିଛନ୍ତି ।

ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି କାନ୍ଦି ପକେଇଲେ ଅଭିନେତା ଗୋବିନ୍ଦା; ‘‘୧୪ ବର୍ଷ ଧରି ଅନେକ କଷ୍ଟ’’
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗୋବିନ୍ଦା
  • News18 Odia
  • Last Updated: March 21, 2021, 9:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବଲିଉଡ ଷ୍ଟାର୍‌ ଗୋବିନ୍ଦା ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଜଗନ୍ନାଥଙ୍କୁ ଦର୍ଶନ କରି ଅନେକ ବନ୍ଧନରୁ ସେ ମୁକ୍ତି ହେଲେ ଓ ଦିବ୍ୟ ବନ୍ଧନରେ ଆବଦ୍ଧ ହେଲେ ବୋଲି କହିଛନ୍ତି । ପତ୍ନୀ ସୁନୀତା ମୁଞ୍ଜଲ ଆହୁଜାଙ୍କ ସହ ଜଗନ୍ନାଥ ଦର୍ଶନ କରିବା ବେଳେ କାନ୍ଦି ପକାଇଥିଲେ ଗୋବିନ୍ଦା ।

‘‘ଅନେକ ଦିନରୁ ଭାବୁଥିଲି କେମିତି ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି । ଯେତେବେଳେ ମୋ’ ଉପରେ କିଛି ସମସ୍ୟା ଆସେ ସିଧାସଳଖ ମହାପ୍ରଭୁଙ୍କୁ ସ୍ମରଣ କରି ପୁରୀ ଆସି ପୁଜା ଦେଇକି ଗଲେ ମୋତେ ଶାନ୍ତି ମିଳେ । ଏବେ ଅନେକ କଷ୍ଟ ଲାଘବ ହୋଇଛି,’’ ଶ୍ରୀମନ୍ଦିରରୁ ବାହାରି କହିଛନ୍ତି ଅଭିନେତା ଗୋବିନ୍ଦା, ଯାହାଙ୍କ ପୂରା ନାଁ ଗୋବିନ୍ଦା ଆହୁଜା ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା

ଗଲା ୧୪ରୁ ୧୫ ବର୍ଷ ହେବ ‘‘ଅନେକ କଷ୍ଟ ଓ ଯନ୍ତ୍ରଣାରେ’’ ସେ ରହୁଥିଲେ ବୋଲି ସୂଚନା ଦେଇ ଗୋବିନ୍ଦା କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବା ପରେ ତାଙ୍କ ପାଇଁ ସବୁ ଠାରୁ କଷ୍ଟପ୍ରଦ ସମୟ ଆସିଥିଲା । ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମୁମ୍ବାଇରୁ କଂଗ୍ରେସ ସାଂସଦ ଥିଲେ । ବିଜେପିର ବରିଷ୍ଠ ନେତା ରାମ ନାଏକଙ୍କୁ ହରାଇ ସେ ଜିତିଥିଲେ ।

ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)

‘‘ମାତ୍ର ରାଜନୀତି ଏତେ କଷ୍ଟ ଦେଲା ଯେ ଯେମିତି ଅମିତାଭ ବଚ୍ଚନ କଂଗ୍ରେସ ଛାଡି଼ଲେ ସେହିଭଳି ମୁଁ ବି ୨୦୦୮ରେ ରାଜନୀତି ଛାଡିବା ଘୋଷଣା କରିଦେଲି । ଆଉ ଏବେ ୧୪ରୁ ୧୫ ବର୍ଷ ହେବ ଅନେକ କଷ୍ଟ ଓ ଯନ୍ତ୍ରଣାରେ ମୁଁ ରହୁଥିଲି,’’ ସେ କହିଛନ୍ତି ।

ଗଲା କିଛି ବର୍ଷ ହେବ ମାନସିକ ଅଶାନ୍ତିରେ ରହୁଥିବା କହିଛନ୍ତି ଗୋବିନ୍ଦା ।


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ସବୁ ବେଳେ ସ୍ମରଣ କରନ୍ତି ଓ ଦିନେ ତାଙ୍କୁ ସ୍ୱପ୍ନରେ ଦେଖିଥିଲେ ବୋଲି କହିଛନ୍ତି ଗୋବିନ୍ଦା । ‘‘ମୁଁ ରାସ୍ତା ଖୋଜୁଥିଲି କିଭଳି ଏହି ଯନ୍ତ୍ରଣାରୁ ମୁକ୍ତି ପାଇବି । କିଭଳି ଏହି ବନ୍ଧନରୁ ମୁକ୍ତ ହୋଇ ଦିବ୍ୟ ବନ୍ଧନରେ ଆବଦ୍ଧ ହେବି । ତା’ ପରେ ଦିନେ ସ୍ୱପ୍ନରେ ଆସିଲେ ମହାପ୍ରଭୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ |ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଗୋବିନ୍ଦା କହିଛନ୍ତି ଯେ ରବିବାର ଦିନ (ମାର୍ଚ୍ଚ ୨୧) ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ତାଙ୍କ ପାଇଁ ମହା ଭାଗ୍ୟର କଥା । ‘‘ମୁଁ ଟିକେ ଜ୍ୟୋତିଷଶାସ୍ତ୍ର ବିଶ୍ୱାସୀ । ଆଜିର ଯୋଗ ୨୧-୩-୨୦୨୧ । ତାରିଖ ୨୧ର ଅଙ୍କଙ୍କୁ ମିଶାଇଲେ ୩, ଆଉ ମାସ ମଧ୍ୟ ୩ । ପୁଣି ଦିନ ୧୨ଟାରେ ଦର୍ଶନ ଓ ପୁଜାର ସମୟ ଥିଲା । ତାହା ବି ମିଶାଇଲେ ୩ । ଏଭଳି ସମୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରି ପୁଜା ଦେଇ ବହୁତ ଖୁସି ଓ ଶାନ୍ତି ଅନୁଭବ କରୁଛି । ଦୀର୍ଘ କେତେବର୍ଷର କଷ୍ଟ ଆଜି ଲାଘବ ହୋଇଛି । ମନକୁ ଶାନ୍ତି ଆସିଛି । ସତେକି ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ମୋ’ ମୁଁହରେ ହସ ଫୁଟିପାରିଛି । ଆଜିର ଦର୍ଶନ ମୋ’ର ବହୁ ବର୍ଷର କଷ୍ଟକୁ ଦୂର କରିଦେଇଛି,’’ ଶ୍ରୀମନ୍ଦିରରେ ଦର୍ଶନ ସାରି ଭାବବିହ୍ୱଳ ହୋଇ କହିଥିଲେ ଗୋବିନ୍ଦା ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ

‘‘ମୋ’ ଜୀବନରେ ଅନେକ କଷ୍ଟ ପାଇଛି । ବହୁତ ସଙ୍ଘର୍ଷ କରିଛି । ୧୯୮୦ରେ ଚଳଚ୍ଚିତ୍ରରେ କାମ ଦେବା ପାଇଁ ଫିଲ୍ମମେକର୍‌ ଆନନ୍ଦ ସିଂଙ୍କୁ ଅନେକ ଅନୁରୋଧ କରିଛି । ହେଲେ ଭଗବାନ ଯେତେବେଳେ ସାଥ୍‌ ଦିଅନ୍ତି ସେତେବେଳେ ସବୁ କିଛି ହାତକୁ ଆସିଯାଏ । ସେହି ସଫଳତା ଯୋଗୁଁ ମୋ’ ପରିଚୟ ଜଣେ ଡ୍ୟାନ୍ସର ସୁପରଷ୍ଟାର ସହ କମେଡ଼ି କିଙ୍ଗ୍‌ ଭାବେ ସୃଷ୍ଟି ହୋଇଥିଲା । ମୋ’ ବନ୍ଧୁ ସୁନୀତା ମୁଞ୍ଜଲଙ୍କୁ ୧୧ ମାର୍ଚ୍ଚ ୧୯୮୭ରେ ବିବାହ କଲି, ଆଉ ୧୯୮୮ରେ ଝିଅ ଟିନା ଆହୁଜା ଜନ୍ମ ଲାଭ କରିଥିଲା । ସବୁଠୁ କଷ୍ଟକର ମୁହୁର୍ତ୍ତ ଆସିଲା ଯେତେବେଳେ ମୁଁ ରାଜନୀତିରେ ପ୍ରବେଶ କଲି,’’ କହିଛନ୍ତି ଗୋବିନ୍ଦା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ସୁନ୍ଦର ଜଟିଳ ଆସନ କେମିତି କରିବେ? ଅଭିନେତ୍ରୀ ମଲାଇକା ଅରୋଡ଼ା ଉପାୟ କହିଛନ୍ତି

ଏହି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଏହା ପୂର୍ବରୁ ୨୦୧୭ ଜାନୁଆରୀ ୨୭ରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗଲା କିଛି ବର୍ଷ ହେବ ସେ ମାନସିକ ଅଶାନ୍ତିରେ ରହୁଥିବାରୁ ପୁଣି ଦର୍ଶନ କରିବାକୁ ଆସିବେ ବୋଲି ଭାବୁଥିଲେ, ହେଲେ କୋଭିଡ କଟକଣା ଯୋଗୁଁ ଆସି ପାରୁୱ ନ ଥିଲେ । ଏବେ ଦର୍ଶନ ସ୍ୱାଭାବିକ ହୋଇଥିବାରୁ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛନ୍ତି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | CCTV କ୍ୟାମେରାରେ ଦିଶିଲା ଜଘନ୍ୟ ଦୃଶ୍ୟ: ନିଜ ମାକୁ ଶକ୍ତ ଚାପୁଡ଼ା ମାରି ହତ୍ୟା କଲା ପୁଅ

‘‘ସେ (ଗୋବିନ୍ଦା) ହଠାତ୍‌ ଗତ କାଲି ଫୋନ୍‌ କଲେ ଯେ ମହାପ୍ରଭୁଙ୍କୁ ସେ ସ୍ୱପ୍ନରେ ଦେଖିଛନ୍ତି ଓ ସେ ତାଙ୍କୁ ଦର୍ଶନ ପାଇଁ ଡାକିଛନ୍ତି । ତେଣୁ ସେହି ଅନୁସାରେ ଆଜି ସକାଳୁ ଦର୍ଶନ ପାଇଁ ସେ ନିଜ ପତ୍ନୀଙ୍କ ସହ ପୁରୀରେ ପହଞ୍ଚିଥିଲେ । ତାଙ୍କୁ ନେଇ ଭିତରକାଠ ପାଖରେ ଦର୍ଶନ କରାଇ ପୁଜାର୍ଚ୍ଚନା କଲି । ଏତେ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଗୋବିନ୍ଦା କାନ୍ଦି ପକାଇଥିଲେ  । ଆଖି ଛଳଛଳ କରି କହିଥିଲେ ‘ଗୋବିନ୍ଦ କେ ଦ୍ୱାର୍‌ ପର୍‌ ଗୋବିନ୍ଦା ତେରେ ଶରଣ ମେଁ’ । ସେଠି ଦର୍ଶନ ପରେ ବଟ ଗଣେଷ, ମା’ ବିମଳା ଓ ମା’ ଲକ୍ଷ୍ନୀଙ୍କୁ ଦର୍ଶନ କରିବା ପରେ ମହାପ୍ରଭୁଙ୍କ ଲାଗି ଖଣ୍ଟୁଆ ପାଟ ତାଙ୍କୁ ଅର୍ପଣ କଲି । ତାଙ୍କ ସ୍ତ୍ରୀ ବି ବିମଳା ମନ୍ଦିରରେ ସ୍ୱାମୀଙ୍କ ମଙ୍ଗଳ କାମନା ଓ ଶାନ୍ତି ପାଇଁ ପୁଜାର୍ଚ୍ଚନା କଲେ,’’ କହିଛନ୍ତି ଗୋବିନ୍ଦାଙ୍କର କୌଳିକ ପଣ୍ଡା ଭିତରଛ ଭବାନୀ ଶଙ୍କର ମହାପାତ୍ର ।



ଜଗତର ନାଥ ଜଗନ୍ନାଥଙ୍କ ପାଖକୁ ବଲିଉଡର ଅନେକ ଖ୍ୟାତନାମା ବ୍ୟକ୍ତି ଆସନ୍ତି । କିଛି ଦିନ ପୂର୍ବରୁ କଙ୍ଗନା ରଣାୱତ ଆସି ନିଜର ମନୋସ୍କାମନା କଥା କହିଥିଲେ । ସଞ୍ଜୟ ଦତ୍ତ ଟାଡା କେସରେ ଜେଲରେ ଥିବା ବେଳେ ତାଙ୍କ ପିତା ସୁନୀଲ ଦତ୍ତ ଏଠି ପୁଜାପାଠ କରାଇଥିଲେ । ଅମିତାଭ ବଚ୍ଚନ ମଧ୍ୟ ଆସି ପୁଜା କରିକି ଯାଇଛନ୍ତି ।
Published by: Anand Shankar Thankur Das
First published: March 21, 2021, 9:09 PM IST