ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଠିଆ ହୋଇଛନ୍ତି ଓଡ଼ିଆ ଝିଅ ଓ ଅଭିନେତ୍ରୀ ନନ୍ଦିତା ଦାସ

ଦଶଟି ଭାଷାରେ ୪୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓ ଖୁବ୍ ପ୍ରଶଂସିତ ହୋଇଥିବା ନନ୍ଦିତା ଦାସ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି କହିଛନ୍ତି ଯେ ସେଥିରୁ ଲୋକଙ୍କୁ ବାସ୍ତବତା ବିଷୟରେ ଜଣା ପଡ଼ୁଛି ଓ ସେମାନଙ୍କ ସଧ୍ୟରେ ଏକଜୁଟତା ଆସୁଛି । ନନ୍ଦିତା ଖ୍ୟାତନାମା ଓଡ଼ିଆ ଚ଼ିତ୍ରଶିଳ୍ପୀ ଜତୀନ ଦାସଙ୍କ ଝିଅ ।

ନନ୍ଦିତା ଦାସ

ନନ୍ଦିତା ଦାସ

  • Share this:
News18 Odia Digital

ଜୟପୁର: ହିନ୍ଦୀ ସିନେମାର ପ୍ରଖ୍ୟାତ ଅଭିନେତ୍ରୀ-ନିର୍ଦ୍ଦେଶିକା ଓ ଓଡ଼ିଆ ଝିଅ ନନ୍ଦିତା ଦାସ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଠିଆ ହୋଇଛନ୍ତି । ଏଇ ଆଇନ ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର (NPR)କୁ ଦୁଇଟି ‘‘ଭୀଷଣ ବିଭାଜନକାରୀ’’ ପଦକ୍ଷେପ ବୋଲି ଅଭିହିତ କରି ସେ କହିଛନ୍ତି ଯେ ସରକାରଙ୍କର ଏହି ସବୁ ନିଷ୍ପତ୍ତି ବିରୋଧରେ ଦେଶର ଛାତ୍ରମାନେ ଓ ନାରୀମାନେ କରୁଥିବା ବିରୋଧରୁ ଲୋକଙ୍କୁ ମୁହଁ ଖୋଲିବାକୁ ସାହସ ମିଳୁଛି ।

ଏହି ବିରୋଧଗୁଡ଼ିକୁ ଖୁବ୍‌ ଜରୁରୀ ବୋଲି ସେ କହିଛନ୍ତି କାରଣ ଏଥି ଯୋଗୁଁ ଲୋକଙ୍କୁ ଲୋକେ ଭିନ୍ନ ଭିନ୍ନ ବାସ୍ତବତା ବିଷୟରେ ଜାଣୁଛନ୍ତି । ‘ମଣ୍ଟୋ’ ଫିଲ୍ମର ଏହି ନିର୍ଦ୍ଦେଶିକା କହିଛନ୍ତି ଯେ ଲୋକେ ଦେଶ ଆଉ ଥରେ ବିଭାଜିତ ହେଉ ବୋଲି ଚ଼ାହୁଁ ନାହାନ୍ତି ଓ ଏବେ ବର୍ତ୍ତମାନ ଦେଶରେ ବ୍ୟାପ୍ତ ‘‘ଭୟର ବାତାବରଣ’’ ବିରୋଧରେ ମତ ପ୍ରକାଶ କରିବାକୁ ନିଜ କଣ୍ଠ ସ୍ୱର ଏବେ ଖୋଜି ପାଉଛନ୍ତି ।

’’ଏଇ ଅଦ୍‌ଭୁତ ଛାତ୍ରମାନେ ଓ ମହିଳାମାନେ, ଆଉ ଦେଶରେ ଏଠି ସେଠି ଠିଆହୋଇଥିବା ଅନେକ ଶହୀନବାଗ, ଏ ସବୁ ଆମକୁ ବହୁତ ସାହସ ଦେଉଛନ୍ତି ନିଜ ମୁହଁ ଖୋଲିବାକୁ । ବେଳେବେଳେ ଆମ ସମସ୍ତଙ୍କୁ ରାସ୍ତାକୁ ଓହ୍ଲେଇବା ଜରୁରୀ ଖାଲି କେବଳ ବିରୋଧ ପ୍ରଦର୍ଶନକୁ ବଢ଼େଇବା ପାଇଁ ନୁହେଁ, ବରଂ ନିଜ ଅନ୍ତରାତ୍ମାକୁ ବଞ୍ଚେଇ ରଖିବା ପାଇଁ ମଧ୍ୟ,’’ କହିଛନ୍ତି ୫୦-ବର୍ଷୀୟା ଏହି ପ୍ରଖ୍ୟାତ ସିନେମା ବ୍ୟକ୍ତିତ୍ୱ ।

ଦଶଟି ଭାଷାରେ ୪୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓ ଖୁବ୍‌ ପ୍ରଶଂସିତ ହୋଇଥିବା ନନ୍ଦିତା ଦାସ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି କହିଛନ୍ତି ଯେ ସେଥିରୁ ଲୋକଙ୍କୁ ବାସ୍ତବତା ବିଷୟରେ ଜଣା ପଡ଼େ ଓ ସେମାନଙ୍କ ସଧ୍ୟରେ ଏକଜୁଟତା ଆସେ । ନନ୍ଦିତା ଖ୍ୟାତନାମା ଓଡ଼ିଆ ଚ଼ିତ୍ରଶିଳ୍ପୀ ଜତୀନ ଦାସଙ୍କ ଝିଅ ।

ଦେଶରେ ଜାନୁଆରୀ ୧୧ରି ଲାଗୁ ହୋଇଯାଇଥିବା ନାଗରିକତା ସଂଶୋଧନ ଆଇନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ପ୍ରତାଡ଼ନା ପରେ ଭାରତକୁ ଡିସେମ୍ବର ୩୧, ୨୦୧୪ ସୁଦ୍ଧା ପଳେଇ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କୁ ଭାରତୀୟ ନାଗରିକତା ଦିଆଯିବ ।
Published by:Anand Shankar Thankur Das
First published: