ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି; ସାଂସଦ ଅପରାଜିତା ପଠେଇଲେ ICU ଆମ୍ବୁଲାନ୍ସ

ସିନେମା ପରଦାରେ ବିଭିନ୍ନ ଭୂମିକାରେ ଅଭିନୟ କରି କୋଟି କୋଟି ଓଡ଼ିଆଙ୍କ ମନ ମୋହିଥିବା ଅଭିନେତା ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ବ୍ୟାକୁଳ । ସେ ଅସୁସ୍ଥ ହେବା ପରେ ଠାରୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି; ସାଂସଦ ଅପରାଜିତା ପଠେଇଲେ ICU ଆମ୍ବୁଲାନ୍ସ
ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ କଳାକାର ବିଜୟ ମହାନ୍ତି ନିଜ ମାଟି ଓଡ଼ିଶା ଫେରିବେ। ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ଏକ ଆଇସିୟୁ ଆମ୍ବୁଲାନ୍ସ ପଠାଇବା ସହ ସେଥିରେ ଜଣେ ଡାକ୍ତର ଓ କେୟାରଟେକରଙ୍କୁ ପଠାଇଛନ୍ତି ।

ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ଓଡ଼ିଶାକୁ ଫେରିବାକୁ ବିଜୟ ମହାନ୍ତି ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ। ମିଳିଥିବା ସୂଚନା ଅନୁଯାୟୀ ବିଜୟ ଓଡ଼ିଶା ଫେରିବେ ସତ, ହେଲେ ସତ୍ୟ ନଗର ଅଞ୍ଚଳରେ ରହୁଥିବା ନିଜ ଘରକୁ ଯିବେ ନାହିଁ। ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ହାଇଦ୍ରାବାଦ ଗ୍ଲୋବାଲ ହସ୍ପିଟାଲରୁ ସିଧା ଆସି ଆଡ଼ମିଟ ହେବେ ଭୁବନେଶ୍ୱରର ଚନ୍ଦ୍ରଶେଖପୁରରେ ଥିବା କେୟାର ହସ୍ପିଟାଲରେ।

ହୃଦଘାତ ଜନିତ ରୋଗରେ ପୀଡିତ ବିଜୟ ଯଦିଓ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି, ସେ ହସପିଟାଲରେ ରହିବା ତାଙ୍କ ପାଇଁ ଭଲ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଅଭିନେତା ତଥା ବିଜେପି ଯୁବ ନେତା ଅଖିଳ କୁମାର ପଟ୍ଟନାୟକଙ୍କ କହିଛନ୍ତି ଯେ ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ। ଏହା ପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ । ‘‘ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ସମସ୍ୟା ହେବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା ଓ ଏବେ ଫେରିବା ବାଟ ଫିଟିଛି,’’ କହିଛନ୍ତି ପଟ୍ଟନାୟକ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟ ମହାନ୍ତିଙ୍କ ପାଇଁ ଏକ ଆଇସିୟୁ ଆମ୍ବୁଲାନ୍ସ ପଠାଇଛନ୍ତି ।


ବିଜୟ ମହାନ୍ତିଙ୍କ ଓଡ଼ିଶା ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଛି । ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ । କେୟାର ହସ୍ପିଟାଲ,ଭୁବନେଶ୍ବର ପକ୍ଷରୁ ଆମ୍ବୁଲାନସ୍‌ ବସର ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ସିନେ କଳାକାର ସଙ୍ଘ ପକ୍ଷରୁ ସୂଚନା ମିଳିଛି। ସଙ୍ଘର ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି: ‘‘ବିଜୟ ମହାନ୍ତି ଓଡ଼ିଶା ଫେରିବା ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ନିଜ ଲୋକମାନଙ୍କୁ ଦେଖିବାକୁ ପାଇବେ। ଏହା ହିଁ ତାଙ୍କର ଇଚ୍ଛା। ତେଣୁ ଏଥି ପାଇଁ ଭୁବନେଶ୍ୱର ସାଂସଦ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।’’

ଯଦିଓ ବିଜୟଙ୍କ ପରିବାର ପକ୍ଷରୁ ଏ ନେଇ କିଛି ସୂଚନା ମିଳିନି, ସପରିବାର ବିଜୟଙ୍କୁ ନେଇ ଆମ୍ବୁଲାନ୍ସ ବସ ଯୋଗେ ସେ ଓଡିଶା ଫେରୁଥିବା ଜଣାପଡ଼ିଛି ।

ବିଜୟ ମହାନ୍ତିଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ


‘‘ବିଜୟ ବାବୁ ଜଣେ ଆଗ ଧାଡ଼ିର ଅଭିନେତା । ସେ ମୋ’ ସଂସଦୀୟ କ୍ଷେତ୍ରରେ ରହୁଥିବାରୁ ମୋ’ର ମଧ୍ୟ ଦାୟିତ୍ୱ ରହିଛି ତାଙ୍କ ପାଇଁ କିଛି କରିବାକୁ । ତାଙ୍କ ଝିଅ ସହ କଥା ହୋଇଛି ଓ ଓଡିଶା ଫେରାଇ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା ବି ସରିଛି,’’ କହିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 2:21 PM IST
corona virus btn
corona virus btn
Loading