ଦିଲ୍ଲୀରେ ବିଜେଡି ବିଧାୟକଙ୍କ ତୁମୁଳ କାଣ୍ଡ; ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ବିଜେଡି ଯୁବ ବିଧାୟକଙ୍କ ବିରୋଧରେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ । ଦିଲ୍ଲୀ ବିମାନବନ୍ଦରରେ ନିଶାସକ୍ତ ଅବସ୍ଥାରେ ଭିଆଇଛନ୍ତି ତୁମୁଳ କାଣ୍ଡ ।

ଦିଲ୍ଲୀରେ ବିଜେଡି ବିଧାୟକଙ୍କ ତୁମୁଳ କାଣ୍ଡ; ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ଦିଲ୍ଲୀରେ ବିଜେଡି ବିଧାୟକଙ୍କ ତୁମୁଳ କାଣ୍ଡ; ବିଜେପି ଆଣିଲା ସାଂଘାତିକ ଅଭିଯୋଗ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ବିଜେଡି ଯୁବ ବିଧାୟକଙ୍କ ବିରୋଧରେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ । ଦିଲ୍ଲୀ ବିମାନବନ୍ଦରରେ ନିଶାସକ୍ତ ଅବସ୍ଥାରେ ଭିଆଇଛନ୍ତି ତୁମୁଳ କାଣ୍ଡ । ଯାହାକୁ ନେଇ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡ଼ି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ବିଜେଡି ବିଧାୟକ ବ୍ୟମୋକେଶ ରାୟ ଓ ପ୍ରଣବ ବଳବନ୍ତରାୟଙ୍କ ନାଁ ନେଇ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା ।

ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ଯୁବ ନେତା ଯାଇଥିଲେ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୪ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ବିଧାୟକ ଓ ଯୁବ ନେତାମାନେ ନିଶାସକ୍ତ ଅବସ୍ଥାରେ ତୁମୁଳ କାଣ୍ଡ ଭିଆଇଛନ୍ତି । ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି ବୋଲି ପ୍ରଶ୍ନ କଲା ବିଜେପି ଯୁବ ମୋର୍ଚ୍ଚା । ସେହିପରି ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ପାଇଥିବା ସେ ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି ତାହା ପରେ ବି କେମିତି ମୁଖ୍ୟମନ୍ତ୍ରୀ ସେ ପୁରସ୍କାର ଗ୍ରହଣ କଲେ । ଅନ୍ୟପଟେ ପୁରସ୍କାରର ସେଲିବ୍ରେସନ ଆୟୋଜନ ପାଇଁ ଭୁବନେଶ୍ୱର ଯେଉଁ ଭିଡ଼ ହେଲା । ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ଏବଂ ଲୋକେ ହସ୍ପିଟାଲ ଯାଇ ପାରିଲେନି ସେଥିପାଇଁ ଦାୟୀ କିଏ । ବିଜୁ ଜନତା ଦଳ କଣ ଆଇନରୁ ଉର୍ଦ୍ଧ୍ଵରେ ? ପୋଲିସ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହିଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଦିଲ୍ଲୀ ଏୟାରପୋର୍ଟରେ ଯୁବ ବିଜେଡି ବିଧାୟକ ଘଟାଇଥିବା ତୁମୁଳ କାଣ୍ଡ ଘଟଣା ଉପରେ କଂଗ୍ରେସ ମଧ୍ୟ କଡା ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକଙ୍କ ଏଭଳି ଆଚରଣ ନେଇ ସମସ୍ତେ ଅବଗତ । ଏଭଳି ଘଟଣା ନୂଆ ନୁହେଁ । ଆଗରୁ ଏଭଳି ଅନେକ ଘଟଣାର ନଜିର ରହିଛି । ବିଜେଡି ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମହାପାତ୍ର ଦାବି କରିଛନ୍ତି । ସେପଟେ ବିଜେଡି ଏହାର ଜବାବ ରଖିଛି । ଅଭିଯୋଗର କେତେ ସତ୍ୟତା ଅଛି, ମୁଁ କହି ପାରିବି ନାହିଁ  । ସତ୍ୟତା ସେମାନେ ପ୍ରମାଣ କରନ୍ତୁ, ଲୋକ ଲୋଚନକୁ ଆଣନ୍ତୁ, ସେଥିରେ କୌଣସି ଅସୁବିଧା ନାହିଁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
Published by:Soubhagya Mishra
First published: