ରାଜ୍ୟରେ ସକ୍ରିୟ ଅନଲାଇନ ଫେକ୍ ଚିଟଫଣ୍ଡ ସଂସ୍ଥା; ୨ ଜଣଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍

ଓଡ଼ିଶାର ୪୦୦ ଜମାକାରୀଙ୍କଠାରୁ ୧୦ କୋଟି ଠକି ନେଇଥିବା ଅଭିଯୋଗରେ IAAVIC କମ୍ପାନୀର ଦୁଇ ନିର୍ଦ୍ଦେଶକ ଅର୍ପନ ପଟେଲ ଓ ଆଦ୍ୟଜ୍ୟୋତି ନାୟକକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁ।

ରାଜ୍ୟରେ ସକ୍ରିୟ ଅନଲାଇନ ଫେକ୍ ଚିଟଫଣ୍ଡ ସଂସ୍ଥା

ରାଜ୍ୟରେ ସକ୍ରିୟ ଅନଲାଇନ ଫେକ୍ ଚିଟଫଣ୍ଡ ସଂସ୍ଥା

  • Share this:
News18 Odia Digital

ଭୁବନେଶ୍ବର: ସମୟ ବଦଳିବା ସହ ବଦଳୁଛି ଚିଠପଣ୍ଡ ଠକମାନଙ୍କ ଠକିବାର ତରିକା। ଲୋକଙ୍କୁ ଠକିବା ପାଇଁ ଠକମାନେ ଅଫିସ ନ ଖୋଲି ଡିଜିଟାଲ ମାଧ୍ୟମରେ ଠକେଇ ଆରମ୍ଭ କରିଛନ୍ତି। ୟୁଟ୍ୟୁବ ତଥା ବିଭିନ୍ନ ସୋସିଆଲ ମିଡ଼ିଆରେ ଏବେ ଡିଜିଟାଲ ମାଧ୍ୟମରେ ଠକେଇର ନୂଆ ରାସ୍ତା ଭାବେ ବ୍ୟବହାର କରୁଛନ୍ତି। ଏଭଳି ଏକ ଠକ କମ୍ପାନୀର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା।

ଓଡ଼ିଶାର ୪୦୦ ଜମାକାରୀଙ୍କଠାରୁ ୧୦ କୋଟି ଠକି ନେଇଥିବା ଅଭିଯୋଗରେ IAAVIC କମ୍ପାନୀର ଦୁଇ ନିର୍ଦ୍ଦେଶକ ଅର୍ପନ ପଟେଲ ଓ ଆଦ୍ୟଜ୍ୟୋତି ନାୟକକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁ। ଉଭୟଙ୍କୁ ମୁମ୍ବାଇରୁ ଗିରଫ କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣି ଜେରା କରୁଛି କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖ।

ରାଜ୍ୟରେ ଡିଜିଟାଲ ଫଣ୍ଡାରେ ଚିଟଫଣ୍ଡ ଠକେଇ କରିବା ଘଟଣା ନୂଆ। ବିଶେଷ କରି ସେୟାର ମାର୍କେଟରେ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ଲୋକଙ୍କ ଏହି ଠକମାନେ ଟାର୍ଗେଟ କରନ୍ତି। ଅଧିକ ସୁଧର ଲାଭ ଦେଖାଇ ଏମାନେ ଠାକୁଥିବା ତଦନ୍ତ ବେଳେ ଜଣା ପଡୁଛି। ମୁମ୍ବାଇରେ ରହି ଏମାନେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ନିଜର ନେଟୱାର୍କ ଚଳାଇଥାନ୍ତି ବୋଲି ଇ.ଓ.ଡ଼ବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଯାଜପୁରର ସ୍ୱାଧିନ ସ୍ଵାଇଁ ନାମକ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଉଭୟଙ୍କୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ।

"ସେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଅଧିକ ଟଙ୍କା ସୁଧ ଯୋଗାଇ ଦେବାକୁ କହି ଠକମାନେ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କା। ଠକଙ୍କ ଲୋଭନୀୟ ଅଫରରେ ଭାସି ଗ୍ରାହକମାନେ ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ଏହାର ଫାଇଦା ଉଠାଇ ଟଙ୍କା ନେଇ ଛୁ ମାରୁଥିଲେ ଏହି ଦୁଇ ଡିଜିଟାଲ ଠକ। କମ୍ପାନୀର ରଙ୍ଗବେରଙ୍ଗ ବିଜ୍ଞାପନ ଓ ଲୋଭନୀୟ ଅଫର ଲୋଭରେ ଓଡ଼ିଶାର ପ୍ରାୟ ୪୦୦୦ ଲୋକ ୧୦ କୋଟିରୁ ଅଧିକ ଟଙ୍କା ଏହି ଠକ ସଂସ୍ଥାରେ ବିନିଯୋଗ କରିଥିଲେ,’’ କହିଛନ୍ତି ଇ.ଓ.ଡ଼ବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ।

ତଦନ୍ତ ବେଳେ ଜଣା ପଡ଼ିଛି କମ୍ପାନୀ ଦେଶ ସାରା ବ୍ରାଞ୍ଚ ଖୋଲିଛି। ଲୋକଙ୍କ ମନ ଜିଣିବା ପାଇଁ ୟୁଟ୍ୟୁବ ଚାନେଲ ଖୋଲିଥିଲା। ସେୟାର ମାର୍କେଟ ବାବଦରେ ଫାଇନାନସିଆଲ ଜ୍ଞାନ ୟୁଟ୍ୟୁବରେ ଦେଉଥିଲେ। ଏହି ଠକମାନେ ସାଇବର ଠକେଇ କରି ଲୋକଙ୍କୁ ଠକିବା ଆରମ୍ଭ କରିଥିବା ବେଳେ କିଭଳି ଲୋକଙ୍କୁ ସଚେତନ କରାଯାଇ ପାରିବା ଉପରେ ବିଶେଷଜ୍ଞ ମତ ଦେଇଛନ୍ତି।

୨୦୨୦ ରୁ ୨୧ ମଧ୍ୟରେ ତାଲାବନ୍ଦରେ ଘରେ ଥିବା ଲୋକମାନଙ୍କୁ ଠକାମି ପାଇଁ ପ୍ଲାନ ରଚିଥିଲେ। ଏନେଇ IAAVIC ଅନଲାଇନ ଷ୍ଟକ ଆଡାଭାଇଜାର କମ୍ପାନୀ ଖୋଲି ଅନଲାଇନରେ ୟୁଟ୍ୟୁବରେ ପ୍ରମୋସନ କରିଥିଲେ। ପ୍ରମୋସନରେ ୧% ରିଟର୍ଣ୍ଣ ସହ ୧୦ ମାସରେ ଇନଭେଷ୍ଟମେଣ୍ଟର ଡବଲ କରି ଦେବାର ପ୍ରମୋସନ କରୁଥିଲେ। ଏନେଇ ୨ ହଜାର ରୁ ନେଇ ୧ ଲକ୍ଷ ପର୍ଯନ୍ତ ମିନିମମ ଇନଭେଷ୍ଟ ପାଇଁ ଲୋକଙ୍କୁ ଲୋଭନୀୟ ସ୍କିମ ଦେଇଥିଲେ। ଏପରିକି କାହାର‌ ରେଫରେନ୍ସରେ ଯଦି ଇନଭେଷ୍ଟମେଣ୍ଟ ଗ୍ରାହକ ଦେଲେ, ତେବେ ୧୫ ପ୍ରତିଶତ ରିଟର୍ଣ୍ଣର ଲୋଭ ମଧ୍ୟ ଦେଖାଯାଉଥିଲା। ଏନେଇ ଓଡ଼ିଶାରୁ ୪୦୦ରୁ ଊର୍ଦ୍ଧ୍ବ ଲୋକ ତାଲାବନ୍ଦ ବେଳେ ଇନଭେଷ୍ଟମେଣ୍ଟ କରିଥିଲେ। ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ। ପରେ ଲୋକଙ୍କ ଲୋଭ ହେବା ପରେ ଆଉ ରିଟର୍ଣ୍ଣ ନ ଦେଇ ଟଙ୍କା ଠକି ନେଉଥିଲେ ବୋଲି କହିଛନ୍ତି ଏସପି ଶ୍ରୀ ତ୍ରିପାଠୀ।
Published by:Lipina Das
First published: