ପୁରୀ ଜିଲ୍ଲାରେ ସକ୍ରିୟ ମୂର୍ତ୍ତି ଚୋର ଗ୍ୟାଙ୍ଗ; ପୋଲିସକୁ ଚକମା ଦେଖାଇ ପୁଣି ଲୁଟି ନେଲେ ଅଷ୍ଟଧାତୁ

ଗୋଟିଏ ପରେ ଗୋଟିଏ ପୁରାତନ ମନ୍ଦିରକୁ ଟାର୍ଗେଟ କରି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟୁଛନ୍ତି ଅଷ୍ଟଧାତୁ ମୂର୍ତ୍ତି । ପୁଣି ଶନିବାର ପିପିଲିର ଲକ୍ଷ୍ନୀନୃସିଂହ ମନ୍ଦିରରୁ ୧୫ଟି ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି।

ପୁରୀ ଜିଲ୍ଲାରେ ସକ୍ରିୟ ମୂର୍ତ୍ତି ଚୋର ଗ୍ୟାଙ୍ଗ (ପ୍ରତୀକାତ୍ମକ ଛବି)

ପୁରୀ ଜିଲ୍ଲାରେ ସକ୍ରିୟ ମୂର୍ତ୍ତି ଚୋର ଗ୍ୟାଙ୍ଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ : ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଗୋଟିଏ ପରେ ଗୋଟିଏ ପୁରାତନ ମନ୍ଦିରକୁ ଟାର୍ଗେଟ କରି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟୁଛନ୍ତି ଅଷ୍ଟଧାତୁ ମୂର୍ତ୍ତି । ପୁଣି ଶନିବାର ପିପିଲିର ଲକ୍ଷ୍ନୀନୃସିଂହ ମନ୍ଦିରରୁ ୧୫ଟି ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ପୋଲିସ ମନ୍ଦିର ଦୁଆରେ ଡ୍ୟୁଟିରେ ଥିବା ସତ୍ୱେ କିଭଳି ଦୁର୍ବୃତ୍ତ ୧୫ଟି ମୂର୍ତ୍ତି ନେଇଗଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପିପିଲି ଲକ୍ଷ୍ନୀନୃସିଂହ ମନ୍ଦିରର ପୁଜକ ଲକ୍ଷ୍ନୀକାନ୍ତ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ ଗୁରୁବାର ରାତିରେ ବଡସିଂହାର ପରେ ମନ୍ଦିର ପହଡ଼ ପକାଇ ତାଲା ପକାଇ ସେ  ଘରକୁ ଯାଇଥିଲା । ସକାଳେ ଆସିବ ପରେ ସବୁ କିଛି ଚୋରି ହୋଇଥିବାର ଦେଖି ହତବାକ ହୋଇଯାଇଥିଲେ ପୂଜକ।

"ଗତ ମେ ୧୨ତାରିଖରେ ସଂପୁର ଗ୍ରାମପଞ୍ଚାୟତ ରାଜତେଇ ଗ୍ରାମର ସିଦ୍ଦେଶ୍ୱର ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହେବା ଘଟଣା ପରେ ଆମେ ସବୁ ମନ୍ଦିରରେ ପୋଲିସ ନିୟୋଜିତ କରିଛୁ  । ଆଉ ଲକ୍ଷ୍ନୀନୃସିଂହ ମନ୍ଦିରରେ ବି ଦୁଇ ଜଣ ପୁଲିସ ଡ୍ୟୁଟି କରୁଥିଲେ । ତେଣୁ ପୁଲିସ ଉପସ୍ଥିତିରେ ଚୋରି ହେବା ଘଟଣାକୁ ନେଇ ସମ୍ପୃକ୍ତ ଦୁଇ ଜଣ ପୋଲିସଙ୍କ ବିରୁଦ୍ଧରେ ଏସପିଙ୍କୁ ଅବଗତ କରାଯାଇଛି । ସେମାନଙ୍କ ଉପରେ କାର୍ଯ୍ୟରେ ଅବହେଳାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏଯାବତ ମୂର୍ତ୍ତି ଚୋରି ଘଟଣାରେ ପୋଲିସକୁ କୌଣସି ସଫଳତା ମିଳିନାହିଁ," କହିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ।

ଶ୍ରୀକ୍ଷେତ୍ର ସ୍ୱାଭିମାନ ମଂଚର ଆବାହକ ଦେବାଶିଷ ଦାସ କହିଛନ୍ତି,"ଜାନୁଆରୀ ୯ରେ ଚନ୍ଦନପୁର ଥାନା ଜଗନ୍ନାଥପୁର ଗ୍ରାମର ଲକ୍ଷ୍ନୀନୃସିଂହ ମନ୍ଦିରରୁ ବାବା ବୁଢାଦିଅଁଙ୍କ ଚଳନ୍ତି ପ୍ରତିମା ସହ ୫ଟି ପ୍ରାଚୀନ ମୂର୍ତ୍ତି ଚୋରୀ,ତାର ୨ ଦିନ ପୂର୍ବରୁ ମୋରଡପଡା ସ୍ଥିତ ମଠରୁ ଠାକୁରଙ୍କ ବହୁମୂଲ୍ୟ ଅଳଙ୍କାର , ସୁନ୍ଦରଗ୍ରାମ ସ୍ଥିତ ବଟେଶ୍ୱର ମନ୍ଦିରରୁ ଅଷ୍ଠଧାତୁ ମୂର୍ତ୍ତି , ସତ୍ୟବାଦୀ ଥାନା ନୂଆସୋମେଶ୍ୱପୁରରୁ ଅଷ୍ଟଧାତୁ ମୂର୍ତ୍ତି , ଜାନୁଆରୀ ୩୧ରେ କଣାସର ବୈଦ୍ୟନାଥ ପାଟଣା ଗ୍ରାମର ବଟେଶ୍ୱର ମହାଦେବ ମନ୍ଦିରରୁ ମହାଦେବଙ୍କ ୪୦ କେଜି ଓଜନର ଅଷ୍ଟଧାତୁ ମୂର୍ତ୍ତି ଚୋରୀ , ମାର୍ଚ୍ଚ ୮ରେ ଗଡିଶାଗୋଦା ଅନ୍ତର୍ଗତ ଶ୍ରୀମୁକୁନ୍ଦପୁର ଗ୍ରାମର ଇଶାନେଶ୍ୱର ମନ୍ଦିରରୁ ଶିବପାର୍ବତୀ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି , ମାର୍ଚ୍ଚ ୧୧ ରେ ଚନ୍ଦନପୁର ବୀରନରସିଂହପୁର ଗ୍ରାମର ଗୋପୀନାଥ ମନ୍ଦିରରରୁ ୫ଟି ମୂର୍ତ୍ତି , ମାର୍ଚ୍ଚ ୧୨ରେ ପିପିଲି ରାଜତେଇ ଗ୍ରାମର ସିଦ୍ଦେଶ୍ୱର ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି , ଆଉ ଜୁନ ୩ରେ ପିପିଲି ଲକ୍ଷ୍ନୀନୃସିଂହ ମନ୍ଦିରରୁ ୧୫ଟି ମୂର୍ତ୍ତି ଚୋରି ଘଟଣା ପୋଲିସକୁ ବଦନାମ କରିବା ସହ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।
Published by:Soumya Das
First published: