ମହାପ୍ରସାଦର ଦର ନିୟନ୍ତ୍ରଣ ଓ ଦଲାଲ ମୁକ୍ତ ପାଇଁ କଡା ପଦକ୍ଷେପ ନେଲେ ସୁଆର ମହାସୁଆର ନିଯୋଗ

କାର୍ତ୍ତିକ ମାସରେ ଅମୁଲ ଦର ହୋଇଛି ମହାପ୍ରସାଦ। ତେବେ ଆନନ୍ଦବଜାରରେ ମହାପ୍ରସାଦର ଦରବୃଦ୍ଧି ହୋଇନଥିବା ବେଳେ କିଛି ଦଲାଲ ଭକ୍ତଙ୍କୁ ଚଢାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି । ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

କାର୍ତ୍ତିକ ମାସରେ ଅମୁଲ ଦର ହୋଇଛି ମହାପ୍ରସାଦ। ତେବେ ଆନନ୍ଦବଜାରରେ ମହାପ୍ରସାଦର ଦରବୃଦ୍ଧି ହୋଇନଥିବା ବେଳେ କିଛି ଦଲାଲ ଭକ୍ତଙ୍କୁ ଚଢାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି । ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

କାର୍ତ୍ତିକ ମାସରେ ଅମୁଲ ଦର ହୋଇଛି ମହାପ୍ରସାଦ। ତେବେ ଆନନ୍ଦବଜାରରେ ମହାପ୍ରସାଦର ଦରବୃଦ୍ଧି ହୋଇନଥିବା ବେଳେ କିଛି ଦଲାଲ ଭକ୍ତଙ୍କୁ ଚଢାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି । ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଗତକାଲି ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ରାତି ତମାମ ହୋଇଥିବା ବେଳେ ନିତି ବିଳମ୍ବ ଯୋଗୁଁ ହୋଇ ପାରିନଥିଲା ପହୁଡ ନିତି । ଆଉ ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରୁଛନ୍ତି ।

" ଗତକାଲି ଭଳି ମଧ୍ୟ ଆଜି ବି ଭକ୍ତଙ୍କ ଭିଡ଼ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ଧଡା ଲଗାଯାଇଛି । ଦର୍ଶନ ସମୟରେ ଧଡା ପକାଯାଇ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି । ସେପଟେ ଭିଡ଼ ଭିତରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ଲାଭ କରି ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ବ୍ରତଧାରୀ ।

ସେପଟେ ପଞ୍ଚୁକ ଆରମ୍ଭରୁ ଭକ୍ତଙ୍କ ଗହଳି ଯୋଗୁଁ ଅଣାୟତ ହୋଇପଡିଛି ପୁରୀ ସହର । ବଡଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ହେଉ ଅବା ଶ୍ରୀମନ୍ଦିର ନିକଟରେ କରାଯାଇଥିବା ବେରିକେଡ ବ୍ୟବସ୍ଥା । ଦର୍ଶନକୁ ଯାଉଥିବା ଭକ୍ତ ଭିଡ଼ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଧାଡିରେ ରହି ଦର୍ଶନ କରିବାକୁ ପଡୁଛି । ଆଉ ଆଜି ଭିଡ଼କୁ ଦୃଷ୍ଟିରେ ରଖି ସିଂହଦ୍ୱାର ସମ୍ମୁଖ ସ୍ଥାୟୀ ବେରିକେଡରେ ଲଗାଯାଇଛି ଧଡା । ଅବକାଶ ନିତି ପରେ ମହାପ୍ରଭୁ ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଥିଲେ । ବାଙ୍କଚୁଡା ବେଶରେ ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର, କଦମ୍ବମାଳି, କିରିଟି ଆଦି ଅନେକ ଆଭୁଷଣରେ ସୁସଜ୍ଜିତ ହୋଇଥିଲେ । ମହାପ୍ରଭୁ ଧାରଣ କରିଥିଲେ ଶଂଖ,ଚକ୍ର ଆଉ ହଳ ମୁଷଳ ଧାରଣ କରିଥିଲେ ଶ୍ରୀବଳଭଦ୍ର । କିରିଟିରେ ମହାପ୍ରଭୁଙ୍କ ଦକ୍ଷିଣ ପାର୍ଶ୍ୱକୁ ବାଙ୍କି ରହିଥିଲା ଚୁଳ।

"ସେପଟେ କାର୍ତ୍ତିକ ମାସରେ ଅମୁଲ ଦର ହୋଇଛି ମହାପ୍ରସାଦ। ତେବେ ଆନନ୍ଦବଜାରରେ ମହାପ୍ରସାଦର ଦରବୃଦ୍ଧି ହୋଇନଥିବା ବେଳେ କିଛି ଦଲାଲ ଭକ୍ତଙ୍କୁ ଚଢାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି । ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ । କାର୍ତ୍ତିକ ମାସ ପରେ ଦଶଜଣିଆ ସ୍କ୍ୱାର୍ଡ ଗଠନ କରାଯିବ । ଆବଶ୍ୟକ ପଡିଲେ ଦଲାଲଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜ୍ଜୁ ପାଇଁ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛି ସୁଆର ମହାସୁଆର ନିଯୋଗ । ତେବେ ଭକ୍ତଙ୍କ ଲାଗି ଉତ୍ତରଦ୍ୱାର ଖୋଲାଯାଉ । ଫଳରେ ଭକ୍ତମାନେ ସିଧାସଳଖ ଆନନ୍ଦ ବଜାରରୁ ସୁଲଭ ଦରରେ ମହାପ୍ରସାଦ ପାଇପାରିବେ । ଆଉ ଦଲାଲଙ୍କ କବଳରୁ ମୁକୁଳି ପାରିବେ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ।

ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ତ୍ରୀବିକ୍ରମ ବେଶ,ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ପଞ୍ଚୁକ ପୂର୍ଣ୍ଣିମାରେ ରାଜାଧିରାଜ ଅର୍ଥାତ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକବ୍ରତର ମହାପ୍ରଭୁଙ୍କ ପାଞ୍ଚୋଟି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ସହିତ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Published by:Soubhagya Mishra
First published: