ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ; ୨୪ ଶିକ୍ଷକ ଚାକିରିରୁ ବିଦା

ଛୁଟି ଆବେଦନ ନକରି କିଛି ଶିକ୍ଷକ ସ୍କୁଲକୁ ଆସୁନଥିବା ଅଭିଯୋଗରେ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା ହେବାକୁ ପଡିଛି ।

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ; ୨୪ ଶିକ୍ଷକ ଚାକିରିରୁ ବିଦା

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ; ୨୪ ଶିକ୍ଷକ ଚାକିରିରୁ ବିଦା

  • News18 Odia
  • Last Updated :
  • Nabarangapur (Nabarangpur), India
  • Share this:
News 18 Odia Digital

ନବରଙ୍ଗପୁର; ଛୁଟି ଆବେଦନ ନକରି କିଛି ଶିକ୍ଷକ ସ୍କୁଲକୁ ଆସୁନଥିବା ଅଭିଯୋଗରେ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା ହେବାକୁ ପଡିଛି । ଦିର୍ଘ ୧୩ ବର୍ଷ ଧରି ଉକ୍ତ ଶିକ୍ଷକମାନେ ସ୍କୁଲ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିଲେ କିନ୍ତୁ ପାରିଶ୍ରମିକ ନେଉଥିଲେ ।

ଜିଲ୍ଲାପାଳଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ ପହଞ୍ଚିବା ପରେ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖୋଳତାଡ ପରେ ସତ ସାମ୍ନାକୁ ଆସିଥିଲା । ପରେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ଗଣଶିକ୍ଷା ବିଭାଗର ନବରଙ୍ଗପୁର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ ।

ନିଜ କାର୍ଯ୍ୟରେ ଅବହେଳା କରିଥିବା ଠିକା ଭିତ୍ତିକ ଏବଂ ଗଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରି ଶିକ୍ଷା ଅଧିକାରୀମାନଙ୍କୁ ଏକ ଚିଠି କରାଯାଇଥିଲା । ଉକ୍ତ ଚିଠିକୁ ଭିତ୍ତି କରି ଉକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ତେବେ ସୂଚନା ଅନୁସାରେ, କୋଷାଗୁମୁଡା ବ୍ଲକର ୭ ଜଣ, ରାଇଘର ବ୍ଲକର ୭ ଜଣ, ପାପଡାହାଣ୍ଡି ବ୍ଲକର ୫ ଜଣ, ଝରିଗାଁ ବ୍ଲକର ୩ ଜଣ, ନବରଙ୍ଗପୁର ବ୍ଲକର୨ ଜଣ, ଡାବଗାଁ ବ୍ଲକର ୨ ଜଣ, ନନ୍ଦାହାଣ୍ଡି ବ୍ଲକର ଜଣେ, ଚନ୍ଦାହାଣ୍ଡି ବ୍ଲକର ଜଣେ, ଉମରକୋଟ ବ୍ଲକରେ ଜଣେ, ତେନ୍ତୁଳିଖୁଣ୍ଟିରେ ଜଣେ ଶିକ୍ଷକ ଚାକିରି କରିଥିଲେ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁନଥିଲେ ।

ଯେଉଁମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ସେମାନଙ୍କ ମଧ୍ୟରୁ କିଛି ଜଣ ସମୟ ଅବଧିରେ ଉତ୍ତର ଦେଇଥିବାବେଳେ ଆଉ କିଛି ଶିକ୍ଷକ ଉତ୍ତର ଦେବାକୁ ଅସମର୍ଥ ଥିଲେ । ଯେଉଁମାନେ ଉତ୍ତର ରଖିଥିଲେ ସେମାନଙ୍କର ଚାକିରି ସୁରକ୍ଷିତ ରହିଛି ।
Published by:Soubhagya Mishra
First published: