ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନାବାଳକକୁ ଗୋଇଠା ମାରି ଚାକିରି ହରେଇଲେ ୩ ଜଣ ହୋମ୍ ଗାର୍ଡ଼; ଜଣେ ପୋଲିସ କର୍ମୀ ନିଲମ୍ବିତ

ନାବାଳକକୁ ଗୋଇଠା ମାରି ଚାକିରି ହରେଇଲେ ୩ ଜଣ ହୋମ୍ ଗାର୍ଡ଼; ଜଣେ ପୋଲିସ କର୍ମୀ ନିଲମ୍ବିତ

ନାବାଳକ ଜଣକ ଜୁନ୍ ୨୯ ତାରିଖ ଦିନ କେଶୁରା ଛକ ନିକଟରେ ତା’ ବାପା ଚଳାଉଥିବା ଏକ ଚା’ ଦୋକାନ ଖୋଲିଥିଲା । ଲକଡାଉନ୍ ସମୟରେ କାହିଁକି ଦୋକାନ ଖୋଲିଛୁ ବୋଲି ପଚାରିବା ପରେ ପୋଲିସ ଭ୍ୟାନର ଡ୍ରାଇଭର୍ ନାବାଳକକୁ ଗୋଇଠା ମାରିଥିଲେ ।

ନାବାଳକକୁ ଗୋଇଠା ମାରି ଚାକିରି ହରେଇଲେ ୩ ଜଣ ହୋମ୍ ଗାର୍ଡ଼; ଜଣେ ପୋଲିସ କର୍ମୀ ନିଲମ୍ବିତ
ସିସିଟିଭି ଫୁଟେଜରେ ଗୋଇଠା ମାଡ଼ର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର କେଶୁରା ଛକରେ ଜଣେ ନାବାଳକକୁ ଜଣେ ପୋଲିସ କର୍ମୀ ଗୋଇଠା ମାରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପି.ସି.ଆର୍‌. ଭ୍ୟାନରେ ଡ୍ୟୁଟିରେ ଥିବା ଚାରି ଜଣ କର୍ମଚାରୀଙ୍କ ମଧ୍ୟରୁ ତିନି ଜଣଙ୍କୁ ଚାକିରିରୁ ବହିଷ୍କୃତ ଓ ଜଣଙ୍କୁ ନିଲମ୍ବିତ କରିଛି କମିଶନରେଟ ପୋଲିସ ।

ନାବାଳକକୁ ଗୋଇଠା ମାରିଥିବା ହୋମ୍‌ ଗାର୍ଡ଼ ଓ ଦୋକାନରୁ ଜିନିଷ ବୋହି ଆଣୁଥିବା ହୋମ୍‌ ଗାର୍ଡ଼ ଦୁହିଁଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ପି.ସି.ଆର୍‌. ଭ୍ୟାନରେ ମୁତୟନ ଥିବା ଆଉ ଜଣେ ହୋମ ଗାର୍ଡ଼ଙ୍କୁ ସେ ନିଲମ୍ବିତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

ଜୁନ୍ ୨୯ ତାରିଖ ଦିନ ଲକଡାଉନ ସମୟରେ ଘଟିଥିବା ଏହି ନିନ୍ଦନୀୟ ଘଟଣାରେ ପି.ସି.ଆର୍‌. ଭ୍ୟାନ୍‌ ନମ୍ବର୍‌ ୨୯ ଦାୟିତ୍ୱରେ ଥିବା ଏସ୍‌.ଓ.ପି.ଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ପୋଲିସ କମିଶନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନରଙ୍କୁ ପ୍ରସ୍ତାବ ଦେଇଥିଲେ ଭୁବନେଶ୍ୱର ଡିସିପି ।

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

“ନାବାଳକକୁ କେଉଁ ପରିସ୍ଥିତିରେ ଗୋଇାଠା ମରାଯାଇଥିଲା ସେହି ଘଟଣାର ତଦନ୍ତ କରିବାକୁ ଏକ ଟିମ୍ ଗଠନ କରାଯାଇଥିଲା । ତଦନ୍ତ ଦାୟିତ୍ୱରେ ଥିଲେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ । ସିସିଟିଭି ଫୁଟେଜ୍ ଓ ନାବାଳକଙ୍କ ବୟାନକୁ ଆଧାର କରି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ପତ୍ନୀ କିରଣ ରାଓଙ୍କ Love Story The End! ଦୁହିଁଙ୍କ ଛାଡ଼ପତ୍ର ହେଲା

କିଛି ପୋଲିସ କର୍ମଚାରୀଙ୍କ ନକାରାତ୍ମକ କାର୍ଯ୍ୟଶୈଳୀ ପାଇଁ ପୂରା ବିଭାଗ ବଦନାମ ହେଉଛି ବୋଲି ମାନି ସେ କହିଛନ୍ତି, ‘‘ପୋଲିସର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସିବା ଆବଶ୍ୟକ । ପୋଲିସ ୨୪ ଘଣ୍ଟା ଡ୍ୟୁଟି କରୁଛି । ଲୋକାଭିମୁଖୀ ହୋଇ କାମ କରିବାକୁ ସବୁ ପୋଲିସ କର୍ମଚାରୀଙ୍କୁ କୁହାଯାଉଛି । ଯେଉଁମାନେ ଏଭଳି କାମ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ନାବାଳକ ଜଣକ ଜୁନ୍ ୨୯ ତାରିଖ ଦିନ ଲକଡାଉନ ସମୟରେ କେଶୁରା ଛକ ନିକଟରେ ତା’ ବାପା ଚଳାଉଥିବା ଏକ ଚା’ ଦୋକାନ ଖୋଲିଥିଲା । ସେହି ସମୟରେ ବଡ଼ଗଡ଼ ଥାନାର ୨୯ ନମ୍ବର୍‌ ପି.ସି.ଆର୍‌. ଭ୍ୟାନ୍‌ ପାଟ୍ରୋଲିଂ କରୁଥିଲା । ଲକଡାଉନ୍ ସମୟରେ କାହିଁକି ଦୋକାନ ଖୋଲିଛୁ ବୋଲି ନାବାଳକକୁ ପଚାରିବା ପରେ ପି.ସି.ଆର୍‌. ଭ୍ୟାନର ଡ୍ରାଇଭର୍‌ ଅଜୟ କୁମାର ବିଶ୍ୱାଳ ଗୋଇଠା ମାରିଥିଲେ । ଏହା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

ନାବାଳକକୁ ପୋଲିସ ଗୋଇଠା ମାରିବା ଘଟଣାରେ ଭୁବନେଶ୍ୱର ଡିସିପିଙ୍କୁ ତଦନ୍ତ ରିପୋର୍ଟ  ମାଗିଛି ରାଜ୍ୟ ଶିଶୁ ଅଧିକାର ଆୟୋଗ । ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ ଅନୁସାରେ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଥିଲା ।



“ଆମେ ଖୁବ୍ ଶୀଘ୍ର ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବୁ । ତଦନ୍ତ କରୁଥିବା ଟିମ୍ ଏହି ଘଟଣାର ପ୍ରତିଟି ଦିଗକୁ ନେଇ ତଦନ୍ତ କରୁଛି । ଅଭିଯୁକ୍ତ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଆମେ ରାଜ୍ୟ ଶିଶୁ ଅଧିକାର ଆୟୋଗକୁ ଜଣାଇବୁ,’’ କହିଛନ୍ତି ଡିସିପି ଉମାଶଙ୍କର ଦାଶ ।
Published by: Anand ST Das
First published: July 8, 2021, 12:00 AM IST