କପିକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ କଡାକଡି କରାଯାଇଛି। ପରୀକ୍ଷା ସମୟରେ କପିକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ପୁରୀ ଜିଲ୍ଲା ହରିପୁର ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ତେଣୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆସିବା ବାରଣ କରାଯାଇଛି ।
ପୁରୀ ଜିଲ୍ଲା ହରିପୁର ଆଦର୍ଶ ବିଦ୍ୟାଳୟର ପରୀକ୍ଷା ପରିଚାଳକଙ୍କ ସହ ଅଧିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ମାର୍ଚ୍ଚ ୩୦ ତାରିଖ ପରୀକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରକୁ ପ୍ରବେଶ ନିଷେଧ କରାଯାଇଛି । ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ ରବିବାର ପରୀକ୍ଷା କେନ୍ଦ୍ର ଗସ୍ତ କରିଥିଲେ । ଏହା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ବସ୍ ଚକ ଫାଟି ଯିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୦ରୁ ଅଧିକ ଯାତ୍ରୀ ଆହତସେପଟେ ପରୀକ୍ଷା କେନ୍ଦ୍ରରେ ସମସ୍ତ କର୍ମଚାରୀଙ୍କୁ ଅନ୍ୟ ବିଦ୍ୟାଳୟରୁ ବଦଳି କରି ଆଣି ନିଯୁକ୍ତି କରାଯାଇଛି। ଚଳିତବର୍ଷ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହେବା ନେଇ ବୋର୍ଡ ସଚେତନ ରହିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।