ରାଜ୍ଯରେ ପୁଣି ଏସିଡ଼ ମାଡ; ବିଧବା ମହିଳାଙ୍କ ଉପରକୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ

Acid Attack: ରାଜ୍ଯରେ ପୁଣି ଥରେ ଏସିଡ ମାଡ଼ । ହସ୍ପିଟାଲରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ବିଧବା ମହିଳା ।

Acid Attack

Acid Attack

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଝାରସୁଗୁଡ଼ା: ରାଜ୍ଯରେ ପୁଣି ଏସିଡ଼ ମାଡ଼(Acid Attack) । ଏହି ଆଟାକରେ ଜଣେ ମହିଳା ଗୁରୁତର ହୋଇ ମେଡ଼ିକାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଝାରସୁଗୁଡ଼ା(Jharsuguda) ଜିଲ୍ଲାର କିର୍ମିରା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ବିଡମ୍ୱନାରେ ବିଷୟ ଯେ ପୋଲିସ ଏପର୍ଯ୍ଯନ୍ତ ଅଭିଯୁକ୍ତ ଧରି ପାରିନାହିଁ ।

ଗତ ୭ ତାରିଖରେ ଝାରସୁଗୁଡା ଜିଲା କିର୍ମିରା ବ୍ଲକର ଅର୍ଡା ସରକାରୀ ହାଇସ୍କୁଲରେ ପିଅନ ରୂପେ କାର୍ଯ୍ୟ କରୁଥିବା ମୋହିନୀ ବାଗ( ୩୪)ଙ୍କ ଉପରେ ଏସିଡ଼ ମାଡ଼ ହୋଇଥିଲା। ଅପରାହ୍ନ ସମୟରେ ହାଇସ୍କୁଲରୁ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିଲେ ମୋହିନୀ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ କାଦୋବାହାଲ ଜଙ୍ଗଲ ମେଟାକାନି ମନ୍ଦିର ନିକଟରେ ଅଟକାଇ ତାଙ୍କ ଦେହରେ ଏସିଡ଼ ମାଡ଼ କରି ଫେରାର ହୋଇଯାଇଥିଲେ । ଏସିଡ଼ ଆକ୍ରମଣର ଶିକାର ହୋଇଥିବା ବିଧବା ମହିଳାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଝାରମୁଣ୍ଡା ପଞ୍ଚାୟତର ବରିହାପଡା। ଆହତ ଅବସ୍ଥାରେ ପୀଡିତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲା ଓ ପୁଣି ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି।

ମୋହିନୀଙ୍କର ଜଣେ ୧୧ ବର୍ଷର ପୁଅ ଓ ୯ ବର୍ଷର ଝିଅ ଅଛନ୍ତି। ପୀଡ଼ିତାଙ୍କ ସ୍ୱାମୀ ୩ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା। ତାଙ୍କ ସ୍ବାମୀ ଜଣେ ଶିକ୍ଷକ ଥିଲେ। ତାଙ୍କ ଦେହାନ୍ତ ପରେ ଶିକ୍ଷା ବିଭାଗ ପକ୍ଷରୁ ଥଇଥାନ ଯୋଜନାରେ ପୀଡ଼ିତାଙ୍କୁ ଅରଡା ପଞ୍ଚାୟତ ହାଇସ୍କୁଲରେ ପିଅନ ଭାବେ ଏଇ ମାସେ ହେବ ନିଯୁକ୍ତି ମିଳିଥିଲା।ତେବେ ପୁଅ ବର୍ତ୍ତମାନ ବାଗଡ଼ିହି ଶିଶୁ ମନ୍ଦିରରେ ୬ ଶ୍ରେଣୀରେ ପଢ଼ୁଥିବା ସହ ଝିଅ ଏକ ଆବାସିକ ସ୍କୁଲରେ ପଢ଼ୁଥିବା ଜଣା ଯାଇଛି ।

ACID ATTACK: ଘରେ ପଶି ଯୁବତୀଙ୍କୁ ଏସିଡ ମାଡ଼; ଗୁରୁତରଙ୍କ ଭିତରେ ଅଛନ୍ତି ୨ ଶିଶୁ

ମୋହିନୀ ଏବେ କଟକ ବଡ଼ ମେଡ଼ିକାଲର ସର୍ଜରୀ ବିଭାଗରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଏହି ଘଟଣାକୁ ପ୍ରାୟ ୧୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ତ ଦୂରର କଥା ଠାବ ମଧ୍ୟ କରି ପାରିନାହିଁ। ଏନେଇ ଲାଇକେରା ଥାନାରେ ୩୨୬ A ଏବଂ ଅନ୍ୟ ସେକ୍ସନ ୩୦୭ IPC ରେ ଏକ ମାମଲା ରୁଜୁ ହୋଇଛି । ମାତ୍ର ମୁଣ୍ଡରେ ହେଲମେଟ ପିନ୍ଧିଥିବାରୁ ଅଭିଯୁକ୍ତଙ୍କ ଚେହେରା ଚିହ୍ନି ପାରିନାହଁନ୍ତି ମୋହିନୀ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଝାରସୁଗୁଡ଼ା ଏସ୍ଡିପିଓ ନିର୍ମଳ ମହାପାତ୍ର। ଅନ୍ୟପଟେ ଜିଲ୍ଲା ଶିଶୁ କଲ୍ୟାଣ ବିଭାଗର ବିଭାଗୀୟ ଅଧିକାରୀ ମାନେ ଓ ସମସ୍ତ ତଥ୍ୟ ସଂଗ୍ରହ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତି ପାଇଁ ତଥ୍ୟ ନେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଏସିଡ଼ ମାଡ଼ର ପ୍ରକୃତ କାରଣ ଜଣା ପଡୁ ନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।
Published by:Soumya Das
First published: