Acid Attack: ଘରେ ପଶି ଯୁବତୀଙ୍କୁ ଏସିଡ ମାଡ଼; ଗୁରୁତରଙ୍କ ଭିତରେ ଅଛନ୍ତି ୨ ଶିଶୁ

Acid Attack: ଗୁରୁତରଙ୍କ ମଧ୍ଯରେ ଅଛନ୍ତି ଦୁଇ ଶିଶୁ। ଘରେ ପଶି ଏସିଡ଼ ମାଡ଼ କରିଛନ୍ତି ଯୁବକ ।

 ଯୁବତୀଙ୍କୁ ଏସିଡ ମାଡ଼

ଯୁବତୀଙ୍କୁ ଏସିଡ ମାଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ୱର: ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ବାଲେଶ୍ୱର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିୟ । ପ୍ରେମ ବ୍ଯାପାର ଯୋଗୁଁ ଏପରି ଘଟିଥାଏ ବୋଲି ସନ୍ଦେହ ହେଉଛି ।

ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳରେ ଏପରି କାଣ୍ଡ। ଘରେ କେହି ନଥିବା ଅବସ୍ଥାରେ ଅଭିଯୁକ୍ତ ଜଣକ ଘରେ ପଶି ଦୁଇ ଭଉଣୀଙ୍କ ସମେତ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରି ଫେରାର ହୋଇଯାଇଛନ୍ତି ।ଦୁଇ ଭଉଣୀ  ସେମାନଙ୍କ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରାଯାଇଥିବା କଥା ଜଣାପଡିଛି ।

ଗୁରୁତର ଅବସ୍ଥାରେ ଥିବା ବାଲେଶ୍ୱର ମେଡିକାଲରେ ଚିକିତ୍ସା ଜାରି ହୋଇଛି। ତେବେ ପୋଲିସ ଏହିସବୁ ମାମଲର ତଦନ୍ତ ଜାରି ରଖିଛି ।
Published by:Soumya Das
First published: