କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ; ପୋଖରୀରୁ ମଳିଲା ମୃତଦେହ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମରେ ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ପୋଖରୀରୁ ମୃତଦେହ ଉଦ୍ଧାର ।

କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ; ପୋଖରୀରୁ ମଳିଲା ମୃତଦେହ

କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ; ପୋଖରୀରୁ ମଳିଲା ମୃତଦେହ

  • News18 Odia
  • Last Updated :
  • Share this:
News 18 Odia Digital

ଯାଜପୁର : ରାଜ୍ୟରେ ଆଉ ଜଣେ ଛାତ୍ରୀଙ୍କ ମୃତ୍ୟୁ ସାମ୍ନାକୁ ଆସିଛି । ସଂନ୍ଧ୍ୟାରେ ଟ୍ୟୁସନ ଯାଇ ଘରକୁ ଫେରିଲାନି ଝିଅ, ଫେରିଲା ମୃତଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମରେ ଘଟିଛି ଏଭଳି ଘଟଣା । ଅମୁଲ୍ୟ ଦାସଙ୍କ ଝିଅ ଅମ୍ରିତା ଦାସ ସବୁଦିନ ପରି ଗତକାଲି ମଧ୍ୟ ବାବଲ ପୁର ବିଷ୍ଣୁଚରଣ ପାଢିଙ୍କ ପାଖକୁ ଟ୍ୟୁସନ ପାଇଁ ଯାଇଥିଲେ । କିନ୍ତୁ ଗତକାଲି ସନ୍ଧ୍ୟା ୬ଟା ବେଳେ ଟ୍ୟୁସନ ଛୁଟି ପରେ ବି ଅମ୍ରିତା ଆଉ ଘରକୁ ଫେରିନଥିଲେ । ଘରକୁ ନଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ପରେ ଅମ୍ରିତାଙ୍କ ମୃତ ଦେହ ଘରଠାରୁ ଦୁଇ କିଲୋମିଟର ଦୂରରେ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ମିଳିବା ପରେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ ।

ଅନ୍ୟପଟରେ କିଛି ଅସାମାଜିକ ଯୁବକ ଅମ୍ରିତାଙ୍କୁ ଟ୍ୟୁସନ ଯିବା ସମୟରେ କମେଣ୍ଟ ମାରିବା ପରେ ଅମ୍ରିତା ଏବଂ ଯୁବକ ମାନଙ୍କ ମଧ୍ୟରେ ଝଗଡା ହେଇଥିଲା । ଏହି ଝଗଡା ପରେ ଉକ୍ତ ଯୁବକ ମାନେ ଅମ୍ରିତାଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଏନେଇ ପରିବାର ଲୋକ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି।
Published by:Sujit Swain
First published: