News18 Odia Digital
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଡି.ଆର.ଡି.ଓ. ତଥ୍ୟ ଲିଙ୍କ୍ ଘଟଣାରେ ପାକିସ୍ଥାନ ଲିଙ୍କ୍ ଥିବା ସ୍ପଷ୍ଟ ହେବା ପରେ ପୁଣି ଏକ ନୁଆ ତଥ୍ୟ ସାମ୍ନାକୁ ଆସିଛି । ସେହି ରହସ୍ୟମୟୀ ପାକିସ୍ଥାନୀ ମହିଳା ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ପାଖକୁ ୩୮ ହଜାର ଟଙ୍କା ଟ୍ରାଞ୍ଜେକ୍ସନ୍ କରିଥିବା ତଥ୍ୟ ପାଇଛି କ୍ରାଇମ୍ ବ୍ରାଞ୍ଚ୍ । ସେଥିରୁ ଦୁବାଇରୁ ଜଣେ ଅଭିଯୁକ୍ତଙ୍କ ପାଖକୁ ୨୪ ହଜାର ଟଙ୍କା ଆସିଛି । ବଳକା ଟଙ୍କା କାହା ପାଖକୁ ଓ କେଉଁଠୁ ଆସିଛି ତା’ର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ୍ ।
ଚାନ୍ଦିପୁର ପରେ ସେହି ପାକିସ୍ଥାନୀ ମହିଳା ରାଜସ୍ଥାନର ଯୋଧପୁରରେ ଥିବା ‘ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ’ର ଜଣେ କର୍ମଚାରୀଙ୍କ ସହ ବି ଯୋଗାଯୋଗ ରହିଥିବା ଜଣା ପଡି଼ଛି । ଏ ନେଇ ଅକ୍ଟୋବର ୧୫ ତାରିଖରେ ରାଜସ୍ଥାନ ସି.ଆଇ.ଡି. ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | Ind Vs Pak: ରାତି ସାରା ଝଗଡ଼ା କଲେ ହରଭଜନ ସିଂ ଓ ପାକିସ୍ତାନୀ ବୋଲର୍; ଜିତିଲେ ଭଜ୍ଜୀ“ତଦନ୍ତ ବେଳେ ଆମେ ଜାଣିବାକୁ ପାଇଲୁ ଯେ ଚାନ୍ଦିପୁର ଡି.ଆର୍.ଡି.ଓ. ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କ ପାଖକୁ ୩୮ ହଜାର ଟଙ୍କା ଆସିଛି । ଏବେ ସୁଦ୍ଧା ୨୪ ହଜାର ଟଙ୍କାର ହିସାବ ମିଳିଛି । ଦୁବାଇର ଗୋଟିଏ ଆକାଉଣ୍ଟରୁ ଏହି ଟଙ୍କା ଆସିଥିବା ପ୍ରମାଣ ମିଳିଛି । ଦୁବାଇର ‘ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ’ରୁ ଏହି ଟଙ୍କା ଅଭିଯୁକ୍ତଙ୍କ ପାଖକୁ ଆସିଛି । ବଳକା ଟଙ୍କା କାହା ଆକାଉଣ୍ଟରୁ ଓ କେଉଁଠୁ ଆସିଛି ତାହା ଆମେ ତଦନ୍ତ କରୁଛୁ,” କହିଛନ୍ତି କ୍ରାଇମ୍ ବ୍ରାଞ୍ଚ୍ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

କ୍ରାଇମ୍ ବ୍ରାଞ୍ଚର ଏ.ଡି.ଜି. ସଞ୍ଜୀବ ପଣ୍ଡା
ଏହା ବି ପଢ଼ନ୍ତୁ | 7th Pay Commission: ଅକ୍ଟୋବର ମାସର ଦରମାରେ ଆସିବ ଏହି ୩ଟି ଭତ୍ତା; ଜାଣନ୍ତୁ କେତେ ମିଳିବସେହି ରହସ୍ୟମୟୀ ଯୁବତୀଙ୍କର ପୂର୍ବରୁ ଏକ ଫଟୋ ପାଇଥିଲା କ୍ରାଇମ୍ ବ୍ରାଞ୍ଚ୍ । ପରେ ତଦନ୍ତ ସମୟରେ ଯୁବତୀ ଜଣକ ଜଣେ ପାକିସ୍ଥାନୀ ବୋଲି ଜଣାପଡ଼ିଥିଲା । ସେଠାରେ ରହି ସେ ଫେସବୁକ୍ ଅପରେଟ କରୁଥିଲେ । ଯୁବତୀଙ୍କ ସାତଟି ଫେସବୁକ୍ ଆକାଉଣ୍ଟ୍ ଠାବ କରିଛି ତଦନ୍ତକାରୀ ଟିମ୍ । ପାକିସ୍ଥାନର ରାୱଲପିଣ୍ଡି ସହରରେ ରହି ଗୋଟିଏ ଆକାଉଣ୍ଟକୁ ସେହି ଯୁବତୀ ଅପରେଟ କରୁଥିଲେ । ଅନ୍ୟ ତିନୋଟି ଆକାଉଣ୍ଟକୁ ଇସଲାମାବାଦରୁ ଅପରେଟ କରାଯାଉଥିବା ଜଣାପଡି଼ଛି । ଏହା ସହ ଆଉ କିଛି ଆକାଉଣ୍ଟ୍ ଅକ୍ଟିଭ ଥିବା ଜାଣିବାକୁ ପାଇଥିଲା କ୍ରାଇମ୍ ବ୍ରାଞ୍ଚ୍ ।
ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ ଯୋଗାଇଲେ“ଚାନ୍ଦିପୁର ପରେ ସେହି ଯୁବତୀ ରାଜସ୍ଥାନର ଯୋଧପୁରରେ ଥିବା ‘ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ’ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିଥିଲେ । ଚାନ୍ଦିପୁର ଭଳି ସମାନ ଢଙ୍ଗରେ ସେ ସମ୍ପର୍କ ସ୍ଥାପନ କରିଥିଲେ । ହ୍ୱାଟ୍ସଆପ୍, ମେସେଞ୍ଜର୍ ଓ ଇଷ୍ଟ୍ରଗ୍ରାମ୍ ଜରିଆରେ ଚାଟିଂ କରି ଅନେକ ତଥ୍ୟ ଚୋରୀ କରିଥିଲେ । ଅକ୍ଟୋବର ୧୫ତାରିଖରେ ରାଜସ୍ଥାନ ସି.ଆଇ.ଡି. ପକ୍ଷରୁ ଏକ ମାମଲା ରୁଜୁ ହେବା ପରେ ସେମାନେ ଏ ବିଷୟରେ ଆମ ସହ ଯୋଗାଯୋଗ କରିଥିଲେ । ଏହି ଯୁବତୀ ସେଠି ମଧ୍ୟ ହନିଟ୍ରାପ୍ ବିଛାଇଥିଲେ,’’ କହିଛନ୍ତି ସଞ୍ଜୀବ ପଣ୍ଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘Antim’ Trailer Out: ସଲମାନ୍ ଖାନଙ୍କ ‘ଅନ୍ତିମ୍’ ଫିଲ୍ମର ଟ୍ରେଲର୍ ଆସିଗଲା; ଦେଖନ୍ତୁ ଧମାକାଦାର୍ VIDEOପାକିସ୍ଥାନୀ ମହିଳା ଜଣକ ଫେସବୁକରେ ନିଜର ପରିଚୟ ଲୁଚାଇଥିଲେ । ଯୋଧପୁର ଘଟଣାରେ ମଧ୍ୟ ପ୍ରୋକ୍ସି ଆଇ.ପି. ଜରିଆରେ ପରିଚୟ ଗୋପନ ରଖି ସେ ଜର୍ମାନୀ ଓ ୟୁ.ଏସ୍.ଏ.ରୁ ବୋଲି ପରିଚୟ ଦେଇଥିଲେ । ବିଭିନ୍ନ ସମୟରେ ସେ ଭିଡିଓ କଲ୍ କରି ଅଶ୍ଳୀଳ ଇଙ୍ଗିତ କରି ତଥ୍ୟ ଚୋରି କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ରାଜସ୍ଥାନ ସି.ଆଇ.ଡି. ।
ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବଘଟଣାର ତଦନ୍ତ ସମୟରେ କ୍ରାଇମ୍ ବ୍ରାଞ୍ଚ୍ ଅନେକଗୁଡି଼ଏ ଟେକ୍ନିକାଲ୍ ପାର୍ଟକୁ ଦେଖୁଛି । ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ‘ଇଣ୍ଡିଆନ୍ କମ୍ପୁଟର୍ ଏମରଜେନ୍ସି ରେସପନ୍ସ ଟିମ୍’କୁ ଟେକ୍ନିକାଲ୍ ତଥ୍ୟ ମାଗିଛି କ୍ରାଇମ୍ ବ୍ରାଞ୍ଚ୍ । ତଥ୍ୟ ଆସିଲେ ଇଣ୍ଟରପୋଲର ସହାୟତା ନେବାକୁ ଯୋଜନା କରିଛି କ୍ରାଇମ୍ ବ୍ରାଞ୍ଚ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ନ ଥିଲାଚାନ୍ଦିପୁର ଡି.ଆର୍.ଡି.ଓ.ରେ ତଥ୍ୟ ଲିକ୍ ହେବା ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମ୍ ବ୍ରାଞ୍ଚ୍ । ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ସଂସ୍ଥାର ପାଞ୍ଚ ଜଣ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲା । ତଦନ୍ତ ବେଳେ ପାଞ୍ଚ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି କ୍ରାଇମ୍ ବ୍ରାଞ୍ଚ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।