ଅଭିଯୁକ୍ତ ଗୋପାଳଙ୍କର ହେବ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ

ସ୍ୱାସ୍ଥ୍ଯମନ୍ତ୍ରୀ ନବ ଦାସ ହତ୍ଯା ମାମଲା; ଅଭିଯୁକ୍ତ ଗୋପାଳଙ୍କର ହେବ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ

ଗୋପାଳଙ୍କର ହେବ ସ୍ବର ବିଶ୍ଳେଷଣ ପରୀକ୍ଷା

ଗୋପାଳଙ୍କର ହେବ ସ୍ବର ବିଶ୍ଳେଷଣ ପରୀକ୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳଙ୍କର ହେବ ସ୍ବର ବିଶ୍ଳେଷଣ ପରୀକ୍ଷା ଓ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ । ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ଫରେନସିକ ଲାବ୍ରୋଟୋରୀରେ ଏହି ପରୀକ୍ଷା ହେବ।

NABA DAS SHOT: ଝାରସୁଗୁଡାରୁ ନବ ଦାସଙ୍କୁ ଏୟାରଲିଫ୍ଟ; ଭୁବନେଶ୍ୱରରେ ରାସ୍ତା କ୍ଲିୟର କଲା ପୋଲିସ

ରାଜ୍ୟ ଫରେନସିକର ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ମୁରଲୀଧର ନାୟକ କହିଛନ୍ତି ଅଭିଯୁକ୍ତ ଗୋପାଳଙ୍କର ସ୍ୱର ଉଚ୍ଚାରଣକୁ ଅନାଲିସିସି କରାଯିବ। ଘଟିଥିବା ଅପରାଧକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯିବ। ସେହି ସମୟରେ କ୍ଳାନ୍ତ, କିମ୍ବା ଟେନସନ ଅବା ନର୍ଭସର ଯାଞ୍ଚ କରାଯିବ। ପରୀକ୍ଷା ବେଳେ
କେଉଁଠି ସେ କଥା ଲୁଚେଇବା, କେଉଁ ପ୍ରଶ୍ନର ଉତ୍ତର ଦେବା ବେଳେ ଭଏସରେ ପରିବର୍ତ୍ତନ ହେବା ତାହାର ସ୍ପଷ୍ଟ ହେବ। କେଉଁ ପ୍ରଶ୍ନର ଉତ୍ତର ବେଳେ ଭଏସ କିଭଳି ରହିଛି ତାହା ଏହି ପରୀକ୍ଷା ମାଧ୍ଯରେ ସ୍ପଷ୍ଟ ହେବ।

ସେହିଭଳି ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ ବେଳେ ସେହି ସ୍ଥାନରେ ଗୋପାଳ ଓ ଜଣେ ସାଇଣ୍ଟିଷ୍ଟ ଉପସ୍ଥିତ ରହିବେ। ସେତେବେଳେ ବ୍ୟକ୍ତିର ବ୍ଯବହାର କେମିତି ରହିବ ତାହା ସ୍ପଷ୍ଟ ହେବ। ସେହି ସମୟରେ ଆଇକ୍ୟୁ ଟେଷ୍ଟ ଓ କାର୍ଡ଼ ଟେଷ୍ଟ କରାଯାଏ । ଏଥିରେ ମଧ୍ୟ ଅପରାଧ ସମ୍ପର୍କିତ ପ୍ରଶ୍ନ ପଚରାଯାଏ । ଟେନ୍ସନ ବେଳେ ଶରୀରର ମୁମେଣ୍ଟ, ବସିବା ଠାଣି , କହିବା ଠାଣି କେମିତି ରହିଛି, କେଉଁ ପ୍ରଶ୍ନର ଉତ୍ତର ବେଳେ
ଓଭର କନ୍ଫଡେଣ୍ଟ ରହି ଉତ୍ତର ଦେଉଛନ୍ତି, ସେ ଉପରେ ମଧ୍ୟ ପରୀକ୍ଷା କରାଯିବ । ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ଥର। ବିଶେଷ କରି ବଡ଼ ବଡ଼ କେସ ଗୁଡିକରେ ଏଭଳି ଟେଷ୍ଟ କରାଯାଏ।

NABA DAS SHOT: କଡା ସୁରକ୍ଷା ଭିତରେ କିପରି ହେଲା ଗୁଳିମାଡ଼? ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister Naba das )ଙ୍କୁ ଗୁଳିମାଡ଼ ହୋଇଥିଲା। ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା ।
Published by:Soumya Das
First published: