୯୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ; ପ୍ରେମିକଙ୍କୁ ଦେଉଥିଲେ ଛାତ୍ରଛାତ୍ରୀଙ୍କ ଟଙ୍କା

ରାଜଧାନୀରେ ୯୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। କଲେଜର ଛାତ୍ରଛାତ୍ରୀଙ୍କ ଆଡ଼ମିସନ ଫି ଓ ଟ୍ୟୁସନ ଫି ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇ ନିଜ ପ୍ରେମିକ ପାଖକୁ ପଠାଉଥିଲେ ଯୁବତୀ ।

ପାୟଲ ମହାପାତ୍ର

ପାୟଲ ମହାପାତ୍ର

  • Share this:

News18 Odia Digital


ଭୁବନେଶ୍ୱର: ରାଜଧାନୀରେ ୯୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ଗିରଫ ଅଭିଯୁକ୍ତା ହେଉଛନ୍ତି କଟକର ପାୟଲ ମହାପାତ୍ର(୨୭) ସେ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅକାଉଣ୍ଟାଣ୍ଟ ଭାବେ କାମ କରନ୍ତି ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ  


ତଦନ୍ତ ବେଳେ ପୋଲିସ କହିଛି, ପାୟଲ ଭୁବନେଶ୍ୱର ତମାଣ୍ଡୋ ଏକ ଘରୋଇ କଲେଜରେ ଆକାଉଣ୍ଟ ଭାବେ କାମ କରୁଥିଲେ ସେ ୨୦୧୭ରୁ ଚାକିରୀ କରି ଆସୁଛନ୍ତି  କଲେଜର ଛାତ୍ରଛାତ୍ରୀଙ୍କ ଆଡ଼ମିସନ ଫି ଟ୍ୟୁସନ ଫି ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇ ନିଜ ପ୍ରେମିକ ପାଖକୁ ପଠାଉଥିଲେ  ପରେ ତଦନ୍ତ ବେଳେ ଜଣା ପଡ଼ିଛି ଯେ ପ୍ରାୟ ୯୭ ଲକ୍ଷ ଟଙ୍କା ହଡ଼ପ ହୋଇଛି ଏନେଇ କଲେଜ କତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ


"ଦୀର୍ଘଦିନ ଧରି ପାୟଲ ଛାତ୍ରଛାତ୍ରୀଙ୍କ ଆଡ଼ମିସନ ଟଙ୍କା ଟ୍ୟୁସନ ଫି ଟଙ୍କାକୁ ନିଜ ଅକାଉଣ୍ଟକୁ ଆଣି ପୁରୁଷ ବନ୍ଧୁଙ୍କ ପାଖକୁ ପଠାଉଛନ୍ତି। ଅଡିଟ ବେଳେ କଥା ସାମ୍ନାକୁ ଆସିବା ପରେ କଲେଜ କତ୍ତୃପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ।  ପାୟଲଙ୍କ ପୁରୁଷ ବନ୍ଧୁ ଏବେ ଝାଡ଼ଖଣ୍ଡରେ ଅଛନ୍ତି। ତେଣୁ ତାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ ବିହାର ଯିବ ତେବେ ତଦନ୍ତ ବେଳେ ପାୟଲ ନିଜର ଦୋଷ ସ୍ୱୀକାର କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ବିଭିନ୍ନ ବାହାନା କରି ତାଙ୍କ ପାଖରୁ ଟଙ୍କା ନେଇଥାନ୍ତି ଏକଥା ସେ କଲେଜ କତ୍ତୃପକ୍ଷଙ୍କୁ ଜଣାଇଥିଲେ ପରେ ଅଡ଼ିଟ ସମୟରେ ୯୭ ଲକ୍ଷ ଠକେଇ କଥା ସାମ୍ନା କୁ ଆସିଥିଲା,"କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଡି.ସି.ପି ପ୍ରକାଶ ଚନ୍ଦ୍ର ପାଲ


 ସୂଚନଯୋଗ୍ୟ ଯେ, ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଜି.ଏମ ଏକାଉଣ୍ଟାଣ୍ଟ  ଭାବରେ ୨୦୧୭ ମସିହାରୁ କାର୍ଯ୍ୟରତ ଅଛନ୍ତି ପାୟଲ ବିଭିନ୍ନ ସମୟରେ କଲେଜ ଟଙ୍କାକୁ ଝାଡ଼ଖଣ୍ଡରେ ଥିବା ତାଙ୍କ ପ୍ରେମିକଙ୍କ ପାଖକୁ ପଠାଉଥିଲେ ପାୟଲଙ୍କ ପ୍ରେକିକ ମଧ୍ୟ ସେ କଲେଜର ପୂର୍ବତନ ଛାତ୍ର ପାଠ ପଢ଼ିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା ପୁରୁଷବନ୍ଧୁ ବିଭିନ୍ନ ସମୟରେ ଆଳ ଦେଖାଇ ତାଙ୍କ ପାଖରୁ ଟଙ୍କା ନେଇଥାନ୍ତି ପାୟଲ କଟକ ସ୍ଥିତ ଏକ୍ସିସ କ୍ୟାଙ୍କ ଏଟିଏମରୁ ଟଙ୍କା ଟ୍ରାଞ୍ଜକ୍ସନ କରୁଥିବା କଥା ଜଣା ପଡ଼ିଛି ଏତେ ଟଙ୍କା ନେଇ ପୁରୁଷ ବନ୍ଧୁ କେଉଁଠି ବିନିଯୋଗ କରିଛନ୍ତି ସେନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି

Published by:Soumya Das
First published: