ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୬ରେ ଲଘୁଚାପ ଓ ୮ରେ ନେବ ଅବପାତର ରୂପ

ବୁଧବାର ସକାଳ ୫.୩୦ ମିନିଟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୬ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର ପଶ୍ଚିମ ମୁଁହା ହେବ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ (ପ୍ରତୀକାତ୍ମକ ଛବି)

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅସ୍ପଷ୍ଟ ବାତ୍ୟା ଚିତ୍ର, ଲଘୁଚାପ ସ୍ପଷ୍ଟ। ଲଘୁଚାପ ପରେ ଜଣାପଡିବ ସମ୍ପୂର୍ଣ୍ଣ ଚିତ୍ର। ବୁଧବାର ସକାଳ ୫.୩୦ ମିନିଟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୬ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର ପଶ୍ଚିମ ମୁଁହା ହେବ। ୮ ତାରିଖରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ। ସେପଟେ ୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସକ୍ରିୟ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ସହ ଉପକୂଳ ରେ ସାମାନ୍ୟ ଅଶ୍ୱସ୍ତି।

ବାତ୍ୟାର ସର୍ବ ପ୍ରଥମ ସୋପାନ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଦକ୍ଷିଣ ଆଣ୍ଡାମାନ ସାଗରରେ। ଯାହା ଉକ୍ତ ଅଞ୍ଚଳରେ ଆସନ୍ତା ୬ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ମେ ୮ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଅବପାତ ର ରୂପ ନେବ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ୬ ତାରିଖ ଅର୍ଥାତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ହେଲେ ବର୍ତ୍ତମାନ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବା ମଧ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଘୁର୍ଣ୍ଣିବଳୟ ଉପରେ ନିରନ୍ତର ନଜର ରହିଛି ଏଣୁ ଭୟ କରିବାର ଆବଶ୍ୟକତା ନାହିଁ। ଲଘୁଚାପ ପ୍ରଭାବରେ ୮ ତାରିଖରୁ ପାଣିପାଗର ମିଯାଜ ବଦଳିପାରେ। ଏହା ପୂର୍ବରୁ ରାଜ୍ୟରେ ଦିନର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା। ଉପକୂଳ ରେ ତାପମାତ୍ରା କମ ରହିଲେ ବି ସାମୁଦ୍ରିକ ପବନ ଯୋଗୁଁ ଗୁଳୁଗୁଳି ଅଧିକ ହେବ। ଏହାସହ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ।

ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ କନ୍ଧମାଳ ରେ ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ହେବ। ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

"ବୁଧବାର ସକାଳେ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଲଘୁଚାପ ର ରୂପ ନେବ ବୋଲି ସ୍ପଷ୍ଟ ହୋଇଛି। ବାତ୍ୟାର ରୂପ ପାଇଁ ପାଗ ଅନୁକୂଳ ରହିଛି। ସମୁଦ୍ର ପତନର ତାପମାତ୍ରା, ବାୟୁ ପ୍ରବାହ ବାତ୍ୟା କରାଇବାରେ ସହାୟକ ହେବ। ପାଣିପାବ ବିଭାଗ ନିରନ୍ତର ନଜର ରଖିଛି । ଲଘୁଚାପ ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ,"କହିଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାଶ ପାଣିପାଗ ବିଭାଗ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ୩ ଦିନ ପରେ ଏହାର ଚିତ୍ର ସ୍ପଷ୍ଟ ହେବ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ମୁଖ୍ୟ ଶାସନ ସଚିବ କହିଛନ୍ତି,"ବାତ୍ୟା ସମ୍ପର୍କରେ ଏ ଯାଏଁ କିଛି ଜଣା ପଡ଼ିନାହିଁ । ବାତ୍ୟା କେଉଁ ଆଡ଼କୁ ଯିବ ସେ ନେଇ ବି କିଛି ଆକଳନ ହୋଇନାହିଁ । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ପରେ ଚିତ୍ର ସ୍ପଷ୍ଟ ହେବ । ତାପରେ ବାତ୍ୟାର ଦିଗ ଜଣାପଡ଼ିବ"।
Published by:Soumya Das
First published: