News 18 Odia Digital
ପୁରୀ; ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଗଲେ ତିନିଜଣ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ସେ ଛତିଶଗଡ଼ ରାୟଗଡ ଅଞ୍ଚଳର ମିନାକ୍ଷୀ ନାୟକ ବୋଲି ଜଣାପଡିଛି । ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ । ସମୁଦ୍ରରେ ସମସ୍ତେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ସେକ୍ଟର ୧ ର ଦିଗବାରେଣି ଖୁଣ୍ଟି ବେଳାଭୁମୀରେ ମିନାକ୍ଷୀ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣଙ୍କ ସହ ଗାଧଉଥିଲେ । ହଠାତ୍ ଏହି ସମୟରେ ମିନାକ୍ଷୀଙ୍କ ସମେତ ପରିବାରର ଆଉ ୨ ଜଣ ଭାସିଯାଇଥିଲେ । ତେବେ ଭାସିଯାଇଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ସମୟ ପରେ ମିନାକ୍ଷଙ୍କୁ ବ୍ଲୁ ଫ୍ଲାଗ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

ହଠାତ୍ କରେଣ୍ଟ ଆସିବାରୁ ଏପରି ଅଘଟଣ ଘଟିଲା ବୋଲି କହିଛନ୍ତି ଫାୟାର ଷ୍ଟେଶନ ସୁପରଭାଇଜର ଧନଞ୍ଜୟ ମଲ୍ଲିକ । ତାଙ୍କ କହିବା କଥା ଆମେ ବହୁ ପରିଶ୍ରମ କରି ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲୁ। ହେଲେ ଅନ୍ୟ ଜଣେ ଖସିଗଲେ। ତାଙ୍କୁ ପରେ ମୃତ ଉଦ୍ଧାର କରିଥିଲୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।