- News18 Odia
- Last Updated :
- Other, India
News18 Odia Digital
ରାଉରକେଲା: ରାଉରକେଲା ସହର ଚାନ୍ଦିପୋଷ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ବସ୍ । ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିର ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି ।
ଆଜି ଭୋର ୪ଟା ସମୟରେ ସି‘ପ୍ରଭା’ ନାମକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ଚାନ୍ଦିପୋଷ ନିକଟ ରାସ୍ତା କଡ଼ରେ ଏକ ହାଇୱା ଖରାପ ହୋଇ ଠିଆ ହୋଇଥିଲା। ବସ୍ଟି ଭାରସାମ୍ୟ ହରାଇ ହାଇୱାକୁ ପଛକୁ ଧକ୍କା ଦେଇଥିଲା। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରେ ୧୩ବର୍ଷର ଜଣେ ନାବାଳିକା ଅର୍ଷିତା ଟୁଡୁ ଓ ବସ୍ ମାଲିକ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁତର ଆହତ ଯାତ୍ରୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।